ମନ୍ଦିରା ବେଦୀଙ୍କ ସ୍ୱାମୀ ରାଜ କୌଶଲଙ୍କ ମୃତ୍ୟୁ ପରେ ସେୟାର କଲେ ନିଜର ପ୍ରଥମ ପୋଷ୍ଟ
Advertisement
Article Detail0/zeeodisha/odisha935579

ମନ୍ଦିରା ବେଦୀଙ୍କ ସ୍ୱାମୀ ରାଜ କୌଶଲଙ୍କ ମୃତ୍ୟୁ ପରେ ସେୟାର କଲେ ନିଜର ପ୍ରଥମ ପୋଷ୍ଟ

ମନ୍ଦିରା ବେଦୀ (Mandira Bedi) ନିଜ ସ୍ୱାମୀ ରାଜ କୌଶଲଙ୍କ (Raj Kaushal) ମୃତ୍ୟୁର ପାଞ୍ଚ ଦିନ ପରେ ନିଜର ଇନଷ୍ଟାଗ୍ରାମରେ ପ୍ରଥମ ପୋଷ୍ଟ ସେୟାର କରିଛନ୍ତି । ନିର୍ଦ୍ଦେଶକ ରାଜ କୌଶଲଙ୍କ ୩୦ ଜୁନରେ ହୃଦ୍‌ଘାତରେ ମୃତ୍ୟୁ ଘଟିଥିଲା । ମନ୍ଦିରା ନିଜେ ତାଙ୍କ ୪୯ ବର୍ଷୀୟ ମୃତ ସ୍ୱାମୀଙ୍କୁ ଅନ୍ତିମ ସଂସ୍କାର କରିଥିଲେ ।

 

ଫଟୋ- @mandirabedi/Instagram

ମୁମ୍ବାଇ: ମନ୍ଦିରା ବେଦୀ (Mandira Bedi) ନିଜ ସ୍ୱାମୀ ରାଜ କୌଶଲଙ୍କ (Raj Kaushal) ମୃତ୍ୟୁର ପାଞ୍ଚ ଦିନ ପରେ ନିଜର ଇନଷ୍ଟାଗ୍ରାମରେ (Instagram) ପ୍ରଥମ ପୋଷ୍ଟ ସେୟାର କରିଛନ୍ତି । ନିର୍ଦ୍ଦେଶକ ରାଜ କୌଶଲଙ୍କ ୩୦ ଜୁନରେ ହୃଦ୍‌ଘାତରେ ମୃତ୍ୟୁ ଘଟିଥିଲା । ମନ୍ଦିରା ନିଜେ ତାଙ୍କ ୪୯ ବର୍ଷୀୟ ମୃତ ସ୍ୱାମୀଙ୍କୁ ଅନ୍ତିମ ସଂସ୍କାର କରିଥିଲେ । ମନ୍ଦିରା ୫ ଦିନ ପରେ ସ୍ୱାମୀଙ୍କ ସହ ଉଠାଇଥିବା ତିନୋଟି ସୁନ୍ଦର ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ସ୍ୱାମୀ ରାଜଙ୍କ ସହ ନଜର ଆସିଛନ୍ତି । ଯଦିଓ ମନ୍ଦିରା ଏହି ଫଟୋଗୁଡ଼ିକ ସେୟାର କରି କିଛି କ୍ୟାପସନ ଲେଖିନାହାଁନ୍ତି ।

ସେୟାର କରିଥିବା ଫଟୋଗୁଡ଼ିକରେ ମନ୍ଦିରା ଓ ରାଜ ବହୁତ ଖୁସି ଥିବା ଦେଖାଯାଉଛନ୍ତି । କ୍ୟାପସନ ଆକାରରେ ମନ୍ଦିରା କେବଳ ହୃଦୟ ଭାଙ୍ଗୁଥିବାର ଏକଇମୋଜି ସେୟାର କରିଛନ୍ତି । ନିକଟରେ ମନ୍ଦିରା ମଧ୍ୟ ନିଜ ଇନଷ୍ଟାଗ୍ରାମ ପ୍ରୋଫାଇଲ୍ ଛବି ହଟାଇ ଏହାକୁ ଏକ କଳା ପରଦାରେ ଆଚ୍ଛାଦିତ କରିଥିଲେ ।

 
 
 
 

 
 
 
 
 
 
 
 
 
 
 

A post shared by Mandira Bedi (@mandirabedi)

ସ୍ୱାମୀଙ୍କ ମୃତ୍ୟୁ ପରେ ମନ୍ଦିରା ମଧ୍ୟ ଶନିବାର ନିଜ ସ୍ୱାମୀଙ୍କ ପାଇଁ ପ୍ରାର୍ଥନା ସଭା କରିଥିଲେ, ଯେଉଁଥିରେ ମୌନି ରୟ, ଆଶିଷ ଚୌଧୁରୀ ନଜର ଆସିଥିଲେ । ମନ୍ଦିରା ଓ ରାଜ ୧୯୯୯ ରେ ବିବାହ କରିଥିଲେ ଓ ସେମାନଙ୍କର ଏକ ୯ ବର୍ଷର ପୁଅ ଅଛି । ଜୁଲାଇ ୨୦୨୦ ରେ, ଏହି ଦମ୍ପତି ଏକ ୪ ବର୍ଷର ବାଳିକାକୁ ପୌଷ୍ୟ ସନ୍ତାନ ଭାବେ ଗ୍ରହଣ କରି ଏହାର ନାମ ତାରା ବେଦୀ କୌଶଲ ରଖିଥିଲେ । ରାଜ କୌଶଲ ଅର୍ଶଦ ୱାର୍ସି, ସଞ୍ଜୟ ଦତ୍ତ ଓ ମିନିଶା ଲାମ୍ବା ଅଭିନୀତ ଚଳଚ୍ଚିତ୍ର 'ଆନ୍ଥୋନୀ କୋନ ହେi' ନିର୍ଦ୍ଦେଶନା ଦେଇଥିଲେ । ସେ 'ଶାଦି କା ଲଡୁ' ଓ 'ପ୍ୟାର ମେନ୍ କଭି କଭି' ଭଳି ମଧ୍ୟ ଫିଲ୍ମ କରିଛନ୍ତି ।

ଅଧିକ ପଢ଼ନ୍ତୁ: ଆସନ୍ତା ମାସରେ ଆସିପାରେ କୋରୋନାର ତୃତୀୟ ଲହର, ପିଲାମାନେ ମଧ୍ୟ ହେବେ ପ୍ରଭାବିତ-SBI ରିପୋର୍ଟ