ଇତିହାସ ରଚିଲେ ମିତାଲି ରାଜ୍; ସଚିନଙ୍କ ପରେ ଏହି ରେକର୍ଡ କରିବାରେ ବନିଲେ ବିଶ୍ୱର ଦ୍ୱିତୀୟ କ୍ରିକେଟର୍
Advertisement

ଇତିହାସ ରଚିଲେ ମିତାଲି ରାଜ୍; ସଚିନଙ୍କ ପରେ ଏହି ରେକର୍ଡ କରିବାରେ ବନିଲେ ବିଶ୍ୱର ଦ୍ୱିତୀୟ କ୍ରିକେଟର୍

ମିତାଲି ରାଜ (Mithali Raj) ୨୬ ଜୁନ୍ ୧୯୯୯ରେ ଆୟର୍ଲାଣ୍ଡ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳିଥିଲେ, ତେଣୁ ଆଜି ସେହି କ୍ରମରେ ତାଙ୍କର ୨୨ ବର୍ଷ ପୂରଣ କରିଛନ୍ତି। 

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଦଳର ମିତାଲି ରାଜ ଦୁନିଆର ଶ୍ରେଷ୍ଠ ମହିଳା କ୍ରିକେଟରଙ୍କ ମଧ୍ୟରେ ଗଣିତ ହୋଇଛନ୍ତି। ସେ ନିଜ କ୍ୟାରିୟରରେ ଅନେକ ବଡ ମାଇଲଖୁଣ୍ଟ ହାସଲ କରିଛନ୍ତି। ମହିଳା ଦଳକୁ ଏହି ଉଚ୍ଚତାକୁ ନେବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ବୋଲି କହିବା ଭୁଲ ହେବ ନାହିଁ।
ଆଜି ମିତାଲି ରାଜ ତାଙ୍କ କ୍ୟାରିୟରରେ ଆଉ ଏକ ବଡ଼ ସଫଳତା ହାସଲ କରିଛନ୍ତି। ସେ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରର ୨୨ ବର୍ଷ ପୂରଣ କରିଛନ୍ତି।

ମିତାଲି ରାଜ (Mithali Raj) ୨୬ ଜୁନ୍ ୧୯୯୯ରେ ଆୟର୍ଲାଣ୍ଡ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳିଥିଲେ, ତେଣୁ ଆଜି ସେହି କ୍ରମରେ ତାଙ୍କର ୨୨ ବର୍ଷ ପୂରଣ କରିଛନ୍ତି। ଏହାପୂର୍ବରୁ କେବଳ ଭାରତର ମହାନ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର (Sachin Tendulkar) ଏହି ରେକର୍ଡ କରିଛନ୍ତି। ତେନ୍ଦୁଲକରଙ୍କ କ୍ରିକେଟ କ୍ୟାରିଅର୍ ୨୨ ବର୍ଷ ୯୧ ଦିନ ଥିଲା। ସେ ୧୮ ଡିସେମ୍ବର ୧୯୮୯ରେ ପାକିସ୍ତାନ ବିପକ୍ଷରେ ଡେବ୍ୟୁ କରିଥିଲେ ଏବଂ ୧୮ ମାର୍ଚ୍ଚ ୨୦୧୨ରେ ପାକିସ୍ତାନ ବିପକ୍ଷରେ ତାଙ୍କର ଶେଷ ମ୍ୟାଚ୍ ଖେଳିଥିଲେ।

Also Read: WTC Final ବିଜୟର ଅହଂକାର! ସୀମା ଟପିଲେ କ୍ୱିୱି ଫ୍ୟାନ୍ସ ଓ ମିଡିଆ, ଅଲରାଉଣ୍ଡର୍ ମାଗିଲେ କ୍ଷମା

୧୯୯୯ ମସିହାରେ ଆନ୍ତର୍ଜାତୀୟ ସ୍ତର ( international cricket) ରେ ଡେବ୍ୟୁ କରିଥିବା ମିତାଲି ମଧ୍ୟ ପ୍ରଥମ ମହିଳା କ୍ରିକେଟର ଯିଏକି ଦିନିକିଆ (ODI) କ୍ରିକେଟରେ ୬୦୦୦ ରନ୍ ପୂରଣ କରିଥିଲେ। ୨୦୧୬ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଇଂଲଣ୍ଡର ଚାର୍ଲୋଟ୍ ଏଡୱାର୍ଡସ୍ ୫୯୯୨ ରନ୍ ସହ ଦିନିକିଆର ସର୍ବାଧିକ ରନ୍ ସ୍କୋରର୍ ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି।

ଏହାପୂର୍ବରୁ ମିତାଲି ରାଜ ଅନ୍ତର୍ଜାତୀୟ କ୍ରିକେଟରେ ୧୦୦୦୦ ରନ୍ ପୂରଣ କରିଥିଲେ। ସେ ଦୁନିଆର ପ୍ରଥମ ଭାରତୀୟ ତଥା ଦ୍ୱିତୀୟ କ୍ରିକେଟର ହୋଇଛନ୍ତି। ଇଂଲଣ୍ଡର ପୂର୍ବତନ ଅଧିନାୟକ ଚାର୍ଲୋଟ୍ ଏକମାତ୍ର ମହିଳା କ୍ରିକେଟର ଯିଏକି ମିତାଲିଙ୍କ ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟରେ ୧୦୦୦୦ରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି।