IND vs ENG Test : ବିରାଟ ବାହିନୀକୁ ଝଟକା, ପ୍ରଥମ ମ୍ୟଚ୍ ପୂର୍ବରୁ ଅକ୍ଷର ଆଉଟ୍
Advertisement

IND vs ENG Test : ବିରାଟ ବାହିନୀକୁ ଝଟକା, ପ୍ରଥମ ମ୍ୟଚ୍ ପୂର୍ବରୁ ଅକ୍ଷର ଆଉଟ୍

 ଆଜିଠାରୁ ଚେନ୍ନାଇରେ ଇଂଲଣ ଓ ଭାରତ ୪ ଟିକିଆ ଟେଷ୍ଟ ସିରିଟ୍ ଆରମ୍ଭ ହୋଇଛି। ଉଭୟ ଦଳ ନିଜ ନିଜର ରଣନୀତି ନେଇ ପଡିଆକୁ ଓହ୍ଲାଇଛନ୍ତି। ଅଷ୍ଟ୍ରେଲିଆକୁ ପରାଜୟ ଟିମ ଇଣ୍ଡିଆର ଦମ୍ଭ ବଢାଇଥିବା ବେଳେ ଶ୍ରୀଲଙ୍କାକୁ ହରାଇବା ପରେ ଭ୍ରମଣକାରୀ ଇଂଲଣ୍ଡ ଦଳ ଜୋସରେ ଅଛି।

ଫାଇଲ ଫଟୋ

ନୂଆଦିଲ୍ଲୀ: ଦୀର୍ଘ ବର୍ଷେ ପରେ ଭାରତ ମାଟିରେ ଖାଳାଯାଉଛି ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ। ଆଜିଠାରୁ ଚେନ୍ନାଇରେ ଇଂଲଣ ଓ ଭାରତ ୪ ଟିକିଆ ଟେଷ୍ଟ ସିରିଟ୍ ଆରମ୍ଭ ହୋଇଛି। ଉଭୟ ଦଳ ନିଜ ନିଜର ରଣନୀତି ନେଇ ପଡିଆକୁ ଓହ୍ଲାଇଛନ୍ତି। ଅଷ୍ଟ୍ରେଲିଆକୁ ପରାଜୟ ଟିମ ଇଣ୍ଡିଆର ଦମ୍ଭ ବଢାଇଥିବା ବେଳେ ଶ୍ରୀଲଙ୍କାକୁ ହରାଇବା ପରେ ଭ୍ରମଣକାରୀ ଇଂଲଣ୍ଡ ଦଳ ଜୋସରେ ଅଛି।

ଚେନ୍ନାଇର MA Chidambaram Stadium ରେ ଇଂଲଣ୍ଡ ବନାମ ଭାରତ ପ୍ରଥମ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଯାଇଛି। ଭ୍ରମଣକାରୀ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ସେପଟେ ପ୍ରଥମ ମ୍ୟାଚରେ ହିଁ ଟିମ୍ ଇଣ୍ଡିଆ (Team India) କୁ ଏକ ଶକ୍ତ ଛଟକା ଲାଗିଛି। ଟସ୍ ପଡିବାର କେଇ ଘଣ୍ଟା ପୂର୍ବରୁ ଅଲରାଉଣ୍ଡର ଅକ୍ଷର ପଟେଲ (Axar Patel) ଆହତ ହୋଇଛନ୍ତି। ବ୍ୟାକଫ୍ଲିପ୍ ପ୍ରଶିକ୍ଷଣ ବେଳେ ତାଙ୍କର ବାମ ଆଣ୍ଠୁରେ ବ୍ୟଥା ଅନୁଭବ କରିଥିଲେ।

