ସାଥୀ ହୋଇ ଚାଲିଗଲେ
Advertisement

ସାଥୀ ହୋଇ ଚାଲିଗଲେ

ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ସୀତା ବିବାହ (Sita Bibah) ର ନିର୍ଦ୍ଦେଶକ ତଥା ପ୍ରଯୋଜକ ମୋହନ ସୁନ୍ଦର ଦେବଗୋସ୍ୱମୀ (Sundar Deba Goswami) ଙ୍କ ଅଣନାତି ବଟରାଜ। ସେ ୧୯୪୮ମସିହା ଅଗଷ୍ଟ ମାସରେ ପୁରୀ ସହରର ମରିଚିକୋଟ୍ ଲେନରେ ଜନ୍ମଗ୍ରହଣ କରିଥିଲେ।

ଫାଇଲ ଫଟୋ

ପୁରୀ: ଆଉ ନାହାନ୍ତି ସୁନାମଧନ୍ୟ ନାଟ୍ଯକାର, ଅଭିନେତା ଓ ନିର୍ଦ୍ଦେଶକ ବଟରାଜ ଦେବଗୋସ୍ୱମୀ। ଶନିବାର କଲିକତାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଯାଇଛି। ସେ କିଛି ଦିନ ହେବ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ତେବେ ସମାନ ହସ୍ପିଟାଲରେ ଓ ସମାନ ଦିନରେ ବଟରାଜଙ୍କ ପତ୍ନୀ ରାଧାରାଣୀଙ୍କର ମଧ୍ୟ କୋରୋନାରେ ମୃତ୍ୟୁ ହୋଇଛି। 

ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ସୀତା ବିବାହ (Sita Bibah) ର ନିର୍ଦ୍ଦେଶକ ତଥା ପ୍ରଯୋଜକ ମୋହନ ସୁନ୍ଦର ଦେବଗୋସ୍ୱମୀ (Sundar Deba Goswami) ଙ୍କ ଅଣନାତି ବଟରାଜ। ସେ ୧୯୪୮ମସିହା ଅଗଷ୍ଟ ମାସରେ ପୁରୀ ସହରର ମରିଚିକୋଟ୍ ଲେନରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପତ୍ନୀ ରାଧାରାଣୀ, ପୁତ୍ର ସମ୍ବୁନାଥଙ୍କ ସହ ଦୁଇ ଝିଅ ଥିଲେ। ମିଳିଥିବା ସୂଚନା ଅନୁଯାୟୀ ୭୩ ବର୍ଷୀୟ ବଟରାଜ ଓ ତାଙ୍କ ପତ୍ନୀ ରାଧାରାଣୀ କୋରୋନା ଆକ୍ରାନ୍ତ ହୋଇଥିଲେ। ଚିକିତ୍ସାଧିନ ଅବସ୍ଥାରେ କଲିକତାରେ ଉଭୟଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।

Also Read: JEE Main 2021 ବାତିଲ, ପଢନ୍ତୁ ପୁରା ଖବର...

ନାଟ୍ଯକାର ସ୍ୱର୍ଗତ ବଟରାଜ ନିଜ ନାଟକରେ ବହୁ ନବପ୍ରତିଭାଙ୍କୁ ସୁଯୋଗ ଦେଇଛନ୍ତି। ଓଡିଶା ତଥା ଓଡିଶା ବାହାରେ ବିଭିନ୍ନ ମଞ୍ଚରେ ସାମାଜିକ ଓ ହାସ୍ଯରସାତ୍ମକ ନାଟକ (Play) ମଞ୍ଚସ୍ତ କରି ଦର୍ଶକଙ୍କ ମହଲରେ ଆଦୃତ ହୋଇପାରିଛନ୍ତି। ରେଡିଓ ଓ ଦୂରଦର୍ଶନରେ ତାଙ୍କର ଅନେକ ନାଟକ ପ୍ରସାରଣ ହୋଇଛି। ବଟରାଜଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ ମଧ୍ୟରେ ମୋ ସ୍ତ୍ରୀ ବାହାଘର, କୋଣାର୍କର ଆର୍ତ୍ତନାଦ, ଅନୁରାଗ (Anurag) , ଦଶରୁ ପାଞ୍ଚ, ସବୁ ଓଲଟା (Sabu Olota), ଷୋହଳରୁ ଷାଠିଏ ଆଦି ଅନ୍ଯତମ। 

ବଟରାଜ (Bataraj Deba Goswami) ଙ୍କ ମୃତ୍ଯୁରେ ନାଟ୍ଯ ଓ କଳାପ୍ରେମୀଙ୍କ ତହଲରେ ଶୋକର ଛାୟା ଖେଳିଯାଇଛି। ବିଶିଷ୍ଟ ସାହିତ୍ଯିକ ଶ୍ଯାମସୁନ୍ଦର ସେନାପତି, ବଟରାଜ ଓ ତାଙ୍କ ପତ୍ନୀଙ୍କ ଦେହାନ୍ତ ଖବର ପାଇ ଶୋକବ୍ଯକ୍ତ କରିଛନ୍ତି।