ମମତାଙ୍କ ମା ଯୋଜନାରେ କ'ଣ ରହିବ Menu?
Advertisement
Article Detail0/zeeodisha/odisha849030

ମମତାଙ୍କ ମା ଯୋଜନାରେ କ'ଣ ରହିବ Menu?

ସର୍ବପ୍ରଥମେ ଏହି ବ୍ୟବସ୍ଥାକୁ ଦାକ୍ଷିଣାତ୍ୟ ରାଜ୍ୟ ତାମିଲନାଡୁରେ ଯୋଜନାକୁ ଅମ୍ମା କ୍ୟାଣ୍ଟିନ (Tamilnadu Amma Canteen) ଯୋଜନା ମାାଧ୍ୟମରେ କାର୍ଯ୍ୟକାରୀ କରିଥିଲେ ସେଠାକାର ସରକାର।

ମମତାଙ୍କ ମା ଯୋଜନାରେ କ'ଣ ରହିବ Menu?

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟର ସରକାରଙ୍କ ପକ୍ଷରୁ କମ ମୂଲ୍ୟରେ ଲୋକଙ୍କୁ ଯୋଗାଇ ଦିଆଯାଉଛି ରନ୍ଧାଖାଦ୍ୟ। ଯାହାର ଲକ୍ଷ୍ୟ ହେଉଛି କେହି ଯେପରି ଭୋକିଲା ନରହି ଖାଇବାକୁ ପେଟପୁରା ଖାଦ୍ୟ ପାଇବା ସହ କ୍ଷୁଧାମୁକ୍ତ ସମାଜ ଗଠନ କରିବା।

ସର୍ବପ୍ରଥମେ ଏହି ବ୍ୟବସ୍ଥାକୁ ଦାକ୍ଷିଣାତ୍ୟ ରାଜ୍ୟ ତାମିଲନାଡୁରେ (Tamilnadu) ଯୋଜନାକୁ ଅମ୍ମା କ୍ୟାଣ୍ଟିନ (Tamilnadu Amma Canteen) ଯୋଜନା ମାାଧ୍ୟମରେ କାର୍ଯ୍ୟକାରୀ କରିଥିଲେ ସେଠାକାର ସରକାର। ଏହା ପରେ ଏହି ପ୍ରକ୍ରିୟାରେ ତେଲେଙ୍ଗାନା (Telengana) ସହ ଉତ୍ତର ପ୍ରଦେଶ (Uttra Pradesh) ଆଦି ରାଜ୍ୟ ଦ୍ୱୟ ସାମିଲ ହୋଇ ଅନ୍ନପୂର୍ଣ୍ଣା ଯୋଜନା (Annapurna Yojna) ମାଧ୍ୟମରେ ଲୋକଙ୍କୁ ରନ୍ଧା ଖାଦ୍ୟ (Cooked Food) ଯୋଗାଇ ଦିଆଯାଉଛି।  

Also Read: ଅଧ କିଲେ ପ୍ଲାଷ୍ଟିକ ବଦଳରେ ଆହାର ମିଲ୍

 

ଉପରୋକ୍ତ ୩ ରାଜ୍ୟ ପରେ ଓଡିଶାରେ (Odisha) ଆହାର ଯୋଜନା (Ahar Yojana) ମାଧ୍ୟମରେ ଲୋକଙ୍କୁ ୫ ଟଙ୍କାରେ ଭାତ (Rice), ଡାଲମା (Dalma), ଆଚାର (Pickle) ଯୋଗାଇ ଦିଆଯାଇଛି। ଆଉ ଏବେ ଏହି ଧାରାରେ ଯୋଡି ହୋଇଛି ପଶ୍ଚିମବଙ୍ଗ (West Bengal)।

ଲୋକଙ୍କୁ ଓଡିଶା ଭଳି କମ ମୂଲ୍ୟରେ ଖାଦ୍ୟ ଯୋଗାଇ ଦେବାକୁ ଏକ ଯୋଜନା କାର୍ଯ୍ୟ କରିଛନ୍ତି ପଶ୍ଚିମବଙ୍ଗ ସରକାର (West Benagal Govt)। ଯାହାର ନାଁ ରହିଛି ମା ଯୋଜନା (Maa Yojna)। ଯାହାକୁ ଭିଡିଓ କନଫରେନ୍ସି ମାଧ୍ୟମରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ (Bengal Chief Minister) ମମତା ବାନାର୍ଜୀ (Mamata Banerjee)। ଏହା ମାଧ୍ୟମରେ ୫ ଟଙ୍କାରେ ଲୋକଙ୍କୁ ଭାତ, ଡାଲି, ଅଣ୍ଡା ସହ ଗୋଟିଏ ତରକାରୀ ଖାଇବାକୁ ମିଳିବ। 

Also Read: ଅପରାଜିତାଙ୍କୁ ଅଟକାଇବାରେ ବିଫଳ ସରକାର ! ୧ ଟଙ୍କାରେ ମିଳିବ 'ଅନ୍ନପୂର୍ଣ୍ଣା ଆହାର'

 

ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଏହି ଯୋଜନା ଅଧିନରେ ରାଜ୍ୟ ସରକାର ପ୍ରତି ପ୍ଲେଟ ପିଛା ୧୫ ଟଙ୍କା ସବସିଡି ବହନ କରିବେ। ସ୍ୱୟଂ ସହାୟକ ଗୋଷ୍ଠୀ (Self Help Group) ଦ୍ୱାରା ପ୍ରତ୍ୟେକ ଦିନ ମଧ୍ୟାନ୍ନ ଗୋଟାଏରୁ ତିନିଟା ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ଯୋଗାଇବା ଦାୟିତ୍ୱରେ ରହିବେ। ଏହା ପୂର୍ବରୁ କୋରୋନା (Corona) ମୁକାବିଲା ଲାଗି ଜାରି ହୋଇଥିବା ଲକ ଡାଉନ ବେଳେ ପ୍ରଭାବିତ ପ୍ରବାସୀ ଶ୍ରମିକଙ୍କ ଲାଗି 'ମମତା ରୋଷେଇ' ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିଲା।

ପଶ୍ଚିମବଙ୍ଗରେ ଏପରି ଯୋଜନା କାର୍ଯ୍ୟ ହେବା ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଥିବା ଚର୍ଚ୍ଚା ହେଉଛି। କାରଣ ଚଳିତ ବର୍ଷ ଅପ୍ରେଲ-ମେ ମାସରେ ରାଜ୍ୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏପରି ଯୋଜନା ମାଧ୍ୟମରେ ଶାସକ ଟିଏମସି ଭୋଟ ହାତେଇବାକୁ ଯୋଜନା କରିଥିବା କୁହାଯାଉଛି।