ଜୁହାର ପରିବାର ବେଙ୍ଗାଲୁରୁ ପକ୍ଷରୁ ଅଟଲ ସହାୟତା
Advertisement

ଜୁହାର ପରିବାର ବେଙ୍ଗାଲୁରୁ ପକ୍ଷରୁ ଅଟଲ ସହାୟତା

କୋରୋନା (Coronavirus) କାଳରେ ଗାଁ ଗହଳିର ଲୋକ କଳାକାରମାନଙ୍କର କାର୍ଯ୍ୟକ୍ରମ ସବୁ ବନ୍ଦ ରହିଥିବା ଯୋଗୁଁ ଅଭାବ ଅନାଟନ ଭିତରେ ଦିନ କାଟୁଛନ୍ତି। ଏଭଳି ପରିସ୍ଥିତିରେ ଜୁହାର ପରିବାର ବେଙ୍ଗାଲୁରୁ (Juhar Parivar Bengaluru) ପକ୍ଷରୁ ପଶ୍ଚିମାଞ୍ଚଳର କଳାକାରମାନଙ୍କ ସହାୟତା ପାଇଁ ଏକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ଜୁହାର ପରିବାର ବେଙ୍ଗାଲୁରୁ ପକ୍ଷରୁ ଅଟଲ ସହାୟତା

ସମ୍ବଲପୁର: କୋରୋନା ମହାମାରୀ ଯୋଗୁଁ ସାରା ବିଶ୍ବରେ ସଂକ୍ରମଣର ଆଶଙ୍କା ବଲବତ୍ତର ରହିଛି। ମହାମାରୀରୁ ରକ୍ଷା ପାଇବା ପାଇଁ ସରକାର ଲକଡାଉନ ଜାରି କରିଛନ୍ତି। କାମ ନ ପାଇ ଅନେକେ ଦୁଖଃ ଦୁର୍ଦ୍ଦଶାରେ ଦିନ କାଟୁଥିବା ବେଳେ ଲୋକ କଳାକାରମାନେ ମଧ୍ୟ ଏଥିରୁ ବାଦ ପଡ଼ି ନାହାନ୍ତି। ଏହି ଲକଡାଉନ ଯୋଗୁଁ  ଲୋକ କଳାକାରମାନେ ସବୁଠାରୁ ବେଶୀ ପ୍ରଭାବିତ ହୋଇଛନ୍ତି। ଆଉ ସେମାନଙ୍କୁ 
ସହାୟତାର ହାତ ବଢାଇଛି ଜୁହାର ପରିବାର ବେଙ୍ଗାଲୁରୁ।

କୋରୋନା (Coronavirus) କାଳରେ ଗାଁ ଗହଳିର ଲୋକ କଳାକାରମାନଙ୍କର କାର୍ଯ୍ୟକ୍ରମ ସବୁ ବନ୍ଦ ରହିଥିବା ଯୋଗୁଁ ଅଭାବ ଅନାଟନ ଭିତରେ ଦିନ କାଟୁଛନ୍ତି। ଏଭଳି ପରିସ୍ଥିତିରେ ଜୁହାର ପରିବାର ବେଙ୍ଗାଲୁରୁ (Juhar Parivar Bengaluru) ପକ୍ଷରୁ ପଶ୍ଚିମାଞ୍ଚଳର କଳାକାରମାନଙ୍କ ସହାୟତା ପାଇଁ ଏକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଗତ ୧୪ ତାରିଖ କଳାକାର ଦିବସ ଠାରୁ ପଶ୍ଚିମାଞ୍ଚଳର ବୟୋବୃଦ୍ଧ କଲାକାର ସ୍ବର୍ଗତ  ଅଟଲ ବିହାରୀ ପଣ୍ଡାଙ୍କର ସ୍ମୃତିରେ ଅଟଲ  ସହାୟତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। 

Also Read: ଅବହେଳିତ ପଶ୍ଚିମ ଓଡ଼ିଶା! କୃଷକଙ୍କ ସମସ୍ୟା ନେଇ ବିଜେପିର ଧାରଣା

ଏହି କ୍ରମରେ ଗତକାଲି ମାନେଶ୍ବର ବ୍ଲକ (Maneswar Block) ର ଜାଦୁ ଲୋଇସିଂ ଗାଁରେ ଜୁହାର  ପରିବାର ବେଙ୍ଗାଲୁରୁ ପକ୍ଷରୁ ଅଟଲ ସାହାୟତା ଯୋଜନା (Atal sahayata yojona) ମାଧ୍ୟମରେ କୋଡିଏଟି ଦଣ୍ଡ କଳାକାରଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଥିଲା। ଗରିବ ଶ୍ରେଣୀର ଲୋକ କଳାକାରମାନଙ୍କୁ (Folk Artist) ଜୁହାର ପରିବାର ବେଙ୍ଗାଲୁରୁ ତରଫରୁ ଏଭଳି କାର୍ଯ୍ୟକ୍ରମ କରାଯାଇ ସାହାଯ୍ୟ କରାଯିବ ବୋଲି ଅନୁଷ୍ଠାନର ସଦସ୍ୟ ଫଣୀନ୍ଦ୍ର ସା କହିଛନ୍ତି।