ଆଫଗାନ୍ କ୍ରିକେଟ ବୋର୍ଡରେ ଝୁଲିବ ତାଲା! କାରଣ କହିଲା ICC
Advertisement

ଆଫଗାନ୍ କ୍ରିକେଟ ବୋର୍ଡରେ ଝୁଲିବ ତାଲା! କାରଣ କହିଲା ICC

ତାଲିବାନ (Taliban) ଶାସନରେ ଆଫଗାନିସ୍ତାନ (Afghanistan) ରେ ମହିଳା କ୍ରିକେଟ୍ (Women Cricket) କେବେ ଫେରିବ ସେନେଇ ପରିସ୍ଥିତି ସ୍ପଷ୍ଟ ହୋଇନାହିଁ। ଆଇସିସିର ସଦସ୍ୟ ଦେଶମାନଙ୍କ ପାଇଁ ଉଭୟ ପୁରୁଷ ଓ ମହିଳା ଦଳ ରହିବା ଆବଶ୍ୟକ।

ଡିଜାଇନ୍ ଫଟୋ

ନୂଆଦିଲ୍ଲୀ: କ୍ଷମତାକୁ ଆସିବା ପରେ ତାଲିବାନ ଆଫଗାନିସ୍ତାନରେ ନିଜର ଅସଲ ରୂପ ଦେଖାଇଛି। ତାଲିବାନ ଯୋଗୁଁ ବିଶେଷ କରି ତାଲିବାନୀ ମହିଳାମାନଙ୍କ ଜୀବନ ଆହୁରି ଜର୍ଜରିତ ହୋଇଯାଇଛି। ମହିଳାମାନଙ୍କୁ ନିଜ ଦେଶରେ କ୍ରିକେଟ୍ ଖେଳିବାକୁ ବାରଣ କରାଯାଇଛି, ଯାହାକୁ ସାରା ବିଶ୍ୱରେ ନିନ୍ଦା କରାଯାଇଥିଲା। କ୍ରିକେଟ୍ ସହିତ ଏହି ଦେଶରେ ମହିଳାଙ୍କ ସମସ୍ତ ପ୍ରକାର କ୍ରୀଡା କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଯାଇଛି।

ତାଲିବାନ (Taliban) ଶାସନରେ ଆଫଗାନିସ୍ତାନ (Afghanistan) ରେ ମହିଳା କ୍ରିକେଟ୍ (Women Cricket) କେବେ ଫେରିବ ସେନେଇ ପରିସ୍ଥିତି ସ୍ପଷ୍ଟ ହୋଇନାହିଁ। ଆଇସିସିର ସଦସ୍ୟ ଦେଶମାନଙ୍କ ପାଇଁ ଉଭୟ ପୁରୁଷ ଓ ମହିଳା ଦଳ ରହିବା ଆବଶ୍ୟକ। ତେଣୁ ଆଫଗାନିସ୍ତାନ ଦଳର ସଦସ୍ୟତା ବାତିଲ ହେବ କି ନାହିଁ, ଏହା ଏକ ବଡ଼ ପ୍ରଶ୍ନ। ଆଫଗାନିସ୍ତାନରେ ସାମ୍ପ୍ରତିକ ରାଜନୈତିକ ସ୍ଥିତିକୁ ଦୃଷ୍ଟିରେ ରଖି କ୍ରିକେଟ୍ ସମୀକ୍ଷା କରିବା ପାଇଁ ଆଇସିସି ଗତ ସପ୍ତାହରେ ଏକ କମିଟି ଗଠନ କରିଥିଲା।

Also Read: IND vs NZ T20 : ସିରିଜ ପୋଛିଲା ଭାରତ, ରୋହିତଙ୍କ ସଫଳତା ପଛରେ ଅଛନ୍ତି ଏହି ବିଦେଶୀ ଖେଳାଳି

ଆଇସିସି ସଭାପତି (ICC President) ଗ୍ରେଗ ବାର୍କଲେ (Greg Barclay) କହିଛନ୍ତି, 'ଆଫଗାନିସ୍ତାନ (Afghanistan Cricket Board), ଆଇସିସିର ଗୋଟିଏ ପୂର୍ଣ୍ଣକାଳୀନ ସଦସ୍ୟ। ଆମେ ସେଠାରେ ମହିଳା ଏବଂ ପୁରୁଷ କ୍ରିକେଟକୁ ସମର୍ଥନ ଜାରି ରଖିବାକୁ ଚାହୁଁଛୁ। ଆମେ ତାହା ଜାରି ରଖିବୁ କିନ୍ତୁ ଆଇସିସିର ସଦସ୍ୟ ହେବା ପାଇଁ କିଛି ମାନଦଣ୍ଡ ପୂରଣ କରିବା ଆବଶ୍ୟକ। ଆମେ ତାହାର ଉଲ୍ଲଂଘନ ଦେଖିନାହୁଁ ଏବଂ ଆଇସିସିର ସଦସ୍ୟ ଭାବରେ ଆମେ ତାଙ୍କୁ ସାହାଯ୍ୟ କରିବା ଜାରି ରଖିବୁ।'

ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ (ACB) ସୂଚାଇ ଦେଇଛି ଯେ, ସେ କ୍ରିକେଟରେ ମହିଳାଙ୍କ ଅଂଶଗ୍ରହଣକୁ ବିଚାର କରୁଛି। ବୋର୍ଡ ଚଳିତ ମାସରେ ମହିଳା କ୍ରିକେଟରଙ୍କ ଫଟୋ ସେୟାର କରିଛି। ଏସିବି ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏକ ପୋଷ୍ଟ କରିଛି ଯେଉଁଥିରେ ଦୁଇ ଜଣ ଝିଅ ପଡ଼ିଆରେ କ୍ରିକେଟ୍ ଖେଳୁଥିବା ଦେଖିବାକୁ ମିଳିଛି। ଏସିବି ଲେଖିଛି, କ୍ରିକେଟ୍ କେବଳ ଆଫଗାନିସ୍ତାନରେ କ୍ରୀଡା କିମ୍ବା ମନୋରଞ୍ଜନକୁ ପ୍ରୋତ୍ସାହିତ କରେ ନାହିଁ, ବରଂ ଆଫଗାନିସ୍ତାନର ଯୁବ ପିଢ଼ି ପାଇଁ ପ୍ରେରଣା ଯୋଗାଇଥାଏ। ଦେଶରେ ଏକତା ଏବଂ ଶାନ୍ତି ସୁନିଶ୍ଚିତ କରିବାରେ ମଧ୍ୟ ଏହା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।