ରେକର୍ଡ ନିଶାରେ ଅରୁଣ, କାଠରେ ତିଆରି କଲେ ହନୁମାନ ଚାଳିସା ପୁସ୍ତକ
Advertisement

ରେକର୍ଡ ନିଶାରେ ଅରୁଣ, କାଠରେ ତିଆରି କଲେ ହନୁମାନ ଚାଳିସା ପୁସ୍ତକ

ଗିନିଜ ୱାଲ୍ଡ ରେକର୍ଡରେ ସ୍ଥାନ ପାଇବ ବୋଲି ଆଶା ରଖିବା ସହ ଉଭୟ ପୁସ୍ତକକୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଉପହାର ସ୍ବରୂପ ପ୍ରଦାନ କରିବା ଲାଗି ମନସ୍ଥ କରିଛନ୍ତି। ପୂର୍ବରୁ ବିଧାନସଭା ଠାରୁ ଆରମ୍ଭ କରି ପ୍ଯାରିସ୍ ଟାୱାରର ଅବିକଳ କାଠରେ ନିର୍ମିତ ପ୍ରତିକୃତି ସମସ୍ତଙ୍କ ମନ ଜିଣି ପାରିଥିବା ବେଳେ ଇଣ୍ଡିଆ ବୁକ୍ ଅଫ ରେକର୍ଡ ମଧ୍ୟ ହାସଲ କରି ପାରିଛି।

ରେକର୍ଡ ନିଶାରେ ଅରୁଣ, କାଠରେ ତିଆରି କଲେ ହନୁମାନ ଚାଳିସା ପୁସ୍ତକ

ବ୍ରହ୍ମପୁର: ଦୃଢ ଇଚ୍ଛା ଶକ୍ତି ହିଁ ସଫଳତାର ମୂଳମନ୍ତ୍ର। ଯାହାକୁ ଆଖି ଆଗରେ ରଖି ସମାଜକୁ କିଛି ନୁଆ କରି ଦେଖାଇବାର ପ୍ରୟାସ କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ଗଞ୍ଜାମ ଜିଲ୍ଲା ହିଞ୍ଜଳିକାଟୁ ବ୍ଲକ ଅନ୍ତର୍ଗତ କଣ୍ଟେଇକୋଳି ଗ୍ରାମର ଯୁବଶୀଳ୍ପି ଅରୁଣ ସାହୁ। ଲକଡାଉନ ସମୟରେ ଘରେ ରହି ସମୟକୁ ନଷ୍ଟ ନ କରି ତୁଳସୀ ଦାସ ରଚିତ ହନୁମାନ ଚାଳିସାର ପ୍ରତ୍ଯେକଟି ଦୋହାକୁ କାଠରେ ଖୋଦେଇ କରି ଦୁଇଟି ବିରଳ ପୁସ୍ତକ ନିର୍ମାଣ କରିଥିବା ବେଳେ ଗିନିଜ ୱାଲ୍ଡ ରେକର୍ଡରେ ସ୍ଥାନ ପାଇବ ବୋଲି ଆଶା ରଖିବା ସହ ଉଭୟ ପୁସ୍ତକକୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଉପହାର ସ୍ବରୂପ ପ୍ରଦାନ କରିବା ଲାଗି ମନସ୍ଥ କରିଛନ୍ତି। ପୂର୍ବରୁ ବିଧାନସଭା ଠାରୁ ଆରମ୍ଭ କରି ପ୍ଯାରିସ୍ ଟାୱାରର ଅବିକଳ କାଠରେ ନିର୍ମିତ ପ୍ରତିକୃତି ସମସ୍ତଙ୍କ ମନ ଜିଣି ପାରିଥିବା ବେଳେ ଇଣ୍ଡିଆ ବୁକ୍ ଅଫ ରେକର୍ଡ ମଧ୍ୟ ହାସଲ କରି ପାରିଛି।

