• ଗୁଣ୍ଡିଚା ମନ୍ଦିର ଭିତରକୁ ପ୍ରବେଶ କଲେ ୨ ଜଣ ବାହାର ରାଜ୍ୟର ଭକ୍ତ
  • ଭକ୍ତଙ୍କ ପାଇଁ ମନ୍ଦିର ପ୍ରବେଶ ବନ୍ଦ ଥିବା ବେଳେ ଉଭୟଙ୍କ ପ୍ରବେଶକୁ ନେଇ ଉଠିଛି ପ୍ରଶ୍ନ
  • ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା
  • CBI ତଦନ୍ତ ପାଇଁ ପ୍ରାର୍ଥନା କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା
  • ଉତ୍ତର ବଙ୍ଗୋପସାଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ୩ ଦିନ ବର୍ଷା ସମ୍ଭାବନା
  • ଆଜି ପାଇଁ ୨୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି-୨୦ ମ୍ୟାଚ୍
  • ଦେଶରେ ୨୪ ଘଣ୍ଟାରେ ୨୯ ହଜାର ୬୯୮ ପଜିଟିଭ୍ ଚିହ୍ନଟ , ୪୧୫ ମୃତ
  • ରାଜ୍ୟରେ ଆଜି ୧୬୨୯ କୋରୋନା ପଜିଟିଭ ଚିହ୍ନଟ, ୬୦ ମୃତ
  • ଆଜି ୧୨ ଘଣ୍ଟିଆ ବରଗଡ଼ ବନ୍ଦ

ରିଅଲ୍ ହିରୋଙ୍କୁ ରିଲ୍ ହିରୋଙ୍କ ଶେଷ ସଲାମ୍

ଫରହାନ, ମିଲ୍କା ସିଂଙ୍କୁ ଛଳଛଳ ଆଖିରେ ତାଙ୍କର ଶେଷ ସଲାମ ଜଣାଇଛିନ୍ତି। ସେ ଇନଷ୍ଟାରେ ଏକ ନୋଟ୍ ଲେଖି ସମସ୍ତଙ୍କୁ ଭାବପ୍ରବଣ କରିଛନ୍ତି। ସେ ଲେଖିଛନ୍ତି, 'ପ୍ରିୟ ମିଲ୍କା ଜୀ, ମୋର ଏକ ଅଂଶ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ ଯେ ଆପଣ ଆଉ ନାହାଁନ୍ତି।

ରିଅଲ୍ ହିରୋଙ୍କୁ ରିଲ୍ ହିରୋଙ୍କ ଶେଷ ସଲାମ୍
ଫାଇଲ ଫଟୋ

ନୂଆଦିଲ୍ଲୀ:  ଶୁକ୍ରବାର ରାତିରେ ଭାରତର ମହାନ ଆଥଲେଟ୍ ମିଲଖା ସିଂଙ୍କ ଦେହାନ୍ତ ହୋଇଛି। ୯୧ ବର୍ଷିୟ ମିଲଖା ସିଂ କୋରୋନା ସହ ଏକ ଲମ୍ବା ଲଢେଇ କରି ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ। ଅମ୍ଳଜାନ ସ୍ତର ହ୍ରାସ ହେତୁ ତାଙ୍କୁ ୩ ଜୁନରେ ଚଣ୍ଡିଗଡ଼ର PGIMER ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏହି 'ଫ୍ଲାଇଙ୍ଗ୍ ଶିଖ୍'ଙ୍କୁ ତାଙ୍କ ବାୟୋପିକରେ ଅଭିନୟ କରିଥିବା ଫରହାନ ଅଖତର ମଧ୍ୟ ଶେଷ ସଲାମ ଜଣାଛନ୍ତି।

'ଫ୍ଲାଇଙ୍ଗ୍ ଶିଖ୍' (Milkha Singh) ଙ୍କ ଦେହାନ୍ତରେ ସାରା ଦେଶ ଭାଙ୍ଗି ପଡିଛି। ସୋସିଆଲ ମିଡିଆରେ ଫିଲ୍ମ ସେଲିବ୍ରିଟିମାନେ ମଧ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ଏହି ସମୟରେ ପରଦାରେ ମିଲଖା ସିଂ ଭୂମିକାରେ ଅଭିନୟ କରିଥିବା ଫରହାନ ଅଖତର (Farhan Akhtar) ମଧ୍ୟ ଏହି ଖବରକୁ ନେଇ ଚକିତ ହୋଇଯାଇଛନ୍ତି। ସେ 'ଭାଗ୍ ମିଲଖା ଭାଗ୍' ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଫରହାନ୍ ଏହି ଭୂମିକାକୁ ଏତେ ସୁନ୍ଦର ଭାବରେ ଅଭିନୟ କରିଥିଲେ ଯେ ଚଳଚ୍ଚିତ୍ରଟି ବକ୍ସ ଅଫିସରେ ବ୍ଲକବଷ୍ଟର ହୋଇଥିଲା।

