Basant Panchami 2021: ପୂଜା କରନ୍ତୁ ନୀଳବର୍ଣ୍ଣ ସରସ୍ବତୀ, ମିଳିବ ଚମତ୍କାରୀ ଫାଇଦା...
Advertisement
Article Detail0/zeeodisha/odisha849037

Basant Panchami 2021: ପୂଜା କରନ୍ତୁ ନୀଳବର୍ଣ୍ଣ ସରସ୍ବତୀ, ମିଳିବ ଚମତ୍କାରୀ ଫାଇଦା...

ଚଳିତ ବର୍ଷ ଏହି ପର୍ବ ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ପଡ଼ିଛି । ବସନ୍ତ ଋତୁର ଆଗମନର ଏହି ଦିନରେ ଏହି ପୂଜା ହେବାର ବିଦ୍ଧି ରହିଛି । ତେବେ ମାତା ସରସ୍ବତୀଙ୍କୁ ବିଦ୍ୟାଦାତ୍ରୀ ଛଡା ଜ୍ଞାନଦାତ୍ରୀ ବୋଲି ବିବେଚନା କରାଯାଏ ।

 

Basant Panchami 2021: ପୂଜା କରନ୍ତୁ ନୀଳବର୍ଣ୍ଣ ସରସ୍ବତୀ, ମିଳିବ ଚମତ୍କାରୀ ଫାଇଦା...

ରାତି ପାହିଲେ ବିଦ୍ୟାଦାତ୍ରୀ ସରସ୍ବତୀ ପୂଜା । ମାଘ ମାସ ଶୁକ୍ଳପକ୍ଷ ବସନ୍ତ ପଞ୍ଚମୀରେ ସରସ୍ବତୀ ପୂଜାକୁ ବେଶ ଧୁମଧାମରେ ସଭିଁଏ ପାଳନ କରିଥାନ୍ତି । ବିଦ୍ୟାଦାତ୍ରୀଙ୍କ ଆଶିଷ ପାଇଁ ସ୍କୁଲ, କଲେଜ ଏବଂ ଶିକ୍ଷାନୁଷ୍ଠାନରେ ମାଆଙ୍କ ପୂଜା ଅତ୍ୟନ୍ତ ନିଷ୍ଠାର ସହିତ ପାଳନ କରାଯାଏ । ଚଳିତ ବର୍ଷ ଏହି ପର୍ବ ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ପଡ଼ିଛି । ବସନ୍ତ ଋତୁର ଆଗମନର ଏହି ଦିନରେ ଏହି ପୂଜା ହେବାର ବିଦ୍ଧି ରହିଛି । ତେବେ ମାତା ସରସ୍ବତୀଙ୍କୁ ବିଦ୍ୟାଦାତ୍ରୀ ଛଡା ଜ୍ଞାନଦାତ୍ରୀ ବୋଲି ବିବେଚନା କରାଯାଏ ।

ତେବେ ସମସ୍ତଙ୍କୁ ଜଣା ଧବଳାବର୍ଣ୍ଣା ଓ ଶ୍ୱେତବର୍ଣ୍ଣା ହେଉଛନ୍ତି ମାଆ ସରସ୍ୱତୀ (Maa Saraswati) । ମାତ୍ର ଆଜି ଆମେ ଆପଣଙ୍କୁ ନୀଳ ବର୍ଣ୍ଣା ସରସ୍ୱତୀ (Blue Colour Saraswati) ଙ୍କ ବିଷୟରେ ଜଣାଇବୁ । ଦୁନିଆରେ ବହୁତ କମ ଲୋକ ନୀଳ ବର୍ଣ୍ଣା ସରସ୍ୱତୀଙ୍କ ପୂଜା ବିଷୟରେ ଜାଣିଥିବେ । ଗୋଟିଏ ପଟେ ମାତା ସରସ୍ୱତୀ ସ୍ୱର (Voice), ଜ୍ଞାନ (Knowledge) ଏବଂ କଳା (Art) ରେ ପାରଙ୍ଗମ ବୋଲି ବିବେଚନା କରାଯାଉଥିବା ବେଳେ ଅନ୍ୟ ପଟେ ନୀଳବର୍ଣ୍ଣା ସରସ୍ୱତୀଙ୍କୁ ଧନର ଦେବୀ ବୋଲି ମଧ୍ୟ କୁହାଯାଏ। ପୌରାଣିକ କଥାବସ୍ତୁ ଅନୁସାରେ, ବସନ୍ତ ପଞ୍ଚମୀ ଦିନ ହିଁ ଭଗବାନ ଶିବ ଦେବୀ ପାର୍ବତୀ (Goddess Parvati) ଙ୍କୁ ଧନ ସମ୍ପନ୍ନ ଅଧିଷ୍ଠାତ୍ରୀ ଦେବୀ ହେବାର ବରଦାନ ଦେଇଥିଲେ ।

Also Read: ମମତାଙ୍କ ମା ଯୋଜନାରେ କ'ଣ ରହିବ Menu?

ଏହି କାରଣରୁ ତାଙ୍କ ବର୍ଣ୍ଣ ମଧ୍ୟ ନୀଳବର୍ଣ୍ଣ ହୋଇଯାଇଥିଲା । ଏହା ପରଠାରୁ ତାଙ୍କୁ ନୀଳବର୍ଣ୍ଣା ସରସ୍ୱତୀ ବୋଲି ବିବେଚନା କରାଗଲା । ଯଦି ଆପଣଙ୍କ ଜୀବନରେ ଶତ୍ରୁଙ୍କ ସଂଖ୍ୟା ଅଧିକ ତେବେ ଆପଣଙ୍କ ଜୀବନରୁ ଶତ୍ରୁ ମାନଙ୍କୁ ହଟାଇବା ପାଇଁ ଆପଣ ନୀଳବର୍ଣ୍ଣା ସରସ୍ବତୀଙ୍କ ଆରାଧନା କରିପାରିବେ । ଏହା କରିବା ଦ୍ୱାରା ଆପଣଙ୍କ ଜୀବନରେ ଶତ୍ରୁ ପରାଜୟ ବରଣ କରିବ। ସେହିପରି ବସନ୍ତ ପଞ୍ଚମୀରେ ମାଆ ସରସ୍ୱତୀ (Goddess Saraswati)ଙ୍କ ଆରାଧନା କଲେ ସବୁ କଷ୍ଟରୁ ଲାଘବ ମିଳିଥାଏ ।

Also Read: ପୁଣି ଖସିଲା ସୁନା ଦର, ଜାଣନ୍ତୁ ଆଜିର ରେଟ୍

ବସନ୍ତ ପଞ୍ଚମୀ (Basant Panchami) ଦିନ ହିଁ ମାଆ ନୀଳବର୍ଣ୍ଣ ସରସ୍ୱତୀଙ୍କୁ ପୂଜା କରିବା ନେଇ ସର୍ବୋତ୍ତମ ଦିନ ବୋଲି କୁହାଯାଏ । ଏହିଦିନ ମାଆଙ୍କ ଆରାଧନା କରିବା ନିହାତି ଜରୁରୀ । ଏହାଦ୍ୱାରା ପ୍ରତି ମାସ ଚତୁର୍ଦ୍ଦଶୀ, ଅଷ୍ଟମୀ ଓ ନବମୀ ଦିନ ନିଳବର୍ଣ୍ଣ ସରସ୍ୱତୀ ପୂଜା (Saraswati Puja) କରିବାର ବିଦ୍ଧି ରହିଛି । ଏହି ପୂଜା ବେଶ ଲାଭଦାୟକ ବୋଲି କୁହାଯାଇଛି ।