ଅଧରାତିରେ ଫଟା ଗଞ୍ଜି ଓ ଗାମୁଛା ପିନ୍ଧି ବାହାରିଲେ ସବ୍ୟସାଚୀ
Advertisement
Article Detail0/zeeodisha/odisha1000241

ଅଧରାତିରେ ଫଟା ଗଞ୍ଜି ଓ ଗାମୁଛା ପିନ୍ଧି ବାହାରିଲେ ସବ୍ୟସାଚୀ

ମଙ୍ଗଳବାର ରାତି ପ୍ରାୟ ୧୨ଟା ୧୭ ବେଳକୁ ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର (Sabyasachi Mishra) ତାଙ୍କ ଆଧିକାରୀକ ଟ୍ୱିଟର (Twitter) ହ୍ୟାଣ୍ଡେଲରେ ଏକ ଫଟୋ ସେୟାର କରିଛନ୍ତି। ଫଟୋରେ ସବ୍ୟ ଏକ ଫଟା ଗଞ୍ଜି ଓ ଗାମୁଛା ପିନ୍ଧିଛନ୍ତି। ଝାମ୍ପୁରା ବାଳ ସହ ସେ ହାତରେ ଏକ ମୋବାଇଲ ମଧ୍ୟ ଧରିଛନ୍ତି

ଡିଜାଇନ୍ ଫଟୋ

ଭୁବନେଶ୍ୱର: ରିଲରୁ ରିଅଲ ହିରୋ ପାଲଟିଥିବା ଅଭିନେତା ସବ୍ୟସାଚୀ ମିଶ୍ର ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ୍ ରୁହନ୍ତି। ନିୟମିତ ଭାବରେ ସେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ନିଜର ମତାମତ ଦେବା ସହିତ ପ୍ୟାନ୍ସଙ୍କ ସହ ଅନୁଭବ ବାଣ୍ଟନ୍ତି। ତେବେ ସୋମବାର ମଧ୍ୟରାତ୍ରିରେ ଏମିତି କଣ ହେଲା ଯେ ସେ ନିଜର ଏକ ଫଟା ଗଞ୍ଜି ଓ ଗାମୁଛା ପିନ୍ଧି ଥିବା ଫଟୋକୁ ଟ୍ୱିଟରରେ ସେୟାର କରିଛନ୍ତି।

ମଙ୍ଗଳବାର ରାତି ପ୍ରାୟ ୧୨ଟା ୧୭ ବେଳକୁ ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର (Sabyasachi Mishra) ତାଙ୍କ ଆଧିକାରୀକ ଟ୍ୱିଟର (Twitter) ହ୍ୟାଣ୍ଡେଲରେ ଏକ ଫଟୋ ସେୟାର କରିଛନ୍ତି। ଫଟୋରେ ସବ୍ୟ ଏକ ଫଟା ଗଞ୍ଜି ଓ ଗାମୁଛା ପିନ୍ଧିଛନ୍ତି। ଝାମ୍ପୁରା ବାଳ ସହ ସେ ହାତରେ ଏକ ମୋବାଇଲ ମଧ୍ୟ ଧରିଛନ୍ତି, ଯେଉଁଠାରୁ ଧୂଆଁ ସହିତ ଇନଷ୍ଟା, ଫେସବୁକ୍ ଓ ହ୍ୱାଟସଆପର ଲୋଗ ବାହାରୁଛି। ଏହି ଫଟୋ ସହ ସବ୍ୟ ଲେଖିଛନ୍ତି ଯେ,  ଇନଷ୍ଟା, ଫେସବୁକ୍ ଓ ହ୍ୱାଟସଆପର ସର୍ବର ଡାଉନହେଲା ପରେ ସେଲିବ୍ରିଟିଙ୍କ ଅବସ୍ଥା ଏପରି ହୁଏ।

Also Read: ମନର ଦରଦ ବୁଝୁଛନ୍ତି ସବ୍ୟ; ସିନେମା ହଲ କର୍ମଚାରୀଙ୍କ ପରିବାର ପାଇଁ ପ୍ରଦାନ କଲେ ରାସନ

ସବ୍ୟ ତାଙ୍କର ଏହି ପୋଷ୍ଟରେ #facebookdown #serverdown #instagramdown #facebookdown #WhatsAppDown #MarkZuckerberg #WhatsApp ? ବି ଲେଖିଛନ୍ତି। ତେବେ ଫଟୋଟିରେ ସବ୍ୟଙ୍କ ଦୟନୀୟ ସ୍ଥିତି ଦେଖି ଆପଣ ଭାବୁଥିବେ, ନୂଆ ନୂଆ ବିବାହ କରିଥିବା ଅଭିନେତାଙ୍କୁ ରାତି ଅଧେରେ ପତ୍ନୀ ଅର୍ଚ୍ଚିତା ପାନେ ଦେଇଛନ୍ତି। କିନ୍ତୁ ସବ୍ୟଙ୍କୁ ଅର୍ଚ୍ଚିତା ନୁହଁନ୍ତି ବରଂ ୟୁଜର୍ସଙ୍କୁ ମାର୍କ ଜୁକରବର୍ଗ ପାନେ ଦେଇଛନ୍ତି। କାରଣ ସୋମବାର ସନ୍ଧ୍ୟରେ ଦୀର୍ଘ ସମୟ ଧରି ଜୁକରବର୍ଗଙ୍କ ମାଲିକାନାରେ ଥିବା ଫେସବୁକ, ଇନଷ୍ଟା ଓ ହ୍ୱାଟସଆପ୍ ଅଚଳ ହୋଇଯାଇଥିଲା।

fallback

ଫେସବୁକ ଅଧିକୃତ ସାଇଟ ବ୍ରେକଡାଉନ ପାଇଁ ସମ୍ପୃକ୍ତ କମ୍ପାନୀମାନେ ୟୁଜର୍ସ ସମ୍ମୁଖୀନ ହେଉଥିବା ସମସ୍ୟା ପାଇଁ କ୍ଷମା ମାଗିବା ସହ ତାହାର ତୁରନ୍ତ ସମାଧାନ କରିବା ପାଇଁ ଆଶ୍ୱାସନା ଦେଇଥିଲେ। ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ୨୦,୦୦୦ରୁ ଊର୍ଦ୍ଧ୍ୱ ଫେସବୁକ ଓ ଇନଷ୍ଟା ୟୁଜର୍ସ, ୧୪ ହଜାରରୁ ଊର୍ଦ୍ଧ୍ୱ ହ୍ୱାଟ୍ସଆପ ୟୁଜର୍ସ ଓ ୩ ହଜାରରୁ ଊର୍ଦ୍ଧ୍ୱ ମେସେଞ୍ଜର ୟୁଜର୍ସ ତାଙ୍କ ଆପ୍ ବ୍ୟବହାରରେ ଅସୁବିଧା ହେଉଥିବା ନେଇ ଅଭିଯୋଗ କରିଥିଲା। ଯାହାର ସମାଧାନ କରିବା ପାଇଁ କମ୍ପାନୀର ସର୍ଭର ଡାଉନ ଥିଲା।