ମାର୍ଚ୍ଚ ୨୫ରେ ପରଦାରେ ଧମାକା କରିବ RRR
Advertisement
Article Detail0/zeeodisha/odisha1128085

ମାର୍ଚ୍ଚ ୨୫ରେ ପରଦାରେ ଧମାକା କରିବ RRR

ଟ୍ରିପଲ ଆର୍ ବଦଳାଇପାରେ ସିନେମା ଜଗତର ଇତିହାସ । ବଡପରଦାରେ ଟ୍ରିପଲ ଆର୍ ରିଲିଜକୁ ନେଇ ବକ୍ସଅଫିସରେ ଚର୍ଚ୍ଚା ଜୋର ଧରିଛି । ବଡ ଫିଲ୍ମ, ବଡ କହାଣୀ , ମହଙ୍ଗା ସେଟ୍  ସାଙ୍ଗକୁ ନାମୀଦାମୀ ଷ୍ଟାର ଦେଖାଇବେ ନିଜ ଅଭିନୟର ଯାଦୁ। 

ମାର୍ଚ୍ଚ ୨୫ରେ ପରଦାରେ ଧମାକା କରିବ RRR

ନୂଆଦିଲ୍ଲୀ: ସାଉଥ ଫିଲ୍ମ ନିର୍ଦ୍ଦେଶକ ଏସ.ଏସ ରାଜମୌଳିଙ୍କ ଫିଲ୍ମ ଟ୍ରିପଲ ଆର୍ ମାର୍ଚ୍ଚ ୨୫ ତାରିଖରେ ରିଲିଜ ହେବାକୁ ଯାଉଛି  ।  ଏବେଠୁ ଆକଳନ କରାଯାଉଛି ଯେ ଏହି ଫିଲ୍ମ ରିଲିଜ ପରେ ସିନେମା ଜଗତର ଇତିହାସ ବଦଳିପାରେ । ଏପରିକି ଏହି ଫିଲ୍ମ ରିଲିଜ ନେଇ ଏବେଠୁ ଚର୍ଚ୍ଚା ଜୋର ଧରିଛି ।
ଏହି ଫିଲ୍ମରେ ଏକ ବଡ଼ କାହାଣୀ ରହିଛି । ଫିଲ୍ମରେ ମହଙ୍ଗା ସେଟ୍ ସହ ନାମୀଦାମୀ କଳାକାରଙ୍କୁ ଏହି ଫିଲ୍ମରେ ଦେଖିବାକୁ ମିଳିବ ।

ଟ୍ରିପଲ ଆର୍ (RRR) ବଦଳାଇପାରେ ସିନେମା ଜଗତର ଇତିହାସ । ବଡପରଦାରେ ଟ୍ରିପଲ ଆର୍ (RRR) ରିଲିଜକୁ ନେଇ ବକ୍ସଅଫିସରେ ଚର୍ଚ୍ଚା ଜୋର ଧରିଛି । ବଡ ଫିଲ୍ମ, ବଡ କହାଣୀ , ମହଙ୍ଗା ସେଟ୍  ସାଙ୍ଗକୁ ନାମୀଦାମୀ ଷ୍ଟାର ଦେଖାଇବେ ନିଜ ଅଭିନୟର ଯାଦୁ। ଦମଦାର କାହଣୀକୁ ନେଇ ସିନେମାଟି  ତିଆରି ହୋଇଛି । ଯାହାର ନିର୍ଦ୍ଦେଶନା ଦାୟିତ୍ୱ ବ୍ଲକବଷ୍ଟର ଫିଲ୍ମ ବାହୁବଳୀ ( Bahubali ) ର  ନିର୍ଦ୍ଦେଶକ ଏସ ଏସ ରାଜାମୌଳି (S.S Rajamouli) ତୁଲାଇଛନ୍ତି ।  ସିନେମା ଜଗତର ସବୁଠୁ ବଡ ଫିଲ୍ମ ଟ୍ରିପଲ ଆର୍  ଖୁବଶୀଘ୍ର ସିନେମା ଜଗତରେ ନିଜ ଛାପ ଛାଡିବା ପାଇଁ ଯାଉଛି ।