Also Read: ପ୍ରଜ୍ଞାନଙ୍କ ଗୁଗଲିରେ ରିହାନା ହିଟ୍ ୱିକେଟ୍

BCCI କହିଛି ଯେ, ଗୁରୁବାର ବ୍ୟାକଫ୍ଲିପ୍ ପ୍ରଶିକ୍ଷଣ ବେଳେ ଅକ୍ଷର ପଟେଲ ଆହତ ହୋଇଛନ୍ତି। ଫଳରେ ତାଙ୍କୁ ପ୍ରଥମ ଟେଷ୍ଟ ମ୍ୟାଚ (Test Match) ରୁ ବାହାର କରାଯାଇଛି। ବର୍ତ୍ତମାନ ସେ ମେଡିକାଲ ଟିମର ତତ୍ତ୍ୱାବଧାନରେ ଅଛନ୍ତି। ସେପଟେ ଅକ୍ଷୟରଙ୍କ ସ୍ଥାନରେ ସ୍ପିନର ଶାହବାଜ ନଦୀମଙ୍କୁ ଟିମରେ ସାମିଲ କରାଯାଇଛି। ରାହୁଲ ଚହର (Rahul Chahar) ଙ୍କୁ ମଧ୍ୟ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ସୁଯୋଗ ଦିଆଯାଇଛି।

ଭାରତ ଭଳି ଇଂଲଣ୍ଡ ଟିମ (England Crickter Team) କୁ ବି ଧକ୍କା ଲାଗିଛି। ବିସ୍ଫୋରକ ବ୍ୟଟ୍ସମ୍ୟାନ ଜ୍ୟାକ୍ ଗ୍ରାଓଲେଙ୍କୁ ୨ଟି ଟେଷ୍ଟ ମ୍ୟାଚରୁ ବାହାର କରାଯାଇଛି। ତଥାପି ଭ୍ରମଣକାରୀ ଟିମର ମନୋବଳ ସୁଦୃଢ ଅଛି। ଚେନ୍ନାଇରେ ପ୍ରଥମ ମ୍ୟାଚ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୧୩ ତାରିଖରେ ଦ୍ୱିତୀୟ ମ୍ୟାଚ ଖେଳାଯିବ। ଅହମ୍ମଦାବାଦ ମୋଚେରା ଷ୍ଟାଡିୟମରେ ତୃତୀୟ ଓ ଚତୁର୍ଥ ମ୍ୟାଚ ଆୟୋଜନ ହେବ। ଏହି ଟେଷ୍ଟ ସିରିଜ ପରେ ଉଭୟ ଟିମ ୫ ଟିକିଆ ମ୍ୟାଚ ବିଶିଷ୍ଟ T20 ଓ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ (ODI series) ଖେଳିବେ।   

Also Read: Kangana targets Greta; କହିଲେ, 'ଗୋଟିଏ ଟିମରେ ଅଛନ୍ତି ସବୁ ପପୁ'

ଟିମ୍ ଇଣ୍ଡିଆ MA Chidambaram Stadiumରେ ବିଜୟର ରେକର୍ଡ କରିଛି। ଗତ ୩୫ ବର୍ଷ ହେଲା ଏହି ଷ୍ଟାଡିୟମରେ ଇଂଲଣ୍ଡକୁ ପରାସ୍ତ କରିଛି। ଏବେ ମଧ୍ୟ ସେହି ବିଜୟଧାରା ଜାରି ରଖିବାକୁ ବିରାଟ ବାହିନୀ ପ୍ରୟାସ କରିବ। ସେପଟେ ଇଂଲଣ୍ଡ ମଧ୍ୟ ବିଦେଶ ମାଟିରେ ନିଜ ରେକର୍ଡ ଭାଙ୍ଗିବା ଲକ୍ଷ୍ୟ ରଖିଛି। ଶେଷ ଥର ପାଇଁ ୧୯୮୫ରେ ଇଂଲଣ୍ଡ MA Chidambaram Stadiumରେ ଟେଷ୍ଟ ମ୍ୟାଚ ଜିତିଥିଲା।