ଏକ ସାକ୍ଷାତକାରରେ ନୀତିଶ ଭରଦ୍ୱାଜ ପତ୍ନୀ ସ୍ମିତାଙ୍କଠାରୁ ଅଲଗା ହେବା ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, 'ହଁ, ମୁଁ ସେପ୍ଟେମ୍ବର ୨୦୧୯ରେ ମୁମ୍ବାଇର ଫ୍ୟାମିଲି କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲି।
Trending Photos
ନୂଆଦିଲ୍ଲୀ: ସେଲିବ୍ରିଟିଙ୍କ ପରିବାରରେ ଏବେ ଗୃହଯୁଦ୍ଧ ଲାଗି ରହିଛି। ପ୍ରଥମେ ଆମିର-କିରଣ, ତାପରେ ଧନୁଷ-ଐଶ୍ୱର୍ଯ୍ୟା ଆଉ ଏବେ ନୀତିଶ ଭରଦ୍ୱାଜ-ସ୍ମିତାଙ୍କ ଯୋଡି ଭାଙ୍ଗିଲା। ପ୍ରସିଦ୍ଧ ଟିଭି ଧାରାବାହିକ 'ମହାଭାରତ'ରେ କୃଷ୍ଣ ଭୂମିକାରେ ଅଭିନୟ କରିଥିବା ନୀତିଶ ତାଙ୍କ ପତ୍ନୀଙ୍କଠାରୁ ଅଲଗା ହୋଇଛନ୍ତି। ବିବାହର ୧୨ ବର୍ଷ ପରେ ପତ୍ନୀଙ୍କଠାକୁ ଅଲଗା ହୋଇଥିବା ନେଇ ନୀତିଶ ଭରଦ୍ୱାଜ ନିଜେ ସୂଚନା ଦେଇଛନ୍ତି।
ଏକ ସାକ୍ଷାତକାରରେ ନୀତିଶ ଭରଦ୍ୱାଜ ପତ୍ନୀ ସ୍ମିତାଙ୍କଠାରୁ ଅଲଗା ହେବା ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, 'ହଁ, ମୁଁ ସେପ୍ଟେମ୍ବର ୨୦୧୯ରେ ମୁମ୍ବାଇର ଫ୍ୟାମିଲି କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲି। ଆମର ଅଲଗା ହେବାର କାରଣ କ’ଣ ମୁଁ ଗଭୀରକୁ ଯିବାକୁ ଚାହେଁ ନାହିଁ? ବର୍ତ୍ତମାନ ମାମଲା କୋର୍ଟରେ ଅଛି। ମୁଁ କେବଳ କହିବି ଯେ, ବେଳେବେଳେ ଛାଡପତ୍ର, ମୃତ୍ୟୁ ଅପେକ୍ଷା ଅଧିକ ଯନ୍ତ୍ରଣାଦାୟକ ହୋଇପାରେ। ବିଶେଷକରି ଯେତେବେଳେ ଆପଣ ଏକାକୀ ରହୁଛନ୍ତି।'
Also Read: ଅଠର ବର୍ଷ ପୁରୁଣା ସମ୍ପର୍କରେ ପୂର୍ଣ୍ଣଚ୍ଛେଦ; ଅଲଗା ହେଇଗଲେ ଧନୁଷ-ଐଶ୍ୱର୍ଯ୍ୟା
ପରଦାର କୃଷ୍ଣ ପୁଣି କହିଛନ୍ତି, 'ବିବାହ ପରି ଏକ ଅନୁଷ୍ଠାନ ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି, କିନ୍ତୁ ମୁଁ ଭାଗ୍ୟବାନ ନୁହେଁ। ବିବାହ ଭାଙ୍ଗିବାର ଅନେକ କାରଣ ଥାଇପାରେ। ବେଳେବେଳେ ଏହା ଜିଦଖୋର ମନୋଭାବ କିମ୍ବା ସହାନୁଭୂତିର ଅଭାବ ହେତୁ ହୋଇଥାଏ କିମ୍ବା ଏହା ଅହଂକାରର ଫଳାଫଳ ହୋଇପାରେ କିମ୍ବା କେବଳ ନିଜ ବିଷୟରେ ଚିନ୍ତା କରିବାର ପରିଣାମ ହୋଇପାରେ। କିନ୍ତୁ ଯେତେବେଳେ ପରିବାର ଭାଙ୍ଗିଯାଏ, ସେତେବେଳେ ପିଲାମାନଙ୍କୁ ଅଧିକ ପରିଣାମ ଭୋଗିବାକୁ ପଡେ। ଏଭଳି ପରିସ୍ଥିତିରେ ପିଲାମାନଙ୍କ ଉପରେ ଏହାର କମ୍ ପ୍ରଭାବ ପଡ଼ିବା ନିଶ୍ଚିତ କରିବା ପିତାମାତାଙ୍କ ଦାୟିତ୍ୱ ଅଟେ।'
୧୯୯୧ରେ ନୀତିଶ ଭରଦ୍ୱାଜ ପ୍ରଥମେ ମନିଷା ପାଟିଲଙ୍କୁ ବିବାହ କରିଥିଲେ। ଉଭୟଙ୍କର ଗୋଟିଏ ଝିଅ ଓ ଗୋଟିଏ ପୁଅ ଅଛନ୍ତି। ୨୦୦୫ ମସିହାରେ ନୀତିଶ ଓ ମନିଷାଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା। ଏବେ ପିଲାମାନେ ମାଆ ମନିଷା ସହ ରହୁଛନ୍ତି। ମନିଷାଙ୍କ ଠାରୁ ଅଲଗା ହେଲାପରେ ୨୦୦୯ରେ ନୀତିଶ, ଆଇଏସ୍ ଅଧିକାରୀ ସ୍ମୀତା ଗେଟଙ୍କୁ ବିବାହ କରିଥିଲେ। ତାଙ୍କର ଯମଜ କନ୍ୟା ସନ୍ତାନ ଅଛନ୍ତି। ଦୀର୍ଘ ଦିନରୁ ସ୍ମୀତା ଓ ନୀତିଶ ଅଲଗା ରହୁଛନ୍ତି। ଆଜିକାଲି ସ୍ମିତା ତାଙ୍କ ଦୁଇ ଝିଅଙ୍କ ସହ ଇନ୍ଦୋରରେ ରହୁଛନ୍ତି।