ଶାହରୁଖଙ୍କ ସ୍ୱପ୍ନ ପୁରା କଲେ ଆର୍ୟନ! ୨୩ ବର୍ଷ ତଳେ ଏମିତି ଧମକ ଦେଇଥିଲେ ସୁପରଷ୍ଟାର
Advertisement
Article Detail0/zeeodisha/odisha999032

ଶାହରୁଖଙ୍କ ସ୍ୱପ୍ନ ପୁରା କଲେ ଆର୍ୟନ! ୨୩ ବର୍ଷ ତଳେ ଏମିତି ଧମକ ଦେଇଥିଲେ ସୁପରଷ୍ଟାର

NCB, କ୍ରୁଜରୁ ବଲିଉଡ ଅଭିନେତା ଶାହରୁଖ ଖାନ (Shah Rukh Khan) ଙ୍କ ପୁଅ ଆର୍ୟନ (Aryan Khan) ସମେତ ୮ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଟକଙ୍କ ମଧ୍ୟରେ ଦିଲ୍ଲୀର ଦୁଇ ଜଣ ଯୁବତୀ ଓ କିଛି ଡ୍ରଗ୍ସ ମାଫିଆ ମଧ୍ୟ ଅଛନ୍ତି।

ଡିଜାଇନ୍ ଫଟୋ

ମୁମ୍ବାଇ: ଅଡୁଆରେ ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ। ଶନିବାର ମୁମ୍ବାଇ ସମୁଦ୍ର ତଟରୁ ଏକ କ୍ରୁଜରୁ ଆର୍ୟନ ସମେତ ୮ ଜଣଙ୍କୁ NCB ଉଠାଇ ଆଣିଛି। କ୍ରୁଜରେ ଆୟୋଜିତ ରେବ୍ ପାର୍ଟିରେ ଡ୍ରଗ୍ସ ସେବନ ନେଇ ସୂଚନା ପାଇବା ପରେ NCB ରେଡ୍ କରିଥିଲା। ଏହି ରେଡ୍ ବେଳେ NCBକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ, ଶନିବାର ରାତିରେ ମୁମ୍ବାଇ (Mumbai) ତଟରେ ଥିବା ଏକ କ୍ରୁଜରେ ରେବ ପାର୍ଟି ଚାଲିଥିଲା। ତେବେ ପାର୍ଟିରେ ଡ୍ରଗ୍ସ କାରବାର ହେଉଥିବା ନେଇ NCBକୁ ଖବର ମିଳିଥିଲା। ଏହି ଗୁଇନ୍ଦା ଖବରକୁ ଆଧାର କରି ମୁମ୍ବାଇରୁ ଗୋଆ (Goa) ଯାଉଥିବା ଏହି କ୍ରୁଜରେ NCB ଚଢାଉ କରିଥିଲା। ଏହି ଚଢାଉ ବେଳେ ବିଭିନ୍ନ ପ୍ରକାରର ନିଷିଦ୍ଧ ନିଶା ଦ୍ରବ୍ୟ (Drugs) ମିଳିଛି।

Also Read: NCB ର ଡ୍ରଗ୍ସ ଜବତ ମାମଲାରେ କ୍ରୁଜ୍ କମ୍ପାନୀ ଜାରି କଲା ବୟାନ, ଜାଣନ୍ତୁ କ'ଣ କହିଲା

NCB, କ୍ରୁଜରୁ ବଲିଉଡ ଅଭିନେତା ଶାହରୁଖ ଖାନ (Shah Rukh Khan) ଙ୍କ ପୁଅ ଆର୍ୟନ (Aryan Khan) ସମେତ ୮ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଟକଙ୍କ ମଧ୍ୟରେ ଦିଲ୍ଲୀର ଦୁଇ ଜଣ ଯୁବତୀ ଓ କିଛି ଡ୍ରଗ୍ସ ମାଫିଆ ମଧ୍ୟ ଅଛନ୍ତି। ଯାଞ୍ଚ ବେଳେ ଆର୍ୟନଙ୍କ ମୋବାଇଲର ମେସେଜ ବକ୍ସରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ଆର୍ୟନ ନିୟମିତ ଡ୍ରଗ୍ସ ମଗାଉ ଥିବା ଓ ସେବନ କରୁଥିବା ପ୍ରମାଣ ମିଳିଛି। ଫଳରେ ତାଙ୍କୁ ଯେକୌଣସି ମୁହୁର୍ତ୍ତରେ ଗିରଫ କରାଯାଇପାରେ ବୋଲି କୁହାଯାଇଛି।

ସେପଟେ ଜେରା ବେଳେ ଆର୍ୟାନ କହିଛନ୍ତି ଯେ, ତାଙ୍କୁ ରେବ୍ ପାର୍ଟି (Rev Party) କୁ ଭିଆଇପି ଗେଷ୍ଟ ଭାବରେ ଡକାଯାଇଥିଲା। ସେଥିପାଇଁ ତାଙ୍କୁ କୌଣସି ଟିକଟ କରିବାକୁ ପଡିନାହିଁ। ଆର୍ୟନଙ୍କ ନାମ ନେଇ ଅନ୍ୟ କିଛି ଗେଷ୍ଟକୁ ମଧ୍ୟ ପାର୍ଟିକୁ ନିମନ୍ତ୍ରଣ କରାଯାଇଥିଲା। ସମସ୍ତ ଅତିଥିଙ୍କୁ ଏକ ପେପର ରୋଲ ଦିଆଯାଇଥିଲା। ଯାହା ସେମାନଙ୍କ କ୍ରୁଜସ୍ଥିତ ରୁମରୁ ଜବତ କରାଯାଇଛି ବୋଲି ଆର୍ୟାନ ସଫେଇ ଦେଇଛନ୍ତି।

Also Read: NCB ର ଡ୍ରଗ୍ସ ଜବତ ମାମଲାରେ କ୍ରୁଜ୍ କମ୍ପାନୀ ଜାରି କଲା ବୟାନ, ଜାଣନ୍ତୁ କ'ଣ କହିଲା

ପ୍ରାୟ ୨୩ ବର୍ଷ ପରେ ଶାହରୁଖଙ୍କ ସ୍ୱପ୍ନ ପୂରଣ ହୋଇଛି! ସେ ୧୯୯୭ରେ ସିମି ଗ୍ରେୱଲଙ୍କ ଏକ ଟକ୍ ଶୋ'ରେ ମଜାକରେ ଯାହା କହିଥିଲେ, ତାହା ଆଜି ସତ ହୋଇଛି । ଶୋ' ସମୟରେ କିଙ୍ଗ ଖାନ କହିଥିଲେ ଯେ, 'ମୋ ପୁଅ ଡେଟ୍ କରୁ, ସେକ୍ସ କରୁ ଓ ଡ୍ରଗ୍ସର ଆନନ୍ଦ ନେଉ କିନ୍ତୁ ଯାହା କରୁ ଶୀଘ୍ର କରୁ । ସେ ଗୋଟିଏ ବେଡ୍ ବୟ ବନୁ । ଯଦିଓ ତାଙ୍କ କହିବାର ଆକ୍ଷରିକ ଅର୍ଥ ଅନ୍ୟକିଛି ଥାଇପାରେ । କିନ୍ତୁ ଆଜିର ସମୟରେ ତାଙ୍କ ଏହି ସ୍ୱପ୍ନ ପୂରଣ ହୋଇଛି !