ମନ ମୋହୁଛି କାଠରେ ପ୍ରସ୍ତୁତ ହନୁମାନ ଚାଳିସା (Hanuman Chalisa) ପୁସ୍ତକ। ଗୋସ୍ୱାମୀ ତୁଳସୀ ଦାସଙ୍କ ଦ୍ବାରା ରଚିତ ହନୁମାନ ଚାଳିସାର ପ୍ରତ୍ଯେକଟି ଦୋହା ଓ ଚୌପାଠିକୁ ନିଜ ନିହଣ ମୁନରେ ଅତି ନିଖୁଣ ଭାବେ ଗୋଦେଇ କରି ପୁସ୍ତକଟି ତିଆରି କରିଛନ୍ତି   ଗଞ୍ଜାମ ଜିଲ୍ଲା ହିଞ୍ଜଳିକାଟୁ ବ୍ଲକ ଅନ୍ତର୍ଗତ କଣ୍ଟେଇ କୋଳି ଗ୍ରାମର ଯୁବଶୀଳ୍ପି ଅରୁଣ ସାହୁ। ହିନ୍ଦୀ ଓ ଓଡିଆ ଭାଷାରେ ନିର୍ମିତ ଏହି ଦୁଇଟି ପୁସ୍ତକର ଦୈର୍ଘ୍ଯ ୧୦.୫ ଇଞ୍ଚ ରହିଥିବା ବେଳେ ପ୍ରସ୍ତ ୯ ଇଞ୍ଚ ଓ ମୋଟେଇ ୨.୫ ଇଞ୍ଚ ରହିଛି। ୫ଟି ପୃଷ୍ଠାରେ ପ୍ରସ୍ତୁତ ବିରଳ ହନୁମାନ ଚାଳିସାର କାଠ ପୁସ୍ତକରେ ଦୁଇଟି ମଲାଟ ରହିଥିବା ବେଳେ ଉଭୟ ମଲାଟରେ ହନୁମାନଙ୍କ ଅତି ନିଖୁଣ ପ୍ରତିଛବି ସ୍ଥାନିତ ରହିଛି। 

Also Read: Corona Third Wave: ମୁକାବିଲା ପାଇଁ ଅଣ୍ଟାଭିଡିଲା Ganjam Dist Admin

ଏଭଳି ସମସ୍ତଙ୍କୁ ଆକୃଷ୍ଟ କରୁଥିବା ବେଳେ ଗିନିଜ ୱାଲ୍ଡ ରେକର୍ଡ (Gunis World Record) ରେ ପୁସ୍ତକଟି ସ୍ଥାନ ପାଇବ ବୋଲି ଆଶି ରଖିଛନ୍ତି ଅରୁଣ। ଏପରିକି କୋରୋନା ଭଳି ମହାମାରୀ ସମୟରେ ଲକଡାଉନ (Lockdown) କଟକଣା ସମୟ ବର୍ବାଦ ନ କରି ଦୀର୍ଘ ଏକ ମାସ ପ୍ରଚେଷ୍ଟା ବଳରେ ଏଭଳି ପୁସ୍ତକ ପ୍ରସ୍ତୁତ କରି ପାରିଥିବା ବେଳେ ଉଭୟ ପୁସ୍ତକକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଙ୍କୁ ଉପହାର ସ୍ବରୂପ ପ୍ରଦାନ କରିବା ଲାଗି ମନସ୍ଥ କରିଥିବା କହିଛନ୍ତି ଅରୁଣ ।

କେବଳ ହନୁମାନ ଚାଳିସା ପୁସ୍ତକ ନୁହେଁ ନିଜ ହାତର ଯାଦୁରେ ଅନେକ ଅବିକଳ ପ୍ରତିକୃତି ପ୍ରସ୍ତୁତ କାରି ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ମଧ୍ୟ ହୋଇଛନ୍ତି ଅରୁଣ। ବିଧାନସଭା ଠାରୁ ଆରମ୍ଭ କରି, ଇଣ୍ଡିଆ ଗେଟ, ତାଜମହଲ, ପ୍ଯାରିସ୍ ଟାୱାର ଓ ଓଡିଶା ମାନଚିତ୍ର ଭଳି କେତେ କଣ ଅବିକଳ ପ୍ରତିକୃତି ନିର୍ମାଣ କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଅରୁଣଙ୍କ ଏଭଳି ପ୍ରୟାସକୁ ନେଇ ତାଙ୍କ ପରିବାର ଲୋକେ ନିଜକୁ ଗର୍ବିତ ଅନୁଭବ କରୁଥିବା ବେଳେ ସରକାରଙ୍କ ପ୍ରୋତ୍ସାହନ ମିଳିଲେ କଳାକୁ ଉଦଜିବିତ ରଖିବାରେ ଅରୁଣ ସଫଳ ହେବ ବୋଲି ଆସା ବାନ୍ଧିଛନ୍ତି ।