IPL 2021: ଧାୱନ ଓ ପୃଥ୍ୱୀଙ୍କ ଧମାକା, ଏକତରଫା ମୁକାବିଲାରେ ଧୂଳି ଚାଟିଲା କୋଲକାତା
Advertisement

IPL 2021: ଧାୱନ ଓ ପୃଥ୍ୱୀଙ୍କ ଧମାକା, ଏକତରଫା ମୁକାବିଲାରେ ଧୂଳି ଚାଟିଲା କୋଲକାତା

ଦିଲ୍ଲୀ (Delhi Capitals) କେବଳ ୧୭ ଓଭରରେ ୧୫୫ ରନ୍‌ର ଟାର୍ଗେଟକୁ ହାସଲ କରିଥିଲା। କୋଲକାତାର ବ୍ୟାଟ୍ସମ୍ୟାନ୍ ଦିଲ୍ଲୀ ବିପକ୍ଷରେ କିଛି ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରିପାରିନଥିଲେ।

 ସୌ- ସୋସିଆଲ ମିଡିିଆ

ନୂଆଦିଲ୍ଲୀ: କୋଲକାତା ନାଇଟ୍ ରାଇଡର୍ସ IPLର ୧୪ତମ ସିଜନରେ ପୁଣି ଥରେ ନିରାଶାର ଶିକାର ହୋଇଛି। ଦିଲ୍ଲୀ କ୍ୟାପିଟାଲ୍ଲ ତାକୁ ଗତକାଲି ୭ ୱିକେଟରେ ପରାସ୍ତ କରିଛି। ଶିଖର ଧାୱନ ଏବଂ ପୃଥ୍ୱୀ ଶ, ୧୫୫ ରନ୍‌ର ଟାର୍ଗେଟକୁ ପିଛା କରୁଥିବା ଦିଲ୍ଲୀକୁ ଏକ ବଡ ବିଜୟ ଦେଇଛନ୍ତି।

ଦିଲ୍ଲୀ ପାଇଁ ପୃଥ୍ୱୀ ଶ (Prithvi Shaw) ୮୨ ଓ ଶିଖର ଧାୱନ (Shikhar Dhawan) ୪୬ ରନ କରିଥିଲେ। ସେହିପରି ଋଷଭ ପନ୍ତ ୧୬, ଷ୍ଟୋଇନିସ୍ ୬ ରନ୍ କରିଥିଲେ। ଦିଲ୍ଲୀ (Delhi Capitals) କେବଳ ୧୭ ଓଭରରେ ୧୫୫ ରନ୍‌ର ଟାର୍ଗେଟକୁ ହାସଲ କରିଥିଲା। କୋଲକାତାର ବ୍ୟାଟ୍ସମ୍ୟାନ୍ ଦିଲ୍ଲୀ ବିପକ୍ଷରେ କିଛି ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରିପାରିନଥିଲେ। ନିର୍ଦ୍ଧାରିତ ୨୦ ଓଭରରେ ପୂରା ଦଳ ମାତ୍ର ୧୫୪ ରନ୍ କରି ଦିଲ୍ଲୀ ଆଗରେ ୧୫୫ ରନର ଲକ୍ଷ୍ୟ ରଖିଥିଲା।

Also Read: ପ୍ରଥମେ ପରିବାର, ପରେ ଖେଳ! IPL 2021ରୁ ବିରତି ନେଲେ ରବିଚନ୍ଦ୍ରନ୍ ଅଶ୍ୱିନ

ଆଣ୍ଟ୍ରେ ରସେଲ, କୋଲକାତା (Kolkata Knight Riders) ପାଇଁ ଅପରାଜିତ ୪୫ ରନ କରିଥିଲେ। ୨୭ ବଲରେ ସେ ୨ଟି ଚୌକା ଓ ୪ଟି ଛକା ମାରି ୧୬୬.୬୭ ରନ ରେଟ ହାସଲ କରିଛନ୍ତି। | ତାଙ୍କ ବ୍ୟତୀତ ନୀତିଶ ରାଣା ୧୫, ଶୁଭମନ ଗିଲ ୪୩, ରାହୁଲ ତ୍ରିପାଠୀ ୧୯ ଏବଂ ଦୀନେଶ କାର୍ତ୍ତିକ ୧୪ ରନ କରିଥିଲେ। କ୍ୟାପଟେନ ଇଓନ ମୋର୍ଗାନ ଏବଂ ସୁନୀଲ ନାରାୟଣ ସେମାନଙ୍କ ଆକାଉଣ୍ଟ ମଧ୍ୟ ଖୋଲିପାରିନଥିଲେ। ଦିଲ୍ଲୀ (DC) ପାଇଁ ଅକ୍ଷର ପଟେଲ ଏବଂ ଲଲିତ ଯାଦବ ୨ ଲେଖାଏଁ ୱିକେଟ୍ ନେଇଥିବାବେଳେ ଆବେଶ ଖାନ ଏବଂ ମାର୍କସ ଷ୍ଟୋଇନିସ ଗୋଟିଏ-ଗୋଟିଏ ୱିକେଟ୍ ନେଇଛନ୍ତି।

ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଋଷଭ ପନ୍ତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। କୋଲକାତା (KKR)ର ଗତ ଏକାଦଶରେ କୌଣସି ପରିବର୍ତ୍ତନ ହୋଇନାହିଁ। ପୂର୍ବପରି ଟିମରେ ନୀତୀଶ ରାଣା, ଶୁବମାନ ଗିଲ, ରାହୁଲ ତ୍ରିପାଠୀ, ସୁନୀଲ ନାରାୟଣ, ଇଓନ ମୋର୍ଗାନ, ଆଣ୍ଡ୍ରେ ରସେଲ, ଦୀନେଶ କାର୍ତ୍ତିକ, ପ୍ୟାଟ କମିନ୍ସ, ଶିବମ ମାଭି, ପ୍ରସିଦ୍ଧ କୃଷ୍ଣ ଥିଲେ।

Also Read: IPL 2021: RCBର ବିଜୟଧାରା ଜାରି, ଗୋଟିଏ ରନରେ ହାରିଲା DC

ସେହିପରି ଦିଲ୍ଲୀ କ୍ୟାପିଟାଲ୍ସରେ ପୃଥ୍ୱୀ ଶ, ଶିଖର ଧାୱନ, ଷ୍ଟିଭ ସ୍ମିଥ, ଋଷଭ ପନ୍ତ, ମାର୍କସ ଷ୍ଟୋଇନିସ, ଶିମରନ ହେଟମେୟର, ଅକ୍ଷର ପଟେଲ, ଲଲିତ ଯାଦବ, କାଗିସୋ ରାବାଡା, ଇଶାନ୍ତ ଶର୍ମା, ଆବେଶ ଖାନ ଥିଲେ।