ବିବାହ କରିବେ Ranbir-Alia, Divorce ନେଇ ଆସିଲା ଏମିତି ତଥ୍ୟ
Advertisement

ବିବାହ କରିବେ Ranbir-Alia, Divorce ନେଇ ଆସିଲା ଏମିତି ତଥ୍ୟ

କେଆରକେ ବଲିଉଡ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବିବାହ ସହ ବିଚ୍ଛେଦକୁ ନେଇ ଏକ ଟ୍ୱିଟ କରି ଚର୍ଚ୍ଚାକୁ ଆସିଛନ୍ତି ।

ବିବାହ କରିବେ Ranbir-Alia, Divorce ନେଇ ଆସିଲା ଏମିତି ତଥ୍ୟ

ନୂଆଦିଲ୍ଲୀ: ବଲିଉଡ ଯୋଡ଼ି ତାଲିକାରେ ଆଲିଆ ଓ ରଣବୀରଙ୍କ ନାଁ ସର୍ବ ପ୍ରଥମେ ଆସିଥାଏ। ତେବେ ତାଙ୍କ ଫ୍ୟାନ୍ସ ମାନେ ଚାହୁଁଛନ୍ତି ଯେ,  ଏହି ଯୋଡ଼ି ଯଥାଶୀଘ୍ର ହାତ କୁ ଦି ହାତ ହୋଇଯାଆନ୍ତୁ । ସେଥିପାଇଁ ଏମାନଙ୍କ ଜୀବନ ସହ ଜଡ଼ିତ ସବୁ କଥା ଜାଣିବାକୁ ତାଙ୍କ ଫ୍ୟାନ୍ସ ମାନେ ଚାହିଁଥାନ୍ତି । ତେବେ ଏହାକୁ ନେଇ ତାଙ୍କ ବିବାହ ଠାରୁ ଆରମ୍ଭ କରି ତାଙ୍କ ବିବାହ ବିଚ୍ଛେଦ ଯାଏଁ ଭବିଷ୍ୟବାଣୀ କରିଛନ୍ତି କମାଲ ।

କମାଲ ରାଶିଦ ଖାନ (Kamaal R Khan) ସବୁବେଳେ ନିଜର ବୟାନ ପାଇଁ ସୋସିଆଲ ମିଡିଆରେ ସବୁ ବେଳେ ଚର୍ଚ୍ଚାରେ ରହିଥାନ୍ତି । କେଆରକେ ସେମାନଙ୍କ ମଧ୍ୟରୁ ଜଣେ ଯିଏ ନିଜର ବିବାଦୀୟ ବୟାନ ପାଇଁ ସବୁବେଳେ ସୋସିଆଲ ମିଡିଆର ଚର୍ଚ୍ଚାରେ ରହିବାକୁ ପସନ୍ଦ କରିଥାନ୍ତି । ଏଥର କେଆରକେ ବଲିଉଡ (Bollywood Actor) ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ (Bollywood Actress) ଆଲିଆ ଭଟ୍ଟଙ୍କ ବିବାହ ସହ ବିଚ୍ଛେଦକୁ ନେଇ ଏକ ଟ୍ୱିଟ କରି ଚର୍ଚ୍ଚାକୁ ଆସିଛନ୍ତି ।

Also Read: ବିଶ୍ୱାସରେ ବିଷ ଦିଅନ୍ତି ଏହି ରାଶିର ବ୍ୟକ୍ତିବିଶେଷ ! କୁହନ୍ତୁନି ନିଜ Secret

ପ୍ରକୃତରେ କେଆରକେ ଟ୍ୱିଟରରେ କିଛି ପ୍ରେଡିକ୍ସନ ପୋଷ୍ଟ କରିଛନ୍ତି । ନିଜ ଟ୍ୱିଟରରେ କେଆରକେ କିଛି କଥା ଲେଖିଛନ୍ତି, ଯେ ଅଧିକରୁ ଅଧିକ ୨୦୨୨ ର ଶେଷ ଆଡ଼କୁ (Ranbir Kapoor Alia Bhatt Wedding) ବିବାହ କରିବେ । ହେଲେ ବିବାହର ୧୫ ବର୍ଷ ଭିତରେ ହିଁ ଆଲିଆଙ୍କୁ  Divorce ଦେବେ ରଣବୀର । ଏହାର ଅର୍ଥ ୨୦୩୭ ବେଳକୁ ରଣବୀର ଆଲିଆଙ୍କୁ ଛାଡ଼ପତ୍ର ଦେଇଦେବେ ।

Also Read: Googleକୁ ବଡ଼ ଝଟକା: ଗଣିବ ୪ ହଜାର ୪ ଶହ କୋଟିର ଜରିମାନା

କେଆରକେ (Kamaal R Khan)ନିକଟ ଅତୀତରେ ସଲମାନ ଖାନଙ୍କ (Salman Khan) ମୁଭି ରିଭ୍ୟୁ ଉପରେ କହି ଫସିଥିଲେ । ଅଭିନେତା ତାଙ୍କ ଉପରେ ମାନହାନୀର ମାମଲା ଦାୟର କରିଥିଲେ । ଏମାନଙ୍କ ଲଢେଇରେ ସିଙ୍ଗର ମିକ୍କା ସିଂ ମଧ୍ୟ ଏଣ୍ଟ୍ରି କରିଥିଲେ । (Mika Singh) କେଆରକେଙ୍କ ଉପରେ ଏକ ଗୀତ ମଧ୍ୟ ଲେଖିଥିଲେ । ଏହି ଦୁଇଜଣଙ୍କ ତିକ୍ତତା ସୋସିଆଲ ମିଡିଆରେ ଖୁବ ଭାଇରାଲ ମଧ୍ୟ ହୋଇଥିଲା ।