'କାଚା ବାଦାମ' ଫେମ୍ Bhuban Badyakar ଆହତ, ଜାଣନ୍ତୁ କିଏ କଲା ଦୁର୍ଘଟଣା
Advertisement
Article Detail0/zeeodisha/odisha1111607

'କାଚା ବାଦାମ' ଫେମ୍ Bhuban Badyakar ଆହତ, ଜାଣନ୍ତୁ କିଏ କଲା ଦୁର୍ଘଟଣା

ନିକଟରେ 'କାଚା ବାଦାମ' ଗାୟକ ଭୁବନ ବାଦ୍ୟାକର ଏକ ପୁରୁଣା କାର କିଣିଛନ୍ତି। ସେହି କାର ଚଳାବାକୁ ଶିଖୁଥିବା ବେଳେ ନିୟନ୍ତ୍ରଣ ହରାଇ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଭୁବନଙ୍କ ଛାତିରେ ଆହତ ଲାଗିଛି। 

ସୌ- ସୋସିଆଲ ମିଡିଆ

କୋଲକାତା: 'କାଚା ବାଦାମ' ଗାୟକ ଭୁବନ ବାଦ୍ୟାକର ସୋମବାର ଏକ କାର ଦୁର୍ଘଟଣାର ଶୀକାର ହୋଇଛନ୍ତି। ସେ ଗାଡି ଚଳାଇବାକୁ ଶିଖୁଥିବାବେଳେ ଏହି ଘଟଣା ଘଟିଥିଲା। ଛାତିରେ ଆଘାତ ଲାଗିଥିବାରୁ ଭାଇରାଲ ଗାୟକଙ୍କୁ ସୁପର ସ୍ପେସିଆଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ନିକଟରେ 'କାଚା ବାଦାମ' ଗାୟକ ଭୁବନ ବାଦ୍ୟାକର ଏକ ପୁରୁଣା କାର କିଣିଛନ୍ତି। ସେହି କାର ଚଳାବାକୁ ଶିଖୁଥିବା ବେଳେ ନିୟନ୍ତ୍ରଣ ହରାଇ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଭୁବନଙ୍କ ଛାତିରେ ଆହତ ଲାଗିଛି। ତାଙ୍କୁ ପଶ୍ଚିମବଙ୍ଗ, ବିରଭୁମର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି।

Also Read: Coronavirus Updates: ଏହି ମାସରେ ଆସିବ ଚତୁର୍ଥ ଲହର, ସ୍ପଷ୍ଟ କଲା IIT କାନପୁର

'କାଚା ବାଦାମ' ଗୀତ ଭାଇରାଲ ହେବା ପରେ ପଶ୍ଚିମବଙ୍ଗର ବୁଲା ବିକାଳି ଭୁବନ ନିକଟରେ କୋଲକାତାର ପ୍ଲସ୍ ପବରେ ଅଭିନୟ କରିଥିଲେ। ଏଥିପାଇଁ ସେ ଏକ ଶିମିରି ବ୍ଲାକ୍ ଜ୍ୟାକେଟ୍ ସହ ରକଷ୍ଟାର୍ ଅବତାର ନଜର ଆସିଥିଲେ। 'କାଚା ବାଦାମ' ଗୀତ ଭାଇରାଲ ହେବା ପରେ ଭୁବନ ରାତାରାତି ଷ୍ଟାର ପାଲଟିଯାଇଛନ୍ତି। ଯେଉଁମାନେ 'କାଚା ବାଦାମ' ପାଇଁ ଭୁବନ ବାଦ୍ୟାକରଙ୍କୁ ଟ୍ରୋଲ କରିଥିଲେ, ସେମାନେ ବର୍ତ୍ତମାନ ତାଙ୍କ ସହ ସେଲଫି ନେବାକୁ ଚାହୁଁଛନ୍ତି।

ଏକ ସାକ୍ଷାତକାରରେ ଭୁବନ କହିଥିଲେ, "ଯେତେବେଳେ ମୁଁ ଏହି ଗୀତକୁ ଗାଇଲି ସେତେବେଳେ ମୋ ଅଞ୍ଚଳର ଅନେକ ଲୋକ ମୋତେ ଅପମାନିତ କରିଥିଲେ ଏବଂ ଉପହାସ କରିଥିଲେ। ବର୍ତ୍ତମାନ ଗୀତଟି ଭାଇରାଲ ହେବା ପରେ ସେମାନେ ମୋତେ ଭେଟିବାକୁ ଚାହୁଁଛନ୍ତି, ମୋତେ ଦେଖା କରିବାକୁ ଚାହୁଁଛନ୍ତି। କେହି କେହି ମୋତେ ସେମାନଙ୍କ ସହ ସେଲଫି ନେବାକୁ ମଧ୍ୟ ଅନୁରୋଧ କରିଛନ୍ତି। ଏହା ବିଡମ୍ବନାର ବିଷୟ। ସମସ୍ତଙ୍କ ପାଇଁ ସମୟ ଏବଂ ଭାଗ୍ୟ ବଦଳିଯାଏ। "