ମନର ଦରଦ ବୁଝୁଛନ୍ତି ସବ୍ୟ; ସିନେମା ହଲ କର୍ମଚାରୀଙ୍କ ପରିବାର ପାଇଁ ପ୍ରଦାନ କଲେ ରାସନ
Advertisement

ମନର ଦରଦ ବୁଝୁଛନ୍ତି ସବ୍ୟ; ସିନେମା ହଲ କର୍ମଚାରୀଙ୍କ ପରିବାର ପାଇଁ ପ୍ରଦାନ କଲେ ରାସନ

କୋରୋନା ସହ ଲକଡାଉନ ସଟଡାଉନ ଓ ସରକାରଙ୍କ କଟକଣା ଯୋଗୁଁ ବେଶି ପ୍ରଭାବିତ ହୋଇଛନ୍ତି ସିନେମା ହଲ କର୍ମଚାରୀ । ଆଉ ତାଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି ସବ୍ୟର୍ଚ୍ଚିତା ।

 

ମନର ଦରଦ ବୁଝୁଛନ୍ତି ସବ୍ୟ; ସିନେମା ହଲ କର୍ମଚାରୀଙ୍କ ପରିବାର ପାଇଁ ପ୍ରଦାନ କଲେ ରାସନ

ଭୁବନେଶ୍ୱର: କୋରୋନା କାଳେ ଅସହାୟଙ୍କୁ ସହାୟ ହୋଇଛନ୍ତି ଓଲିଉଡର ଅଭିନେତା ତଥା ଅସହାୟଙ୍କ ରିଅଲ ହିରୋ ସବ୍ୟସାଚୀ । ଗୋଟିଏ ପରେ ଗୋଟିଏ ମହାନତା ଦେଖାଇ ସମସ୍ତଙ୍କ ମନ ଜିଣିଛନ୍ତି ସବ୍ୟ । ଆଉ ଏବେ ତାଙ୍କ ସହ ମିଶି ଏହି ମହାନ କାମକୁ ଆଗକୁ ନେବାକୁ ଆଗେଇ ଆସିଛନ୍ତି ତାଙ୍କ ଧର୍ମପତ୍ନୀ ଅଭିନେତ୍ରୀ ଅର୍ଚ୍ଚିତା । କୋରୋନା ସହ ଲକଡାଉନ ସଟଡାଉନ ଓ ସରକାରଙ୍କ କଟକଣା ଯୋଗୁଁ ବେଶି ପ୍ରଭାବିତ ହୋଇଛନ୍ତି ସିନେମା ହଲ କର୍ମଚାରୀ । ଆଉ ତାଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି ସବ୍ୟର୍ଚ୍ଚିତା ।

Also Read: ବିବାଦ ପରେ ପ୍ରଥମ ଥର ପାଇଁ ସାମ୍ନାସାମ୍ନି ହେଲେ Anubhav ଓ Varsha

ସିନେମା ହଲ୍ (Cinema Hall) କର୍ତ୍ତୃପକ୍ଷ କର୍ମଚାରୀଙ୍କ ପରିବାର ଚଳାଇବା ପାଇଁ ଯଥାସମ୍ଭବ ସାହାଯ୍ୟ କଲେ ମଧ୍ୟ କୋରୋନାର  ଦ୍ୱିତୀୟ ଲହରୀ (Second Wave) ସେମାନଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। ଆଉ ଆଜି ସବ୍ୟସାଚୀ (Sabyasachi Mishra) ଓ ଅର୍ଚ୍ଚିତା (Archita) ଭୁବନେଶ୍ୱର ଏବଂ କଟକର ସମସ୍ତ ସିନେମା ହଲର କର୍ମଚାରୀଙ୍କ ପାଇଁ ମାସିକ ରାସନ୍ ଧରି ହଲ୍ ରେ ପହଞ୍ଚି ଯାଇଥିଲେ । ଭୁବନେଶ୍ୱରର କେଶରୀ ହଲ୍ ଠାରେ ଶ୍ରୀୟା, ସ୍ଵାତି, ସ୍ତୁତି, ମହାରାଜା ଓ କେଶରୀର କର୍ମଚାରୀ ଏବଂ କଟକର ବୃନ୍ଦାବନ ଟକିଜ୍‌ଠାରେ ସମ୍ରାଟ, ଗ୍ରାଣ୍ଡ, ସଙ୍ଗମ ଓ ବୃନ୍ଦାବନର କର୍ମଚାରୀ ଏକାଠି ହୋଇ ରାସନ୍ (Ration) ଗ୍ରହଣ କରିଥିଲେ।

Also Read: ଅଲଟ୍ରାସାଉଣ୍ଡ ଫଟୋ ସେୟାର କରି Kareena ଦେଲେ ଖୁସି ଖବର !

ସମସ୍ତ ହଲ୍ କର୍ତ୍ତୃପକ୍ଷ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କୁ ସାଧୁବାଦ ଜଣାଇଛନ୍ତି। ଏହି ଅବସରରେ ଭରତଚନ୍ଦ୍ର ଭଞ୍ଜଦେଓ, ନମିତା କାନୁନଗୋ, ପ୍ରବୀଣ ଅଗରୱାଲ୍, ଡକ୍ଟର ଅମ୍ରିତ୍ ପାଟଯୋଶୀ, ଜିତୁ ଖଣ୍ଡଲୱାଲ୍ , କିଶୋର ୱାଡ଼ର୍ ଓ ସ୍ମାଇଲ ପ୍ଲିଜ୍ ର ସ୍ୱେଚ୍ଛାସେବୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।