Also Read: ଆରପାରିରେ ଫ୍ଲାଇଂ ଶିଖ୍ ମିଲଖା ସିଂହ

ଫରହାନ, ମିଲଖା ସିଂଙ୍କୁ  ଛଳଛଳ ଆଖିରେ ତାଙ୍କର ଶେଷ ସଲାମ ଜଣାଇଛିନ୍ତି। ସେ ଇନଷ୍ଟାରେ ଏକ ନୋଟ୍ ଲେଖି ସମସ୍ତଙ୍କୁ ଭାବପ୍ରବଣ କରିଛନ୍ତି। ସେ ଲେଖିଛନ୍ତି, 'ପ୍ରିୟ ମିଲଖା ଜୀ, ମୋର ଏକ ଅଂଶ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ ଯେ ଆପଣ ଆଉ ନାହାଁନ୍ତି। ବୋଧହୁଏ ଏହା ଆପଣଙ୍କଠାରୁ ମିଳିଥିବା ସେହି ଜୀବନ୍ତ ଅଂଶ। ଯେଉଁ ଅଂଶ କିଛି କରିବା ବିଷୟରେ ଚିନ୍ତା କରେ, କେବେ ହାର ମାନେ ନାହିଁ। ସତ୍ୟ ହେଉଛି ଆପଣ ସବୁବେଳେ ଜୀବିତ ରହିବେ। କାରଣ ଆପଣ କେବଳ ଏକ ବଡ ହୃଦୟବାନ ନୁହଁ ବରଂ ସ୍ନେହୀ, ତେଜବାନ ଏବଂ ମାଟି ସହିତ ଜଡିତ ବ୍ୟକ୍ତି ଥିଲେ।'

 

ଫରହାନ ପୁଣି ଲେଖିଛନ୍ତି, 'ଆପଣ ଆମ ସମସ୍ତଙ୍କ ଜୀବନକୁ ଛୁଇଁଛନ୍ତି। ଯେଉଁମାନେ ଆପଣଙ୍କୁ ପିତା ଏବଂ ବନ୍ଧୁ ଭାବରେ ଜାଣନ୍ତି ସେମାନଙ୍କ ପାଇଁ ଏହା ଏକ ଆଶୀର୍ବାଦ ଥିଲା। ଯେଉଁମାନେ ଜାଣିନଥିଲେ, ସେମାନଙ୍କ ପାଇଁ ଆପଣଙ୍କ କାହାଣୀଗୁଡିକ ଏକ ପ୍ରେରଣା ଏବଂ ନିରନ୍ତର ସଫଳତାରେ ନମ୍ରତାର ଏକ ଉଦାହରଣ। ମୁଁ ଆପଣଙ୍କୁ ହୃଦୟର ସହ ଚାହେଁ।'

Also Read: ବିଦାୟ ମିଲଖା ସିଂହ: ପ୍ରଥମ ଧାବକ ଯିଏ ଦୌଡୁନଥିଲେ, ଉଡୁଥିଲେ 

ସୂଚନାଯୋଗ୍ୟ, ଫିଲ୍ମ 'ଭାଗ ମିଲଖା ଭଗ' ହିନ୍ଦୀ ସିନେମାର ସର୍ବୋତ୍ତମ ଚଳଚ୍ଚିତ୍ର ଭାବରେ ପରିଗଣିତ ହୋଇଛି। ୨୦୧୩ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ରାକେଶ ଓମ୍ ପ୍ରକାଶ। ଚଳଚ୍ଚିତ୍ରରେ ମିଲଖା ସିଂଙ୍କ ଜୀବନ ସହ ଜଡିତ ଅନେକ ଦିଗ ଉପସ୍ଥାପିତ ହୋଇଥିଲା ଯାହା ବିଷୟରେ କେହି କେବେ ଜାଣି ନଥିଲେ। ମିଲଖାଙ୍କ ଭୂମିକାରେ ନଜର ଆସିଥିବା ଫରହାନଙ୍କ ଅଭିନୟକୁ ଫ୍ୟାନ୍ସ ଖୁବ ପ୍ରଶଂସା କରିଥିଲେ।