ସ୍ମାର୍ଟ ସିଟିରେ ସ୍ମାର୍ଟ ପ୍ରଜେକ୍ଟ; କଣ୍ଟ ପୁରି ଗଡ଼ିଲା ମାସ , ଏହି ଦିନ ହୋଇପାରେ ଉଦଘାଟନ
Advertisement
Article Detail0/zeeodisha/odisha1074378

ସ୍ମାର୍ଟ ସିଟିରେ ସ୍ମାର୍ଟ ପ୍ରଜେକ୍ଟ; କଣ୍ଟ ପୁରି ଗଡ଼ିଲା ମାସ , ଏହି ଦିନ ହୋଇପାରେ ଉଦଘାଟନ

ଉଦଘାଟନ ରେସରେ ସ୍ମାର୍ଟ ସିଟିର ସ୍ମାର୍ଟ ପ୍ରୋଜେକ୍ଟ। ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ ବା ବି.ଏସ.ସି.ଏଲ୍. ପକ୍ଷରୁ ରାଜଧାନୀ ଭୁବନେଶ୍ବରରେ ଚାଲିଥିବା ବହୁ ପ୍ରକଳ୍ପ ମଧ୍ୟରୁ ପ୍ରତୀକ୍ଷିତ ବିଏମସିର ନୂତନ ବିଲ୍ଡିଂ ଏବଂ ବହୁତଳ କାର୍ ପାର୍କିଂ ଅନ୍ୟତମ।

ଡିଜାଇନ୍ ଫଟୋ

ଭୁବନେଶ୍ୱର: ଉଦଘାଟନ ଦୌଡରେ ସ୍ମାର୍ଟ ସିଟିର ସ୍ମାର୍ଟ ପ୍ରୋଜେକ୍ଟ। ବିଏମସିର ନୂତନ ବିଲ୍ଡି ସହ ବହୁତଳ କାର ପାର୍କିଂ ପ୍ରୋଜେକ୍ଟ ଏବେ ଶେଷ ପର୍ଯ୍ୟାୟରେ ଅଛି। ସରିବ ସରିବ ହୋଇ ବର୍ଷ ପରେ ବର୍ଷ ବିତୁଛି। ଶେଷରେ ଧାର୍ଯ୍ୟ ସମୟ ଅତିକ୍ରମ କରି ଉଦଘାଟନ ଦୌଡରେ ସାମିଲ ହୋଇଛି। ବହୁ ପ୍ରତିକ୍ଷୀତ ବିଏମସି ନୂତନ ବିଲ୍ଡିଂର କାମ ୯୮ ପ୍ରତିଶତ ଶେଷ ହୋଇଥିବା ବେଳେ ଦୁଇଟି ବହୁତଳ କାର ପାର୍କିଂ ପ୍ରୋଜେକ୍ଟର କାମ ମଧ୍ୟ ଶେଷ ପର୍ଯ୍ୟାୟରେ ରିହିଛି। ତେବେ ଏହି ଦୁଇଟି ପ୍ରୋଜକ୍ଟ ଚଳିତ ଜାନୁୟାରୀ ୨୬ ତାରିଖରେ ସମ୍ଭବତଃ ଉଦଘାଟନ ହେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। 

ଉଦଘାଟନ ରେସରେ ସ୍ମାର୍ଟ ସିଟିର ସ୍ମାର୍ଟ ପ୍ରୋଜେକ୍ଟ। ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ ବା ବି.ଏସ.ସି.ଏଲ୍. ପକ୍ଷରୁ ରାଜଧାନୀ ଭୁବନେଶ୍ବରରେ ଚାଲିଥିବା ବହୁ ପ୍ରକଳ୍ପ ମଧ୍ୟରୁ ପ୍ରତୀକ୍ଷିତ ବିଏମସିର ନୂତନ ବିଲ୍ଡିଂ ଏବଂ ବହୁତଳ କାର୍ ପାର୍କିଂ ଅନ୍ୟତମ। ଏହି ପ୍ରକଳ୍ପ କାର୍ଯ୍ୟ ୨୦୧୯ ମସିହାରେ ଆରମ୍ଭ ହୋଇଥିବା ବେଳେ ନିର୍ଦ୍ଧାରିତ ସମୟ ଅତିକ୍ରମ କରି ଶେଷରେ ମନ୍ଥର ଗତିରେ କାମ ଶେଷ ହୋଇ ଏବେ ଉଦଘାଟନ ଅପେକ୍ଷାରେ ରହିଛି। 

