ଏହି ହଲିଉଡ୍ ଅଭିନେତ୍ରୀଙ୍କୁ ମୂର୍ଖ କହିଲେ କଙ୍ଗନା
Advertisement

ଏହି ହଲିଉଡ୍ ଅଭିନେତ୍ରୀଙ୍କୁ ମୂର୍ଖ କହିଲେ କଙ୍ଗନା

କୃଷକ ଆନ୍ଦୋଳନକୁ ନେଇ ବିଶ୍ୱବ୍ୟାପୀ ଚର୍ଚ୍ଚା ଆରମ୍ଭ ହେଲାଣି। ହଲିଉଡଠୁ ଆରମ୍ଭ କରି ପ୍ରତିଷ୍ଠିତ ବ୍ୟକ୍ତିମାନେ ଆନ୍ଦୋଳନକୁ ସମର୍ଥନ କରୁଛନ୍ତି। ଆଉ ସରକାରଙ୍କ ପକ୍ଷରେ ବାହାରିଛନ୍ତି ଅଭିନେତ୍ରୀ କଙ୍ଗନା ରଣାୱତ।

ଏହି ହଲିଉଡ୍ ଅଭିନେତ୍ରୀଙ୍କୁ ମୂର୍ଖ କହିଲେ କଙ୍ଗନା

ନୂଆଦିଲ୍ଲୀ: ପ୍ରାୟ ୭୦ ଦିନ ଧରି ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନ ଚାଲିଛି। ସାଧାରଣତନ୍ତ୍ର ଦିବସ ଭାଳି ଆନ୍ଦୋଳନରେ ପୁଣି କୌଣସି ପ୍ରକାର ହିଂସା ନ ବ୍ୟାପେ, ସେଥିପାଇଁ ପୋଲିସ ଧାରଣାସ୍ଥଳକୁ ଦର୍ଗରେ ପରିଣତ କରିଛି। ସେପଟେ କୃଷକ ଆନ୍ଦୋଳନକୁ ନେଇ ବିଶ୍ୱବ୍ୟାପୀ ଚର୍ଚ୍ଚା ଆରମ୍ଭ ହେଲାଣି। ହଲିଉଡଠୁ ଆରମ୍ଭ କରି ପ୍ରତିଷ୍ଠିତ ବ୍ୟକ୍ତିମାନେ ଆନ୍ଦୋଳନକୁ ସମର୍ଥନ କରୁଛନ୍ତି। ଆଉ ସରକାରଙ୍କ ପକ୍ଷରେ ବାହାରିଛନ୍ତି ଅଭିନେତ୍ରୀ କଙ୍ଗନା ରଣାୱତ।

ମଙ୍ଗଳବାର ରାତିରେ ହଲିଉଡ ଅଭିନେତ୍ରୀ ତଥା ପପ ଷ୍ଟାର ରିହାନା (Rihanna) କୃଷକ ଆନ୍ଦୋଳନ (Farmer Protest) କୁ ନେଇ ଏକ ଟ୍ୱିଟ କରିଛନ୍ତି। ସେ ଦିଲ୍ଲୀ ସୀମାରେ ଲାଗିରହିଥିବା ଉତ୍ତେଜନା ଓ ଇଣ୍ଟରନେଟ ସେବା ବନ୍ଦ ଥିବାର ଏକ ଖବରକୁ ରିଟ୍ୱୁଟି କରି, "ଆମେ କାହିଁକି ଏ ବିଷୟରେ କଥାବାର୍ତ୍ତା କରୁନାହୁଁ?" ବୋଲି ସେ ଲେଖିଛନ୍ତି। ଏହି ଟ୍ୱିଟ୍ ଆସିବା ମାତ୍ରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ହଠାତ ପ୍ରକଟ ହୋଇଥିଲେ। ଆଉ ରିୟାଙ୍କୁ ତାଙ୍କ ପ୍ରଶ୍ନର ଜବାବ ଦେଇଥିଲେ। 

Also Read: କଙ୍ଗନାଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି ଦିଲଜିତ୍!

କଙ୍ଗନା (Kangana Ranaut) ଟ୍ୱିଟ୍ କରି କହିଛନ୍ତି ଯେ, କେହି ଏହି ବିଷୟରେ ଆଲୋଚନା କରୁନାହାନ୍ତି, କାରଣ ସେମାନେ କୃଷକ ନୁହଁନ୍ତି ସେମାନେ ଆତଙ୍କବାଦୀ (Terrorist) । ଯେଉଁମାନେ ଭାରତକୁ ବିଭାଜନ କରିବାକୁ ଚାହୁଁଛନ୍ତି। ଯଦ୍ୱାରା ଚୀନ୍ ଆମ ଦେଶକୁ ନିଜ ଅଧୀନକୁ ନେଇ ଆମେରିକା ପରି ଏକ ଚାଇନିଜ୍ କଲୋନୀ (Chinese Colony) ଗଠନ କରୁ। ତୁମେ ମୂର୍ଖ ଚୁପଚାପ୍ ବସ। ଆମେ ତୁମ ପରି ମୂର୍ଖ ନୁହଁ ଯିଏ ଦେଶ ବିକ୍ରୟ କରେfallback।''

 

କେବଳ ଯେ କୃଷକ ଆନ୍ଦୋଳନ ପ୍ରସଙ୍ଗରେ ରିହାନା ନିଜର ମନ୍ତ୍ରବ୍ୟ ରଖିଛନ୍ତି ତାହା ନୁହେଁ। ମିଆଁମାରର ସେନା ଶାସନ ଉପରେ ମଧ୍ୟ ସେ ଟ୍ୱିଟ କରିଥିଲେ। "ମିଆଁମାର ମୋର ପ୍ରାର୍ଥନା ତୁମ ସହିତ ଅଛି।" ବୋଲି ରିହାନା ଲେଖିଛନ୍ତି। ଅନ୍ୟପଟେ ଆରମ୍ଭକୁ କଙ୍ଗନା ରଣାୱତ କେନ୍ଦ୍ର ସରକାରଙ୍କ ସପକ୍ଷରେ ଠିଆ ହେଉଛନ୍ତି। ଆଉ କୃଷକ ଆନ୍ଦୋଳନକୁ ସମର୍ଥନ କରୁଥିବା ଅଭିନେତା ଦିଲଜିତ ଦୋସାଞ୍ଜ, ପ୍ରିୟଙ୍କା ଚୋପ୍ରା ଏବଂ ସ୍ୱରା ଭାସ୍କରଙ୍କୁ ସେ ଟାର୍ଗେଟ କରିଛନ୍ତି।

Also Read: ଇନ୍ଦିରା ଗାନ୍ଧୀ ହେବେ ବଲିଉଡ ଅଭିନେତ୍ରୀ କଙ୍ଗନା

fallback

ରିହାନା ପରେ ସ୍ୱିଡେନର ପରିବେଶ ସୁରକ୍ଷାକର୍ମୀ ଗ୍ରେଟା ଥନବର୍ଗ (GretaThunberg) ବି କୃଷକ ଆନ୍ଦୋଳନକୁ ନିଜର ସମର୍ଥନ ଜଣାଇଛନ୍ତି। ଗ୍ରେଟା ମଧ୍ୟ ରିହାନାଙ୍କ ପରି ଦିଲ୍ଲୀ ଖବରକୁ ରିଟ୍ୱିଟ୍ କରି ଭାରତର ଆନ୍ଦୋଳନକାରୀ କୃଷକଙ୍କ ସହ ଅଛି ବୋଲି କହିଛନ୍ତି।