ତାଙ୍କ ନୋଟ୍ ମାଧ୍ୟମରେ ନିଜର ଭାବନାକୁ ପ୍ରକାଶ କରି ସେ ଲେଖିଛନ୍ତି, 'ତୁମେ ଜଣେ ଦୂତ ଯିଏ ମୋତେ ମୋର ଯାଦୁଗରୀ ମାଆ ପରି ବଢାଇଥିଲ। ମୁଁ ଆଜି ମୋର ଏକ ଅଂଶ ହରାଇଛି।
Trending Photos
ନୂଆଦିଲ୍ଲୀ: ପବିତ୍ର ରିସ୍ତା ଅଭିନେତା ରିତଭିକ୍ ଧନଜାନି ଏବଂ ତାଙ୍କ ପରିବାର ଦୁଃଖଦ ସମୟ ଦେଇ ଗତି କରୁଛନ୍ତି। କାରଣ ନିକଟରେ ଅଭିନେତାଙ୍କ ଜେଜେମା ଉଷା ଦୁବେଙ୍କ ଦେହାନ୍ତ ହୋଇଛି। ତାଙ୍କ ଜେଜେମା’ଙ୍କ ଦେହାନ୍ତରେ ରିତଭିକ୍ ଧନଜାନି ସଂପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ସେ ସୋସିଆଲ ମିଡିଆରେ ତାଙ୍କ ଜେଜେମା’ଙ୍କ ସହ ସୁନ୍ଦର ଫଟୋ ପୋଷ୍ଟ କରିଥିଲେ ଏବଂ ଏହି ଫଟୋ ସହିତ ସେ ତାଙ୍କ ପ୍ରିୟ ଜେଜେମା’ଙ୍କ ଦେହାନ୍ତ ପରେ ନିଜର ଭାବନା ପ୍ରକାଶ କରିଥିଲେ। ରିତଭିକ୍ ପୋଷ୍ଟରେ ମନ୍ତବ୍ୟ ଦେବା ସହ ଜେଜେମା’ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ରିତଭିକ୍ ଧନଜାନୀ(Rithvik Dhanjani) ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ତାଙ୍କ ଜେଜେମା’ଙ୍କ ମୃତ୍ୟୁ ବିଷୟରେ ପ୍ରଶଂସକଙ୍କୁ ସୂଚନା ଦେଇଥିଲେ। ସେ ଦାଦିଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ରିତଭିକ୍ ଧନଜାନୀଙ୍କୁ ଆଶୀର୍ବାଦ ଦେଉଛନ୍ତି ଏବଂ ରିତଭିକ୍ ଧନଜାନି ହସୁଛନ୍ତି।ଦ୍ୱିତୀୟ ଫଟୋରେ ସେ ତାଙ୍କ ଜେଜେବାପାଙ୍କ ସହ ପୋଜ୍ ଦେଉଛନ୍ତି।ତାଙ୍କ ଜେଜେମା’ଙ୍କ ସହ ଏହି ସୁନ୍ଦର ଫଟୋ ଗୁଡ଼ିକୁ ସେୟାର କରି ଏକ ନୋଟ୍ ମଧ୍ୟ ଲେଖିଛନ୍ତି । ତାଙ୍କ ନୋଟ୍ ମାଧ୍ୟମରେ ନିଜର ଭାବନାକୁ ପ୍ରକାଶ କରି ସେ ଲେଖିଛନ୍ତି, 'ତୁମେ ଜଣେ ଦୂତ ଯିଏ ମୋତେ ମୋର ଯାଦୁଗରୀ ମାଆ ପରି ବଢାଇଥିଲ। ମୁଁ ଆଜି ମୋର ଏକ ଅଂଶ ହରାଇଛି।
Also Read: 'କାଶ୍ମୀର ଫାଇଲ୍ସ' ଫିଲ୍ମ ବନାଇଥିବା ନିର୍ଦ୍ଦେଶକଙ୍କୁ ମିଳିଲା 'Y' କ୍ୟାଟେଗୋରି ସୁରକ୍ଷା
ତୁମେ ନିଶ୍ଚୟ ଈଶ୍ବରଙ୍କ ମୁହଁରେ ହସ ଫୁଟାଇବ ରିତଭିକ୍ ଧନଜାନି ଆହୁରି ଲେଖିଛନ୍ତି, 'ମୁଁ ଜାଣେ ଯେ ତୁମର ଉପସ୍ଥିତିରେ ତୁମେ ମଧ୍ୟ ଭଗବାନଙ୍କ ମୁହଁରେ ହସ ଫୁଟାଇବ। ଏକ ଥାଳିରେ ପ୍ରେମ ପରିବେଷଣ କରି ଆପଣ ସେମାନଙ୍କୁ ଖାଇବାକୁ ଦେବେ। ସେ ବହୁତ ଖୁସି ହେବେ ଯେ ସେ ତାଙ୍କ ମାଆଙ୍କୁ ଫେରାଇ ଆଣିଛନ୍ତି।ତୁମେ ଯେଉଁଠାରେ ବି ଥାଅନା କାହିଁକି ସର୍ବଦା ମୋତେ ଭଲ ପାଉଥିବ। ରିତଭିକ୍ ଧନଜାନୀଙ୍କ ଏହି ପୋଷ୍ଟରେ ଅନେକ ଅଭିନେତା ଓ ପ୍ରଶଂସକ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। କରଣଭୀର ବେହେରାଙ୍କ ଠାରୁ ଏକତା କପୁର, ଦୃଷ୍ଟୀ ଧାମି, ଅର୍ଜୁନ ବିଜଲାନି (Arjun Bijlani) ପର୍ଯ୍ୟନ୍ତ ସମସ୍ତ କଳାକାର ରିତଭିକ୍ ଧନଜାନୀଙ୍କ ପ୍ରତି ସମବେଦନା ଜଣାଇବା ସହ ତାଙ୍କ ଜେଜେମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
Also Read: ରଙ୍ଗର ପର୍ବ ହୋଲି, ଜାଣନ୍ତୁ ରାଶି ଅନୁସାରେ କେଉଁ ରଙ୍ଗ ଶୁଭ ଓ ଅଶୁଭ
ବନ୍ଦିନିରେ ଡେବ୍ୟୁ କରିଥିଲେ ରିତଭିକ୍ ଧନଜାନୀ ( ୨୦୧୦ ମସିହାରେ ନିଜର କ୍ୟାରିୟର୍ ଆରମ୍ଭ କରିଥିଲେ। ବନ୍ଦିନି ସିରିଏଲରୁ କ୍ୟାରିୟର୍ ଆରମ୍ଭ କରିଥିଲେ ରିତଭିକ୍ ଧନଜାନୀ। ଏହି ସୋ ପରେ ସେ ବୈରୀ ପିୟା, ତେରେ ଲିୟେ ଏବଂ ପ୍ୟାର କି ୟେ ଏକ କାହାନୀ ପରି ଅନେକ ଶୋ’ରେ କାମ କରିଥିଲେ। ଏହି ଶୋ’ ପରେ, ୨୦୧୧ ମସିହାରେ ତାଙ୍କୁ ପବିତ୍ର ରିସ୍ତା ସିରିଏଲରେ ଅଭିନୟ ପାଇଁ ଅଫର୍ ମିଳିଥିଲା। ଏହି ଶୋ’ରେ ସେ ଆଶା ନେଗିଙ୍କୁ ଭେଟିଥିଲେ।କିନ୍ତୁ ପରେ କୌଣସି କାରଣରୁ ଉଭୟଙ୍କ ବ୍ରେକଅପ୍ ହୋଇଯାଇଥିଲା।