କେମିତି ହେଲା ବାହାଘର? କିଏ ଥିଲା ସୂତ୍ରଧର? କାହିଁକି ଓଡିଶା ଛାଡି ରାଜସ୍ଥାନରେ ହେଲା ବିବାହ ଉତ୍ସବ?
Trending Photos
ଭୁବନେଶ୍ୱର: ଓଡିଶା ମାଟିରେ ପାଦଥାପି ନିଜ ବିବାହର ସିକ୍ରେଟ୍ ଖଲିଲେ ସବ୍ୟାର୍ଚ୍ଚିତା। କେମିତି ହେଲା ବାହାଘର? କିଏ ଥିଲା ସୂତ୍ରଧର? କାହିଁକି ଓଡିଶା ଛାଡି ରାଜସ୍ଥାନରେ ହେଲା ବିବାହ ଉତ୍ସବ? ଯାହାର ସିକ୍ରେଟ ଖୋଲିଛନ୍ତି ସବ୍ୟସାଚୀ ମିଶ୍ର। କେବଳ ସବ୍ୟ ନୁହଁନ୍ତି ନବବଧୂ ଅର୍ଚ୍ଚିତା ମଧ୍ୟ ଗଣମାଧ୍ୟମ ଆଗରେ ନିଜର ମନର କଥା କହିଛନ୍ତି।
ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଁଞ୍ଚିଛନ୍ତି ନବ ବିବାହିତା ଦମ୍ପତି (New Couple) ସବ୍ୟାର୍ଚ୍ଚିତା (Sabyachita)। ରିଲ୍ ଲାଇଫରୁ ରିୟଲ ଲାଇଫରେ ପତିପତ୍ନୀ ହୋଇଛନ୍ତି ଅଭିନେତା ସବ୍ୟସାଚୀ (Sabyasachi Mishra) ଓ ଅଭିନେତ୍ରୀ ଅର୍ଚ୍ଚିତା (Archita Sahu) । ଗତ ୧ ତାରିଖରେ ରାଜସ୍ଥାନ (Rajasthan) ରେ ସେମାନଙ୍କ ରାଜକୀୟ ଢଙ୍ଗରେ ବିବାହ ସରିଛି। ବିବାହ ପରେ ଆଜି ସେମାନେ ଓଡିଶା ମାଟିରେ ପାଦ ଦେଇଛନ୍ତି। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଫ୍ୟାନଙ୍କ ଶୁଭେଚ୍ଛାର ସୁଅ ଛୁଟିଥିଲା।
Also Read: ସରିଲା Destination ମ୍ୟାରେଜ୍, ଘରକୁ ଫେରିଲେ ସବ୍ୟାର୍ଚ୍ଚିତା
ଭୁବନେଶ୍ୱର (Bhubaneswar Airport) ରେ ପହଞ୍ଚିବା ପରେ ସବ୍ୟାର୍ଚ୍ଚିତା ଉଭୟଙ୍କ ପ୍ରତିକ୍ରିୟା ଦେଇଛନ୍ତି। ସବ୍ୟ କହିଛନ୍ତି ଯେ, ପ୍ରକୃତରେ ଗତବର୍ଷ ମାର୍ଚ୍ଚ ମାସରେ ତାଙ୍କର ବିବାହ ହେବାର ଥିଲା। କିନ୍ତୁ କୋଭିଡ କଟକଣା ପାଇଁ ବର୍ଷେ ପରେ ୨୦୨୧ରେ ଏହି ବିବାହ ସମ୍ପନ୍ନ ହୋଇଛି। ସେଲିବ୍ରେଟିଙ୍କ ବିବାହରେ ଗହଳି ହେବା ସ୍ୱଭାବିକ। ଏହି ସମୟରେ କୋଭିଡ କଟକଣା ମାନିବା କଷ୍ଟଦାୟକ ହୋଇଥାନ୍ତା। ତେଣୁ ସୁରକ୍ଷା ଦୃଷ୍ଟିରୁ ଉଭୟଙ୍କ ପରିବାରର ସମ୍ମତିରେ ରାଜସ୍ଥାନରେ ବିବାହ ହୋଇଥିବା ଅଭିନେତା (Odia Actor) କହିଛନ୍ତି।
ସବ୍ୟସାଚୀ ନିଜ ଜୀବନର ସଫଳତାର ଶ୍ରେୟ ଅର୍ଚ୍ଚିତାଙ୍କୁ ଦେଇଛନ୍ତି। ରିଲ୍ ଲାଇଫ୍ ସହିତ ଆଗକୁ ସେ ସମାଜସେବା ଜାରି ରଖିବେ ବୋଲି ସେ ଗଣମାଧ୍ୟମ ଆଗରେ ପ୍ରତିଜ୍ଞା କରିଛନ୍ତି। ଅର୍ଚ୍ଚିତା କହିଛନ୍ତି ଯେ, ସବ୍ୟ ପ୍ରଥମରୁ ହିଁ ଭଲ ଥିଲେ କେବେ ବି ବିଗିଡି ନାହାନ୍ତି। ସେ ପ୍ରଥମେ ତାଙ୍କ ଭଲ ପାଇବା ପ୍ରକାଶ କରିଥିଲେ, କିନ୍ତୁ ହଁ କହିବାକୁ ସବ୍ୟ ବହୁବର୍ଷ ଲଗାଇ ଦେଲେ। ବର୍ତ୍ତମାନ ସେ ଗୋଟିଏ ନୂଆ ଜୀବନରେ ପାଦଥାପୁଛନ୍ତି ଓ ଏହାକୁ ଭରପୁର ଉପଭୋଗ କରିବେ ବୋଲି ଅର୍ଚ୍ଚିତା ପ୍ରକାଶ କରିଛନ୍ତି।