Also Read: ରେକର୍ଡ ସ୍ତରରେ 'ଦ କାଶ୍ମୀର ଫାଇଲ୍ସ', କଲାଣି ଏତେ ଇନକମ୍

ଫିଲ୍ମର ପ୍ରତିଟି ସିନକୁ ଖାସ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି ।  ଫିଲ୍ମରୁ  ସୁନ୍ଦର ଓ ନିଖୁଣ କରିବା ପାଇଁ ଷ୍ଟାର ଓ ମେକର୍ସ ଖୁବ ପରିଶ୍ରମ  ମଧ୍ୟ କରିଛନ୍ତି । ପୂର୍ବରୁ  ଫିଲ୍ମର ଏକ ଟିଜର  ଏବଂ ଟ୍ରେଲର ରିଲିଜ୍ କରାଯାଇଥିଲା । ଟ୍ରେଲରରେ ଜବରଦସ୍ତ ଆକ୍ସନ ସିନ୍ (Action Scene) ଦେଖିବା ପାଇଁ ମିଳିଛି । ଫିଲ୍ମରେ ଅଭିନେତା ରାମ ଚରଣ ତେଜା (Ram Charan) ଓ ଜୁନିଅର ଏନଟିଆର (Junior NTR) ଙ୍କର ଜବରଦସ୍ତ ଆକ୍ସନ ଦେଖିବା ପାଇଁ ମିଳିବ। ଏଥିସହ ଏହି ଫିଲ୍ମରେ ବଲିଉଡର ଚୁଲୁବୁଲି ନାୟିକା ଆଲିଆ ଭଟ୍ଟଙ୍କୁ ଦେଖିବାକୁ ମିଳିବ । ସେହିପରି ଅଜୟ ଦେବଗନଙ୍କର ଆକ୍ସନ ସିନ ମଧ୍ୟ ଦେଖିବା ପାଇଁ ମିଳିବ  ।  

Also Read: ଜେଜେମା’ଙ୍କ ପାଇଁ ଭାବୁକ ପୋଷ୍ଟ ଲେଖିଲେ ରିତଭିକ୍

ଆଲିଆ ଭଟ୍ଟ (Alia Bhatt ) , ଜୁନିଅର ଏନଟିଆର୍ ( Junior NTR )  ଏବଂ ରାମ ଚରଣ (Ram charan ) ଙ୍କ ଅଭିନୀତ ଏହି ଫିଲ୍ମ ଜାନୁଆରୀ ୭ରେ ଦେଶବ୍ୟାପୀ ସିନେମା ହଲ ଗୁଡ଼ିକରେ ରିଲିଜ୍ ହେବାର ଥିଲା । ହେଲେ  କୋରୋନା ସଂକ୍ରମଣ ପାଇଁ ଏହାର ରିଲିଜ୍ ସ୍ଥଗିତ ରଖାଯାଇଥିଲା ।
ଏହି ଚଳଚ୍ଚିତ୍ରର କାହାଣୀ ଦୁଇ ତେଲୁଗୁ ସ୍ୱାଧୀନତା ସଂଗ୍ରାମୀ ଅଲୁରି ସୀତାରାମ ରାଜୁ ଏବଂ କୋମରାମ ଭୀମଙ୍କ ଜୀବନୀ ଉପରେ ଆଧାରିତ। ଏହି ଚଳଚ୍ଚିତ୍ରରେ ​ ସ୍ୱାଧୀନତା ସଂଗ୍ରାମୀଙ୍କ ବନ୍ଧୁତା, ପ୍ରତାରଣା ଏବଂ ଦେଶପ୍ରେମ ଦେଖିବାକୁ ମିଳିବ।