Also Read: Coronavirus Updates : ଦିନକର ବ୍ରେକ୍ ପରେ ବଢ଼ିଲା ସଂକ୍ରମଣ, ରେଡ୍ ଜୋନରେ ଛଅ ଜିଲ୍ଲା

 

ସତ୍ୟନଗର ସମ୍ମୁଖରେ ଥିବା ବିଏମସିର ନୂତନ ବିଲ୍ଡି କାର୍ଯ୍ୟ ପ୍ରାୟ ୯୮ ପ୍ରତିଶତ ଶେଷ ହୋଇ ଟଚ୍ ଅପ୍ କାମ ଚାଲିଛି। ଏଥିରେ ବେସମେଣ୍ଟ ସହ ମୋଟ ୧୩ଟି ମହଲା ରହିଛି। ଯେଉଁଠାରେ ଉଭୟ ବିଏମସି ଓ ସ୍ମାର୍ଟ ସିଟି କାର୍ଯ୍ୟାଳୟ ପରିଚାଳିତ ହେବ। ତେବେ ଖୁବଶୀଘ୍ର କାମ ସାରି ହସ୍ତାନ୍ତର କରାଯିବ ବୋଲି ନିର୍ମାଣ ସଂସ୍ଥା ପକ୍ଷରୁ କୁହାଯାଇଛି।

ମୋଟ ୪.୨ ଏକର ଜମିରେ ପରିବ୍ୟାପ୍ତ ବିଏମସି ବିଲ୍ଡିକୁ ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ସହ ନିର୍ମାଣ କରାଯାଇଛି। ସୌର ଶକ୍ତି, ବର୍ଷା ଜଳ ସଂରକ୍ଷଣ ସମେତ ଚତୁପାର୍ଶ୍ବରେ ଛୋଟ ଉଦ୍ୟାନ କରାଯିବ। ସେପଟେ ସହିଦ ନଗର ବହୁ ତଳ କାର ପାର୍କିଂ ବିଲ୍ଡିଂ ପ୍ରାୟ ଶେଷ ହୋଇଥିବା ବେଳେ ବାହାର ଟାଇଲ କାମ ଚାଲିଛି। 

Also Read: ବଢୁଛି ଅପରାଧ, କ୍ରାଇମ କ୍ୟାପିଟାଲ ପାଲଟିଲାଣି ଭୁବନେଶ୍ୱର

ଅପରପଟେ ୟୁନିଟ ୨ରେ ବହୁ ତଳ କାର ପାର୍କିଂ ବିଲ୍ଡିଂ ଏବେବି ଦରଗଢା ହୋଇ କାର୍ଯ୍ୟ ଚାଲିଛି। ଯେଉଁଠି ପାର୍କିଂ ସୁବିଧା ସହ ସମସ୍ତ ସ୍ମାର୍ଟ ଫିଚର ତଥା କମର୍ସିଆଲ୍ ସ୍ପେସ୍, ରେଷ୍ଟୁରାଣ୍ଟ ଓ ବିଭିନ୍ନ କାର୍ଯ୍ୟାଳୟ ପାଇଁ ବ୍ୟବସ୍ଥା ରହିଛି। ତେବେ ଏହି ଦୁଇଟି ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ଶେଷ ହୋଇ ପରିଚାଳନା ପାଇଁ ବ୍ୟବସ୍ଥା କରାଯାଉଥିବା ବିଏସସିଏଲ ସିଇଓ, ସଂଜୟ ସିଂ କହିଛନ୍ତି।