• ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ
  • ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ
  • କବୟତ୍ରୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀ ଅସୁସ୍ଥ
  • ବାସୋପଯୋଗୀ ର୍ୟାଙ୍କରେ ଭାରତର ଚତୁର୍ଥ ସ୍ଥାନରେ ଭୁବନେଶ୍ବର
  • ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭାର୍ଣ୍ଣମେଣ୍ଟ ପକ୍ଷରୁ ରିପୋର୍ଟ ପ୍ରଦାନ
  • ତେଲଙ୍ଗାନାରେ ସମ୍ପୂର୍ଣ୍ଣ ଉଠିଲା ଲକ୍‌ଡାଉନ
  • ମିଲଖା ସିଂଙ୍କୁ ବାଲୁକା ଆନିମେସନରେ ଶ୍ରଦ୍ଧାଞ୍ଜଳି
  • ସିବିଏସଇ ଦ୍ୱାଦଶ ପରୀକ୍ଷା ମୂଲ୍ୟାୟନ ପଦ୍ଧତି: ସୁପ୍ରିମକୋର୍ଟର ଦ୍ୱାରସ୍ତ ହେଲେ ୧୧୫୨ ଛାତ୍ରଛାତ୍ରୀ
  • ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ପରେ ବନ୍ୟା ପରିସ୍ଥିତି
  • ଟିକା ନେଇ ନାହାନ୍ତି ରାଜ୍ୟର ୨ ଲକ୍ଷ କରୋନା ଯୋଦ୍ଧା

ବନ୍ଧା ହେବେ କଙ୍ଗନା ରଣାୱତ, ଜାରି ହେଲା ୱାରେଣ୍ଟ

ନିଜର ଆଙ୍ଗ୍ରୀ ଲୁକ୍ ସହ ସୋସିଆଲ ମିଡିଆରେ ମୁହଁତୋଡ଼ ଜବାବ ଦେଉଥିବା ଏହି ଅଭିନେତ୍ରୀ ଏବେ ମହାରାଷ୍ଟ୍ର ସରକାରଙ୍କ ଟାର୍ଗେଟରେ ଥିବା କହିଲେ କିଛି ଅତ୍ୟୁକ୍ତି ହେବନାହଁ । 

ବନ୍ଧା ହେବେ କଙ୍ଗନା ରଣାୱତ, ଜାରି ହେଲା ୱାରେଣ୍ଟ

ନୂଆଦିଲ୍ଲୀ: ଫିଲ୍ମରେ ନିଜର ଆକ୍ଟିଂର ଜଲୱା ଦେଖାଇ ସମସ୍ତଙ୍କ ମନ ଜିଣିଥିବା କଙ୍ଗନା ରଣାୱତଙ୍କ ଅଡ଼ୁଆ ଦିନକୁ ଦିନ ବଢିବାରେ ଲାଗିଛି । କେବଳ ଏତିକି ନୁହେଁ ନିଜର ଆଙ୍ଗ୍ରୀ ଲୁକ୍ ସହ ସୋସିଆଲ ମିଡିଆରେ ମୁହଁତୋଡ଼ ଜବାବ ଦେଉଥିବା ଏହି ଅଭିନେତ୍ରୀ ଏବେ ମହାରାଷ୍ଟ୍ର ସରକାରଙ୍କ ଟାର୍ଗେଟରେ ଥିବା କହିଲେ କିଛି ଅତ୍ୟୁକ୍ତି ହେବନାହଁ । କଙ୍ଗନାଙ୍କ ନାଁରେ ଏକ ୱାରେଣ୍ଟ ଜାରି ହୋଇଛି । ଏହି ୱାରେଣ୍ଟ ମାନହାନୀ ହୋଇଥିବା ନେଇ ଗୀତିକାର ଜାଭେଦ ଅଖତରଙ୍କ ପକ୍ଷରୁ କରାଯାଇଛି । 

