ସୋସିଆଲ ମିଡିଆରେ ନିଆଁ ଲଗାଇଲା ରାଧିକାଙ୍କ ୬ ବର୍ଷ ତଳର ଫିଲ୍ମ!
Advertisement

ସୋସିଆଲ ମିଡିଆରେ ନିଆଁ ଲଗାଇଲା ରାଧିକାଙ୍କ ୬ ବର୍ଷ ତଳର ଫିଲ୍ମ!

୫ ବର୍ଷ ତଳେ ରାଧିକାଙ୍କ ରିଲିଜ୍ ହୋଇଥିବା ଫିଲ୍ମର କିଛି ସିନକୁ ନେଇ ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି ହୋଇଛି। ଏପରି କି ୟୁଜ଼ର୍ସ #BoycottRadhikaApte ଟ୍ରେଣ୍ଡ ମଧ୍ୟ ଚଲାଇଥିଲେ।

ସୋସିଆଲ ମିଡିଆରେ ନିଆଁ ଲଗାଇଲା ରାଧିକାଙ୍କ ୬ ବର୍ଷ ତଳର ଫିଲ୍ମ!

ନୂଆଦିଲ୍ଲୀ: ପ୍ରାୟତଃ ଅଧିକାଂଶ ସମୟରେ ବଲିଉଡ ଅଭିନେତ୍ରୀ ରାଧିକା ଆପ୍ଟେ ଚର୍ଚ୍ଚାରେ ରୁହନ୍ତି। ତାଙ୍କର ଖୋଲା ମନଭାବ ଏବଂ ଜୀବନ୍ତ ଅଭିନୟ ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏକ ଭିନ୍ନ ପରିଚୟ ଦେଇଛି। କିନ୍ତୁ ତାଙ୍କର ଏହି ଅଭିନୟ ତାଙ୍କୁ ବିବାଦ ଆଡକୁ ଟାଣି ନେଉଛି। ୫ ବର୍ଷ ତଳେ ରାଧିକାଙ୍କ ରିଲିଜ୍ ହୋଇଥିବା ଫିଲ୍ମର କିଛି ସିନକୁ ନେଇ ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି ହୋଇଛି। ଏପରି କି ୟୁଜ଼ର୍ସ #BoycottRadhikaApte ଟ୍ରେଣ୍ଡ ମଧ୍ୟ ଚଲାଇଥିଲେ। 

ଲୀନା ଯାଦବଙ୍କ ନିର୍ଦ୍ଦେଶିତ ଫିଲ୍ମ 'Parched' ୨୦୧୫ ମସିହାରେ ରିଲିଜ ହୋଇଥିଲା। ଏହି ଫିଲ୍ମରେ ଅଭିନେତ୍ରୀ ରାଧିକା ଆପ୍ଟେ (Radhika Apte) ଲିଡରେ ଥିଲେ।  'Parched'ର ଏକ ସିନରେ ରାଧିକାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତ ଅଛି। ସେହି ସିନକୁ ନେଇ ସୋସିଆଲ ମିଡିଆ (Social Media) ୟୁଜର୍ସ ଏବଂ କିଛି କଟ୍ଟରପନ୍ଥୀ ସଂଗଠନ ତାଙ୍କୁ ଟାର୍ଗେଟ କରିବା ସହ ସମାଲୋଚନା କରିଛନ୍ତି। 

Also Read: ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ MMS ଲିକ୍, ସୋସିଆଲ ମିଡିଆରେ...

ସୋସିଆଲ ମିଡିଆରେ ୟୁଜର୍ସମାନେ ତାଙ୍କୁ ଅଶ୍ଳୀଳ ବିଷୟବସ୍ତୁ ଉପସ୍ଥାପନ କରୁଥିବା ଅଭିଯୋଗ କରିଛନ୍ତି। ଏଥିସହିତ କିଛି ୟୁଜର୍ସ ରାଧିକାଙ୍କୁ ଭାରତୀୟ ସଂସ୍କୃତି ନଷ୍ଟ କରୁଥିବା ଅଭିଯୋଗ ମଧ୍ୟ କରୁଛନ୍ତି। ଜଣେ ୟୁଜର୍ସ ତ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି (Bollywood) କୁ ଏହା ଉପରେ ବୈଠକ କରିବାକୁ ଦାବି କରିଛନ୍ତି। ରାଧିକାଙ୍କ ସେହି ସିନ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଆଦିଲ ହୁସେନ୍ ଏବଂ ତନିଷ୍ଠା ଚାଟାର୍ଜୀଙ୍କ ସହ ଅନେକ ପ୍ରେମ ଅଭିନୟ କରୁଛନ୍ତି।

ସୂଚନାଯୋଗ୍ୟ, ରାଧିକା ଖୁବ୍ ଶୀଘ୍ର ଫିଲ୍ମ 'ମୋନିକା'ରେ ନଜର ଆସିବେ। ଏହା ବ୍ୟତୀତ ତାଙ୍କୁ ରାଜକୁମାର ରାଓ (Raj Kumar Rao) ଙ୍କ ବିପକ୍ଷରେ ଫିଲ୍ମ 'ଓଃ ମାଇଁ ଡାର୍ଲିଂ'ରେ ଦେଖିବାକୁ ମିଳିବ। ତାଙ୍କୁ ଶେଷ ଥର ପାଇଁ ନେଟଫ୍ଲିକ୍ସର 'ରାତ ଆକେଲି ହେ'ରେ ନୱାଜୁଦ୍ଦିନ ସିଦ୍ଦିକିଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା।