Ind Vs NZ T20 Series: କିୱିକୁ ଧୋଇଲେ ରୋହିତ-ରାହୁଲ, ସିରିଜ ଜିତିଲା Team India
Advertisement
Article Detail0/zeeodisha/odisha1031254

Ind Vs NZ T20 Series: କିୱିକୁ ଧୋଇଲେ ରୋହିତ-ରାହୁଲ, ସିରିଜ ଜିତିଲା Team India

ଭାରତର ଦୁଇ ଓପନରଙ୍କ ମଧ୍ୟରେ ୧୧୭ ରନର ପାର୍ଟନରସିପ୍ ଥିଲା। କେ.ଏଲ୍ ରାହୁଲ ୧୩୨.୬୫ର ଷ୍ଟ୍ରାଇକ୍ ହାରରେ ୪୯ ବଲରେ ୬୫ ରନ୍ ସଂଗ୍ରହ କରିଥିଲେ। କ୍ୟାପଟେନ ରୋହିତ ଶର୍ମା ୩୬ଟି ବଲରେ ୫୫ ରନ୍ ସଂଗ୍ରହ କରି ୧୫୨.୭୭ ଷ୍ଟ୍ରାଇକ୍ ହାର କରିଥିଲେ। ୬ଟି ୱିକେଟ୍ ହରାଇ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୧୫୩ ରନ୍ ସଂଗ୍ରହ କରିଥିଲା। 

ସୌ: ସୋସିଆଲ ମି଼ଡିଆ

ନୂଆଦିଲ୍ଲୀ: ଭାରତ-ନ୍ୟୁଜିଲ୍ୟାଣ୍ଡ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଟିମ୍ ଇଣ୍ଡିଆ ଜିତିଛି। ଶୁକ୍ରବାର ରାଞ୍ଚି ଜେଏସସିଏ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଭାରତୀୟ ଖେଳାଳିଙ୍କ ଜଲୱା ଦେଖିବାକୁ ମିଳିଥିଲା। ଯେଉଁଥିପାଇଁ କିୱି ଦଳ ୭ ୱିକେଟରେ ପରାସ୍ତ ହୋଇଥିଲା। ଏହି ମ୍ୟାଚ ସହ ଭାରତ ସିରିଜକୁ ମଧ୍ୟ କବଜା କରିଛି।

ଭାରତର ଦୁଇ ଓପନରଙ୍କ ମଧ୍ୟରେ ୧୧୭ ରନର ପାର୍ଟନରସିପ୍ ଥିଲା। କେ.ଏଲ୍ ରାହୁଲ ୧୩୨.୬୫ର ଷ୍ଟ୍ରାଇକ୍ ହାରରେ ୪୯ ବଲରେ ୬୫ ରନ୍ ସଂଗ୍ରହ କରିଥିଲେ। କ୍ୟାପଟେନ ରୋହିତ ଶର୍ମା ୩୬ଟି ବଲରେ ୫୫ ରନ୍ ସଂଗ୍ରହ କରି ୧୫୨.୭୭ ଷ୍ଟ୍ରାଇକ୍ ହାର କରିଥିଲେ। ୬ଟି ୱିକେଟ୍ ହରାଇ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୧୫୩ ରନ୍ ସଂଗ୍ରହ କରିଥିଲା। ଗ୍ଲେନ୍ ଫିଲିପ୍ସ ସର୍ବାଧିକ ୩୪ ରନ ସଂଗ୍ରହ କରିଥିଲେ ଏବଂ ମାର୍ଟିନ ଗୁପଟିଲ ଓ ଡେରିଲ ମିଚେଲ ୩୧-୩୧ ରନ୍ ଯୋଡିଥିବାବେଳେ ମାର୍କ ଚାପମାନ ୨୧ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ।

Also Read: ଦ୍ୱିତୀୟ ଟି-20 ମ୍ୟାଚରେ କଟିବ ଏହି ଭାରତୀୟ ଖେଳାଳିଙ୍କ ପତା!

ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳ ପ୍ରଥମ ୬ ଓଭରରେ ଏକ ଭଲ ଖେଳ ପ୍ରଦର୍ଶନ କରିଥିଲେ। ପାୱାରପ୍ଲେରେ ବ୍ୟାଟିଂ କରି ଟପ୍ ଅର୍ଡର ଖେଳାଳିମାନେ ୬୪ ରନ୍ ଯୋଡିଥିବାବେଳେ ଏକମାତ୍ର ୱିକେଟ୍ ମାର୍ଟିନ୍ ଗୁପଟିଲଙ୍କ ରୂପରେ ପଡିଥିଲା। କିୱି ଦଳ ଏହି ଓପନିଂର ଲାଭ ଉଠାଇ ପାରିଲା ନାହିଁ ଏବଂ ୧୫୩ ସ୍କୋରରେ ଅଟକି ଗଲା। ଭାରତ ପକ୍ଷରୁ ହର୍ଷଲ ପଟେଲ ସର୍ବାଧିକ ୱିକେଟ୍ ନେଇଥିଲେ। ଡେବ୍ୟୁ ମ୍ୟାଚରେ ସେ ୨ କିୱି ବ୍ୟାଟ୍ସମ୍ୟାନ୍ଙ୍କୁ ପାଭିଲିଅନକୁ ପଠାଇଥିଲେ। ଏହା ବ୍ୟତୀତ ଭୁବନେଶ୍ୱର କୁମାର, ଦୀପକ ଚହର, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ ସମସ୍ତେ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

fallback
 
ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ନ୍ୟୁଜିଲାଣ୍ଡକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। ରାଞ୍ଚିରେ କାକର ଦେଖିବା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଜୟପୁରର ସାୱାଇ ମାନସିଂହ ଷ୍ଟାଡିୟମରେ ଟିମ୍ ଇଣ୍ଡିଆ ପ୍ରଥମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଜିତି ସିରିଜରେ ୧-୦ରେ ଆଗୁଆ ରହିଥିଲା। ଶୁକ୍ରବାରର ମ୍ୟାଚ୍ ଜିତିବା ପରେ ରୋହିତଙ୍କ ସୈନ୍ୟବାହିନୀ ୨-୦ରେ ଅପରାଜିତ ରହି ସିରିଜ ବିଜୟ ଲକ୍ଷ ରଖିଥିଲା। ରୋହିତ ଶର୍ମାଙ୍କ ନେତୃତ୍ୱାଧିନ ଟିମ ଇଣ୍ଡିଆର ଏକାଦଶରେ ହର୍ଷଲ ପଟେଲଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ହର୍ଷଲ ପଟେଲଙ୍କୁ ଭାରତର କିମ୍ବଦନ୍ତୀ କ୍ରିକେଟର ଅଜିତ ଆଗରକର ଟି-୨୦ ଆନ୍ତର୍ଜାତୀୟ କ୍ୟାପ ପିନ୍ଧାଇଥିଲେ।