ଦୁଇ ଦଶନ୍ଧିର ଫିଲ୍ମ କ୍ୟାରିୟର ପରେ ନିଜ ନାଁ ବଦଳାଇଲେ ରାଜପାଲ ଯାଦବ, ଜାଣନ୍ତୁ କାରଣ...
Advertisement
Article Detail0/zeeodisha/odisha935793

ଦୁଇ ଦଶନ୍ଧିର ଫିଲ୍ମ କ୍ୟାରିୟର ପରେ ନିଜ ନାଁ ବଦଳାଇଲେ ରାଜପାଲ ଯାଦବ, ଜାଣନ୍ତୁ କାରଣ...

ଅଭିନେତା ରାଜପାଲ ଯାଦବଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ଆଜିକାଲି ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ହଙ୍ଗାମା ୨' ପାଇଁ ହେଡଲାଇନରେ ଅଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ରାଜପାଲ ଯାଦବ ତାଙ୍କ ନାମ ପରିବର୍ତ୍ତନ କରିଛନ୍ତି। 

ଫାଇଲ ଫଟୋ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ରାଜପାଲ ଯାଦବ ଶ୍ରେଷ୍ଠ ହାସ୍ୟ ଅଭିନେତା ଭାବରେ ଇଣ୍ଡଷ୍ଟ୍ରିରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କ କମେଡି ଟାଇମ୍ସ ପାଇଁ ପ୍ରଶଂସକମାନେ ସର୍ବଦା ପାଗଳ। ଏହି କାରଣରୁ ଆଜି ରାଜପାଲ ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି। ସେ ନିଜ କ୍ୟାରିୟରରେ ସବୁବେଳେ ଆକର୍ଷଣୀୟ ଏବଂ ଚ୍ୟାଲେଞ୍ଜିଂ ଭୂମିକା ଗ୍ରହଣ କରିଛନ୍ତି।

ଅଭିନେତା ରାଜପାଲ ଯାଦବଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ଆଜିକାଲି ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ହଙ୍ଗାମା ୨' ପାଇଁ ହେଡଲାଇନରେ ଅଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ରାଜପାଲ ଯାଦବ ତାଙ୍କ ନାମ ପରିବର୍ତ୍ତନ କରିଛନ୍ତି। ଏହି କାରଣରୁ, ସେ ବର୍ତ୍ତମାନ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚାକୁ ଆସିଛନ୍ତି। ଦୀର୍ଘ ୨୨ ବର୍ଷର ଅଭିନୟ କ୍ୟାରିୟର ପରେ ସେ ନିଜ ନାମକୁ ପରିବର୍ତ୍ତନ କରିଛନ୍ତି।

Also Read: ମନ୍ଦିରା ବେଦୀଙ୍କ ସ୍ୱାମୀ ରାଜ କୌଶଲଙ୍କ ମୃତ୍ୟୁ ପରେ ସେୟାର କଲେ ନିଜର ପ୍ରଥମ ପୋଷ୍ଟ  

ନିକଟରେ ଏକ ସାକ୍ଷାତକାରରେ ରାଜପାଲ ଯାଦବ କହିଛନ୍ତି ଯେ, ସେ ତାଙ୍କ ନାମ ପରିବର୍ତ୍ତନ କରିଛନ୍ତି। ବର୍ତ୍ତମାନ ସେ ତାଙ୍କ ପିତାଙ୍କ ନାମ ମଧ୍ୟ ତାଙ୍କ ନାମରେ ଯୋଡିବେ। ରାଜପାଲ (Rajpal Yadav) କହିଥିଲେ ଯେ, 'ମୋ ବାପାଙ୍କ ନାମ ମୋ ପାସପୋର୍ଟରେ ସର୍ବଦା ରହିଆସିଛି, କେବଳ କଥା ହେଉଛି ବର୍ତ୍ତମାନ ଏହାକୁ ପରଦାରେ ମଧ୍ୟ ଦେଖାଯିବ'।

ସେ ଆହୁରି ମଧ୍ୟ କୁହନ୍ତି, 'ଯେତେବେଳେ ଅପୂର୍ବ ବ୍ୟାସ ମୋତେ ଏକ ୱେବ୍ ସିରିଜ୍ ଏବଂ ଏକ ନୂଆ ଫିଲ୍ମର ଅଫର ଦେଲେ, ସେତେବେଳେ ମୁଁ ଚିନ୍ତା କଲି ଯେ, COVID ପୂର୍ବରୁ ମୁଁ କେବଳ ରାଜପାଲ ଯାଦବ ଥିଲି ଏବଂ ବର୍ତ୍ତମାନ ଯେତେବେଳେ ସମଗ୍ର ବିଶ୍ୱ ଏକ ଛୋଟ ଗାଁରେ ପରିଣତ ହୋଇଛି ତେବେ ମତେ ବି ମୋର ସମ୍ପୂର୍ଣ୍ଣ ନାମ ବ୍ୟବହାର କରିବା ଉଚିତ୍। ଫିଲ୍ମ 'ଫାଦର ଅନ୍ ସଲ୍'ରୁ ମୋର ସମ୍ପୂର୍ଣ୍ଣ ନାମ ସାରା ବିଶ୍ୱରେ ଦର୍ଶକଙ୍କ ନିକଟରେ ପହଞ୍ଚିବ।'

Also Read: ନାଗିନ୍ ପରେ ଟେଣ୍ଡିଂରେ ଏନକାଉଣ୍ଟର୍ ଡ୍ୟାନ୍ସ

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ରାଜପାଲ ଯାଦବ ଖୁବଶୀଘ୍ର ଫିଲ୍ମ 'ହଙ୍ଗାମା ୨'ରେ ନଜର ଆସିବେ। ଏହି ଚଳଚ୍ଚିତ୍ରରେ ସେ ପରେଶ ରାୱଲ, ଶିଳ୍ପା ଶେଟ୍ଟୀ, ମିଜାନ ଜାଫ୍ରି ଏବଂ ପ୍ରଣିତା ସୁଭାଷଙ୍କ ସହ ନଜର ଆସିବେ। ଏହା ବ୍ୟତୀତ ସେ କାର୍ତ୍ତିକ ଆର୍ଯ୍ୟନ୍ ଏବଂ କିଆରା ଆଡଭାନୀଙ୍କ ସହ 'ଭୁଲ୍ ଭୁଲେୟା ୨'ରେ ମଧ୍ୟ ନଜର ଆସିବେ।