ଏକ ଖବର ସରବରାହ ସଂସ୍ଥାର ଟ୍ୱିଟ (Tweet) ଅନୁସାରେ, ମୁମ୍ବାଇ ଅନ୍ଧେରୀର ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ଅଭିନେତ୍ରୀଙ୍କ ବିରୋଧରେ ୱାରେଣ୍ଟ (Warrent) ଜାରି କରିଛନ୍ତି । ପ୍ରକୃତରେ କୋର୍ଟ ଏହା ପଛରେ ଥିବା କାରଣ ମଧ୍ୟ କହିଛନ୍ତି, କଙ୍ଗନାଙ୍କୁ ହାଜର ହେବାକୁ ସମନ କରାଯାଇଥିଲେ ମଧ୍ୟ ସେ କୋର୍ଟରେ ହାଜର ହୋଇନଥିଲେ । ତେବେ ସୋସିଆଲ ମିଡିଆ (Social Media) ରେ ସର୍ବଦା ଚର୍ଚ୍ଚାରେ ରହୁଥିବା ଏହି ଅଭିନେତ୍ରୀ କଣ ଅପରାଧ କରିଛନ୍ତି ଯେ, ତାଙ୍କ ନାଁରେ ୱାରେଣ୍ଟ ଜାରି କରାଯାଇଛି । 

Also Read: ଟିକା ନେଲାବେଳେ କ'ଣ କହିଲେ ପ୍ରଧାନମନ୍ତ୍ରୀ? ହସି ହସି ଗଡିଗଲେ ମେଡିକାଲ୍ ଷ୍ଟାଫ୍

ଖବରନୁଯାୟୀ, ବିଗତ କିଛି ଦିନ ତଳେ ମୁମ୍ବାଇ ପୋଲିସ ଏକ ମାମଲା ଦାୟର କରିଥିଲା । ଯେଉଁଥିରେ କଙ୍ଗନା (Kangana Ranaut) ଙ୍କ ନାଁରେ ମାନହାନୀ ମୋକଦ୍ଦମା ନେଇ ଅଭିଯୋଗ ହୋଇଥିଲା । ଏହି ମାମଲାଟି ବଲିଉଡ ଗୀତିକାର ଜାଭେଦ ଅଖତରଙ୍କ  (Javed Akhtar) ପକ୍ଷରୁ କରାଯାଇଥିଲା । ଯେଉଁଥିରେ ସେ କହିଥିଲେ ଯେ, ଅଭିନେତ୍ରୀ କଙ୍ଗନା ବିନା ପ୍ରମାଣରେ ତାଙ୍କ ନାଁରେ ମିଥ୍ୟା ଅଭିଯୋଗ ଉଠାଇଛନ୍ତି ଯାହା ଫଳରେ ତାଙ୍କୁ ଅପମାନ ହେବା ସହ ତାଙ୍କ ସ୍ବାଭିମାନରେ ଆଞ୍ଚ୍ ଆସିଛି ବୋଲି କହିଥିଲେ ।

Also Read: ଧରା ପକାଇଦେଲା ୫ ହଜାର ୫ ଶହ ଟଙ୍କା

ଅନ୍ୟପଟେ ଯଦି କଙ୍ଗନାଙ୍କ ଆଗାମୀ ପ୍ରୋଜେକ୍ଟ ଉପରେ ନଜର ପକାଇବା ତାହେଲେ ଅଭିନେତ୍ରୀ RSVP ପ୍ରଡକ୍ସନ ବ୍ୟାନରରେ ମିଳିଥିବା ଚିଠି ସେୟାର କରିବା ସହ ଫ୍ୟାନ୍ସଙ୍କୁ ଏକ ଗୁଡ୍ ନ୍ୟୁଜ୍ ଦେଇଥିଲେ ।  RSVP ପ୍ରଡକ୍ସନର ଫିଲ୍ମ 'ତେଜସ (Teajas) ନିର୍ମାଣ କରାଯାଉଛି । ପ୍ରଡକ୍ସନ ହାଉସ ବିଗତ ଦିନରେ କଙ୍ଗନାଙ୍କୁ ଲଫାପା ଓ ଫୁଲତୋଡ଼ା ପଠାଇଥିଲେ । ଏହି ଫିଲ୍ମରେ କଙ୍ଗନା ଜଣେ ଏୟାର ଫୋର୍ସ ଅଫିସରଙ୍କ କ୍ୟାରେକ୍ଟରରେ ନଜର ଆସିବେ ।