ଦୀର୍ଘ ୫ ବର୍ଷ ପରେ ଟିମ ଇଣ୍ଡିଆରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିବ। ବିରାଟ କୋହଲି ଏବେ ନୂଆ ନେତୃତ୍ୱରେ ଖେଳିବେ। କ୍ରିଟେକର ସମସ୍ତ ଫର୍ମାଟରୁ ଅବସର ନେବା ପରେ ସେ ଏବେ ପୂର୍ବତନ ଅଧିନାୟକ ପାଲଟିଯାଇଛନ୍ତି। ବିରାଟଙ୍କ ସ୍ଥାନରେ ରୋହିତ ଶର୍ମା ଦଳର ନେତୃତ୍ୱ ନେଉଛନ୍ତି।
Trending Photos
ନୂଆଦିଲ୍ଲୀ: ଟେଷ୍ଟ୍ ଶୃଙ୍ଖଳାରେ ନୈରାଶ୍ୟଜନକ ପରାଜୟ ପରେ ବୁଧବାରଠୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ୍ ଇଣ୍ଡିଆର ଦିନିକିଆ ଅଭିଯାନ ଆରମ୍ଭ ହେଉଛି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଟେଷ୍ଟ ସିରିଜରେ ୧-୨ରେ ପରାଜୟ ପରେ ଟିମ୍ ଇଣ୍ଡିଆ ଯେକୌଣସି ମୂଲ୍ୟରେ ଏହି ଫର୍ମାଟର ମ୍ୟାଚରେ ସଫଳ ହେବାକୁ ଚାହିଁବ। ତେବେ ଏଥର ଦୁଇଟି ଟିମରେ ଦୁଇ ଜଣ ପୂର୍ବତନ ଅଧିନାୟକ ଅଛନ୍ତି। ନୂଆ ନେତୃତ୍ୱ ଅଧିନରେ ଉଭୟଙ୍କ ଖେଳ ଦେଖିବାକୁ ମିଳିବ।
ଜାନୁଆରୀ ୧୯ ରୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ। ପ୍ରଥମ ମ୍ୟାଚ ପାରଲ ସହରର ବୋଲାଣ୍ଡ ପାର୍କରେ ଆରମ୍ଭ ହେବ। ଜାନୁଆରୀ ୨୧ରେ ଏହି ଗ୍ରାଉଣ୍ଡରେ ହିଁ ଦ୍ୱିତୀୟ ମ୍ୟାଚ୍ ଅନୁଷ୍ଠିତ ହେବ। ଏହା ପରେ ଜାନୁଆରୀ ୨୩ରେ ସିରିଜର ଶେଷ ମ୍ୟାଚ୍ ନ୍ୟୁଲାଣ୍ଡସ୍, କେପ୍ ଟାଉନ୍ ଠାରେ ଖେଳାଯିବ। ଏହି ସୀମିତ ଓଭର ସିରିଜରେ ରୋହିତ ଶର୍ମାଙ୍କ ବିନା ଟିମ୍ ଇଣ୍ଡିଆ ଖେଳୁଛି। ଯଦିଓ ଶିଖର ଧାୱନ, ୟଜୁବେନ୍ଦ୍ର ଚହଲ, ମହମ୍ମଦ ସିରାଜ ଫେରିଛନ୍ତି। ଅନ୍ୟପକ୍ଷରେ, ରବିଚନ୍ଦ୍ରନ୍ ଅଶ୍ୱିନ୍ ୨୦୧୭ ପରଠାରୁ ପ୍ରଥମ ଥର ପାଇଁ ଦିନିକିଆ ଖେଳିପାରନ୍ତି।
Also Read: ସ୍ମାର୍ଟ ସିଟିରେ ସ୍ମାର୍ଟ ପ୍ରଜେକ୍ଟ; କଣ୍ଟ ପୁରି ଗଡ଼ିଲା ମାସ , ଏହି ଦିନ ହୋଇପାରେ ଉଦଘାଟନ
ଦୀର୍ଘ ୫ ବର୍ଷ ପରେ ଟିମ ଇଣ୍ଡିଆରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିବ। ବିରାଟ କୋହଲି ଏବେ ନୂଆ ନେତୃତ୍ୱରେ ଖେଳିବେ। କ୍ରିଟେକର ସମସ୍ତ ଫର୍ମାଟରୁ ଅବସର ନେବା ପରେ ସେ ଏବେ ପୂର୍ବତନ ଅଧିନାୟକ ପାଲଟିଯାଇଛନ୍ତି। ବିରାଟଙ୍କ ସ୍ଥାନରେ ରୋହିତ ଶର୍ମା ଦଳର ନେତୃତ୍ୱ ନେଉଛନ୍ତି। କିନ୍ତୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆରେ ତାଙ୍କର ଉପସ୍ଥିତି ଯୋଗୁଁ କେଏଲ ରାହୁଲ କ୍ୟାପଟେନସିପ୍ କରିବେ। ପ୍ରଥମ ଥର ପାଇଁ ଦିନିକିଆରେ ଭାରତର ନେତୃତ୍ୱ ନେଉଛନ୍ତି। ତେଣୁ ଏହି ମ୍ୟାଚ ନିଶ୍ଚିତ ଭାବେ ତାଙ୍କ ପାଇଁ ଏକ ମାଇଲଖୁଣ୍ଟ ହେବ।
ବିରାଟଙ୍କ ପରି କ୍ୱିଣ୍ଟନ ଡି କକ୍ ମଧ୍ୟ ପୂର୍ବତନ ଅଧିନାୟକ ପାଲଟିଛନ୍ତି। ଟେଷ୍ଟ କ୍ରିକେଟରୁ ଅବସର ନେଇଥିବା କ୍ୱିଣ୍ଟନ, ତେମ୍ବା ବଭୁମାଙ୍କ ନେତୃତ୍ୱରେ ଜଣେ ସାଧାରଣ ଖେଳାଳି ପରି ଖେଳିବେ। ବିରାଟ ଖୋହଲି ଓ କ୍ୱିଣ୍ଟନଙ୍କ ପାଇଁ ଏହି ମ୍ୟାଚ ଗୁରୁତ୍ୱପୂର୍ଣ୍ଣ ହେବ। ଦୁଇ ପୂର୍ବତନ ଅଧିନାୟକଙ୍କୁ ବୋଲାଣ୍ଡ ପାର୍କରେ ଅନେକ କିଛି ପ୍ରମାଣ କରିବାର ଅଛି। କାଗିସୋ ରାବଡାକୁ ଦକ୍ଷିଣ ଆଫ୍ରିକା ଦେଇଥିବା ବେଳେ ଋଷଭ ପନ୍ତଙ୍କୁ ଭାରତ ବିଶ୍ରାମ ଦେଇଛନ୍ତି। ସେପଟେ ଗତ ଦୁଇ ବର୍ଷ ଦିନିକିଆର ମଧ୍ୟମକ୍ରମ ସମ୍ଭାଳୁ ଥିବା କେଏଲ ରାହୁଲ ଏବେ ପାଳି ଆରମ୍ଭ କରିବେଷ ଶିଖର ଧାୱନଙ୍କ ସହ ଓପନିଂ କରିବେ। ବିରାଟ ତିନି ନଂରେ ବ୍ୟାଟିଂ କରିବା ସମ୍ଭାବନା ରହିଛି।
Also Read: ଆଜିର ରାଶିଫଳ: ଆପଣଙ୍କ ପକ୍ଷରେ ବୁଧବାର, ସତର୍କ ରୁହନ୍ତୁ ମିଥୁନ-କର୍କଟ-ମକର
ସୂଚନାଯୋଗ୍ୟ, ଭାରତ ଓ ଦକ୍ଷିଣ ଆଫ୍ରିକା ୮୪ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି। ଯେଉଁଥିରେ ଦକ୍ଷିଣ ଆଫ୍ରିକା ୪୬ ଓ ଭାରତ ୩୫ଟି ମ୍ୟାଚ ଜିତିଛି। ୩ଟି ମ୍ୟାଚ ଡ୍ର ରହିଛି। ଦକ୍ଷିଣ ଆଫ୍ରିକାରେ ଉଭୟ ଦଳ ୩୪ଟି ଦିନିକିଆରେ ଭେଟିଛନ୍ତି। ଏଥିରେ ବି ଘରୋଇ ଦଳର ଦବଦବା ଦେଖିବାକୁ ମିଳିଛି। ଦକ୍ଷିଣ ଆଫ୍ରିକା ୨୨ଟି ଓ ଭାରତ ମାତ୍ର ୧୦ଟି ମ୍ୟାଚ ଜିତିଛି। ସେହିପରି ଗତ ୫ଟି ଦ୍ୱିପାକ୍ଷିକ ଦିନିକିଆ ସିରିଜରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ମାତ୍ର ଗୋଟିଏ ସିରିଜ (୨୦୧୮) ଜିତିଥିବାବେଳେ ଚାରୋଟି ହାରିଛି। ଯିଦି ଏହି ପୁରୁଣା ରେକର୍ଡକୁ ଦେଖାଯାଏ ତେବେ ଦକ୍ଷିଣ ଆଫ୍ରିକାରେ ଭାରତର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି।