Coronavirus Updates: ଏହି ମାସରେ ଆସିବ ଚତୁର୍ଥ ଲହର, ସ୍ପଷ୍ଟ କଲା IIT କାନପୁର
Advertisement

Coronavirus Updates: ଏହି ମାସରେ ଆସିବ ଚତୁର୍ଥ ଲହର, ସ୍ପଷ୍ଟ କଲା IIT କାନପୁର

ଆଇଆଇଟି, କାନପୁରର ତିନିଜଣ ବୈଜ୍ଞାନିକ - ସାବରା ପ୍ରସାଦ ରାଜେଶଭାଇ, ସୁବ୍ରା ସଙ୍କର ଧର ଏବଂ ଶାଲାବଙ୍କ ଦ୍ୱାରା ମହାମାରୀର ଭୟବହତା ଉପରେ ଅଧ୍ୟୟନ କରାଯାଇଥିଲା। କୋରୋନାର ପ୍ରାରମ୍ଭିକ ତଥ୍ୟ ଉପଲବ୍ଧତା ତାରିଖ ଠାରୁ ୯୩୬ ଦିନ ପରେ ଭାରତରେ ଚତୁର୍ଥ ଲହର ହିଟ୍ କରିବ। ୨୦୨୦ ଜାନୁୟାରୀ ୩୦ରେ କୋରୋନାଭାଇରସର ପ୍ରାଥମିତକ ତଥ୍ୟ ଉପଲବ୍ଧ ହୋଇଥିଲା।

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: କୋରୋନା ସଙ୍କଟରୁ ଆଶ୍ୱସ୍ତି ମଧ୍ୟରେ ଏକ ଚିନ୍ତା ଜନକ ଖବର ସାମନାକୁ ଆସିଛି। ଖୁବଶୀଘ୍ର ଭାରତରେ ମହାମାରୀର ଚତୁର୍ଥ ଲହର ହିଟ୍ ହେବ। ନିକଟରେ ଆଇଆଇଟି କାନପୁର ଦ୍ୱାରା କରାଯାଇଥିବା ଏକ ଗବେଷଣା ଅନୁସାରେ, ଆସନ୍ତା ଜୁନରେ ଦେଶରେ କୋରୋନାର ଚତୁର୍ଥ ଲହର ଆସିପାରେ। 
 
ଆଇଆଇଟି, କାନପୁରର ତିନିଜଣ ବୈଜ୍ଞାନିକ - ସାବରା ପ୍ରସାଦ ରାଜେଶଭାଇ, ସୁବ୍ରା ସଙ୍କର ଧର ଏବଂ ଶାଲାବଙ୍କ ଦ୍ୱାରା ମହାମାରୀର ଭୟବହତା ଉପରେ ଅଧ୍ୟୟନ କରାଯାଇଥିଲା। କୋରୋନାର ପ୍ରାରମ୍ଭିକ ତଥ୍ୟ ଉପଲବ୍ଧତା ତାରିଖ ଠାରୁ ୯୩୬ ଦିନ ପରେ ଭାରତରେ ଚତୁର୍ଥ ଲହର ହିଟ୍ କରିବ। ୨୦୨୦ ଜାନୁୟାରୀ ୩୦ରେ କୋରୋନାଭାଇରସର ପ୍ରାଥମିତକ ତଥ୍ୟ ଉପଲବ୍ଧ ହୋଇଥିଲା। ଅଧ୍ୟୟନରେ କୁହାଯାଇଛି ଯେ, ଚତୁର୍ଥ ଲହର ସହିତ ଏକ ନୂତନ ଭ୍ୟାରିଆଣ୍ଟ ଆସିପାରେ। ଟିକା ସ୍ଥିତି ଓ ସଂକ୍ରମଣର ତୀବ୍ରତା ଉପରେ ମୃତ୍ୟୁହାର ନିର୍ଭର କରିବ। 

Also Read: କିଡନୀ ରୋଗର ୧୩ଟି ପ୍ରାଥମିକ ଲକ୍ଷଣ, ଅଣଦେଖା କଲେ ବଢ଼ିବ ବିପଦ

ଅଧ୍ୟୟନରେ ଏହା ମଧ୍ୟ କୁହାଯାଇଛି ଯେ, ଓମିକ୍ରନ୍ ନିଜେ ଏକ ନୂତନ ସଂସ୍କରଣ ସୃଷ୍ଟି କରିବାରେ ବିକଶିତ ହେବ। ଜୁନ୍ ମାସରେ କୋଭିଡର ଚତୁର୍ଥ ଲହର ଆସି ଅକ୍ଟୋବର ପର୍ଯ୍ୟନ୍ତ ଜାରି ରହିବ। ତେବେ ଏହାର ଗମ୍ଭୀରତା ସ୍ଥିର କରାଯାଇ ନାହିଁ। ଏହି ସମୟରେ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୦ ହଜାରରୁ ଊର୍ଦ୍ଧ୍ୱ କୋଭିଡ ମାମଲା ଚିହ୍ନଟ ହୋଇଥିବା ବେଳେ ୨୪୩ ମୃତ୍ୟୁ ରେକର୍ଡ କରାଯାଇଛି।  ଏହି ସମୟରେ ୨୦ ହଜାରରୁ ଅଧିକ କୋରୋନା ରୋଗୀ ସୁସ୍ଥ ହୋଇ ଫେରିଛନ୍ତି।