Australian Open : ଇତିହାସ ରଚିଲେ Rafael Nadal, ପଛରେ ପଡିଲେ ଫେଡେରର-ଜୋକୋଭିକ
Advertisement

Australian Open : ଇତିହାସ ରଚିଲେ Rafael Nadal, ପଛରେ ପଡିଲେ ଫେଡେରର-ଜୋକୋଭିକ

ଫାଇନାଲର ଦୁଇ ସେଟରେ ପଛୁଆ ରହିବା ପରେ ରାଫେଲ ନାଡାଲ (Rafael Nadal) ଏକ ଦମଦାର କମବ୍ୟାକ କରିଥିଲେ। ସେ ଡାନିଏଲ ମେଦଭେଦେଭଙ୍କୁ ପରାସ୍ତ କରି ଅଷ୍ଟ୍ରେଲିଆନ ଓପନ୍ ଟାଇଟଲ ଜିତିଛନ୍ତି।

ସୌ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ରବିବାର ଅଷ୍ଟ୍ରେଲିଆନ ଓପନ୍ ଟେନିସ୍ ଟୁର୍ନାମେଣ୍ଟ ଜିତି ସ୍ପେନର ରାଫେଲ ନାଡାଲ ଇତିହାସ ସୃଷ୍ଟି କରିଛନ୍ତି। ସେ ୨୧ ଥର ପୁରୁଷ ସିଙ୍ଗଲ୍ସ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବାରେ ଦୁନିଆର ପ୍ରଥମ ଖେଳାଳି ପାଲଟିଛନ୍ତି। ଚମତ୍କାରୀ ଖେଳାଳି ରୋଜର ଫେଡେରର ଏବଂ ଜୋକୋଭିକଙ୍କ ଅପେକ୍ଷା ନାଡାଲଙ୍କ ପାଖରେ ଅଧିକା ଗୋଟିଏ ଗ୍ରାଣ୍ଡସ୍ଲାମ ଟାଇଟଲ ହେଲା। ଅଷ୍ଟ୍ରେଲିଆନ ଓପନ୍ ପୂର୍ବରୁ ଏହି ତିନିଜଣ ଷ୍ଟାର ଖେଳାଳିଙ୍କ ନିକଟରେ ୨୦ଟି ଲେଖାଏଁ ଗ୍ରାଣ୍ଡ୍ ସ୍ଲାମ୍ ଟାଇଟଲର ରେକର୍ଡ ଥିଲା।

ଫାଇନାଲର ଦୁଇ ସେଟରେ ପଛୁଆ ରହିବା ପରେ ରାଫେଲ ନାଡାଲ (Rafael Nadal) ଏକ ଦମଦାର କମବ୍ୟାକ କରିଥିଲେ। ସେ ଡାନିଏଲ ମେଦଭେଦେଭଙ୍କୁ ପରାସ୍ତ କରି ଅଷ୍ଟ୍ରେଲିଆନ ଓପନ୍ ଟାଇଟଲ ଜିତିଛନ୍ତି। ସ୍ପେନର ୩୫ ବର୍ଷୀୟ ନାଡାଲ ଥରେ ବିଶ୍ୱର ନମ୍ବର ଏକ ଏବଂ ବର୍ତ୍ତମାନ ଷଷ୍ଠ ସ୍ଥାନରେ ଅଛନ୍ତି। ପ୍ରାୟ ପାଞ୍ଚ ଘଣ୍ଟା ୨୪ ମିନିଟ ମୁକାବିଲାର ପ୍ରଥମ ଦୁଇ ସେଟରେ ନାଡାଲ ୨-୬, ୬-୭ (୫)ରେ ଥିଲେ। କିନ୍ତୁ ପରେ ୬-୪, ୬-୪ ଓ ୭-୫ରେ ଋଷର ଦ୍ୱିତୀୟ ସ୍ଥାନରେ ଥିବା ମେଦଭେଦେଭଙ୍କୁ ପରାସ୍ତ କରିଛନ୍ତି। ଅନ୍ତତଃ ପକ୍ଷେ ଦୁଇଥର ଚାରିଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବାରେ ନାଡାଲ ହେଉଛନ୍ତି ଚତୁର୍ଥ ଖେଳାଳି।

Also Read: ଶାହୀନଙ୍କ ସ୍ୱପ୍ନର ସାଇନିଂ ଷ୍ଟାର୍ସ୍; ଜାଣନ୍ତୁ, କିଏ Team Indiaର ତ୍ରିମୂର୍ତ୍ତି?

ଏହା ଅଷ୍ଟ୍ରେଲିଆନ ଓପନ (Australian Open) ର ଦ୍ୱିତୀୟ ଦୀର୍ଘତମ ଫାଇନାଲ୍ ଥିଲା। ଏହାପୂର୍ବରୁ ୨୦୧୨ରେ ସର୍ବିଆର ନୋଭାକ ଜୋକୋଭିକ୍ ପାଞ୍ଚ ସେଟ୍ ମ୍ୟାଚରେ ପାଞ୍ଚ ଘଣ୍ଟା ୫୩ ମିନିଟରେ ନାଡାଲଙ୍କୁ ପରାସ୍ତ କରିଥିଲେ। ୨୦୦୯ରେ ନାଡାଲ ତାଙ୍କର ପ୍ରଥମ ଅଷ୍ଟ୍ରେଲିଆନ ଓପନ୍ ଟାଇଟଲ୍ ଜିତିଥିଲେ। କିନ୍ତୁ ମେଲବୋର୍ଣ୍ଣ ପାର୍କରେ ସେ ଚାରିଟି ଫାଇନାଲ ହରାଇଛନ୍ତି। ୨୯ତମ ଗ୍ରାଣ୍ଡସ୍ଲାମ ଫାଇନାଲରେ ନାଡାଲ ତାଙ୍କର ୨୧ତମ ବିଜୟ ହାସଲ କରିଛନ୍ତି। ଫେଡେରର ଏବଂ ଜୋକୋଭିକ୍ ସମାନ ୩୧ ଗ୍ରାଣ୍ଡସ୍ଲାମ ଫାଇନାଲ ଖେଳି ୨୦-୨୦ ଟାଇଟଲ ଜିତିଛନ୍ତି।