ନେତା ମନ୍ତ୍ରୀଙ୍କ ପରେ ଏବେ କୋରୋନା ଟାର୍ଗେଟରେ ଆକ୍ଟର ଓ କ୍ରିକେଟର। ଆମିର ଖାନ ଆକ୍ରାନ୍ତ ହେବାର ସପ୍ତାହେ ନ ପୁରୁଣୁ ଆଉ ୨ ଜଣ ତାରକା କୋରୋନା ପଜିଟିଭ୍ ବାହାରିଛନ୍ତି।
Trending Photos
ନୂଆଦିଲ୍ଲୀ: ସୁରକ୍ଷା ବଳୟ ଭେଦି ସେଲିବ୍ରିଟିଙ୍କ ବଙ୍ଗଳାରେ ପୁଣି ପଶିଲା ମହାମାରୀ। ନେତା ମନ୍ତ୍ରୀଙ୍କ ପରେ ଏବେ କୋରୋନା ଟାର୍ଗେଟରେ ଆକ୍ଟର ଓ କ୍ରିକେଟର। ଆମିର ଖାନ ଆକ୍ରାନ୍ତ ହେବାର ସପ୍ତାହେ ନ ପୁରୁଣୁ ଆଉ ୨ ଜଣ ତାରକା କୋରୋନା ପଜିଟିଭ୍ ବାହାରିଛନ୍ତି। କ୍ରିକେଟର ଗଡ୍ କୁହାଯାଉଥିବା ସଚିନ ତେନ୍ଦୁଲକର ଓ ବଲିଉଡ ଭେଟେରାନ ପରେଶ ରାୱାଲ କୋରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି।
ଶନିବାର ସକାଳେ ମାଷ୍ଟର ବ୍ଲାଷ୍ଟ (Master Blaster) ର ସଚିନ ତେନ୍ଦୁଲକର (Sachin Tendulkar) କୋରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସୂଚନା ମିଳିଛି। ପୂର୍ବତନ ଭାରତୀୟ କ୍ରିକେଟର ତଥା ଭାରତ ରତ୍ନ (Bharat Ratna) ନିଜେ ଟ୍ୱିଟ କରି କୋରୋନା ଚିହ୍ନଟ (Corona Positive) ହୋଇଥିବା କହିଛନ୍ତି। ତାଙ୍କ ଠାରେ ମଧ୍ୟମ ଲକ୍ଷଣ ଦେଖା ଦେଇଛି। ତେବେ ସୁସ୍ଥ ଅଛନ୍ତି ଏବଂ ଘରେ ଆଇସୋଲେସନରେ ଅଛନ୍ତି। ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନେ କୋରୋନା ପରୀକ୍ଷା କରାଇନେବାକୁ ସେ ଅନୁରୋଧ କରିଛନ୍ତି।
Also Read: Shahrukh Khan ବଲିଉଡର ମହଙ୍ଗା ସୁପରଷ୍ଟାର, Pathan ପାଇଁ ଚାର୍ଜ କଲେ ଏତିକି ଟଙ୍କା
ଫିଲ୍ମ Oh My Godରେ ଭାଗବାନଙ୍କୁ ଚ୍ୟାଲେଞ୍ଜ କରୁଥିବା କାଞ୍ଜି ଲାଲ ଏବେ ମହାମାରୀ କବଜାକୁ ଆସିଛନ୍ତି। ସଚିନଙ୍କ ପରେ ବଲିଉଡର ଭେଟେରାନ ଆକ୍ଟର ପରେଶ ରାୱଲ (Paresh rawal) ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗତ କିଛି ଦିନ ତଳେ ସେ କୋରୋନା ଟିକା (Corona vaccine) ର ପ୍ରଥମ ଡୋଜ୍ ନେଇଛନ୍ତି। ତେବେ ଦ୍ୱିତୀୟ ଡୋଜ୍ ନେବା ପୂର୍ବରୁ ପରେଶ କୋରୋନା ପଜିଟିଭ୍ ବାହାରିଛନ୍ତି। ଗତ ୧୦ ଦିନ ମଧ୍ୟରେ ତାଙ୍କ ସହ ମିଶିଥିବା ଲୋକେ ସତର୍କତା ଅବଲମ୍ବନ କରିବାକୁ ଅଭିନେତା ଅନୁରୋଧ କରିଛନ୍ତି।
ସୂଚନାଯୋଗ୍ୟ, ବର୍ତ୍ତମାନ ମହାରାଷ୍ଟ୍ରରେ କୋରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଗଲାଣି। ପ୍ରତ୍ୟେକ ଦିନ ମହାରାଷ୍ଟ୍ର (Maharashtra) ତଥା ଦେଶରେ ହଜାର ହଜାର ସଂଖ୍ୟକ କୋରୋନା ଆକ୍ରାନ୍ତ ବାହାରୁଛନ୍ତି। କିଛି ଦିନ ତଳେ ଅଭିନେତା ରଣବୀର କପୁର, ଆମିର ଖାନ (Aamir Khan) , ଫିଲ୍ମ ନିର୍ମାତା ସଂଜୟ ଲୀଲା ଭଂସଲି ଓ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ତିରଥ ସିଂହ ରାୱତ କୋରୋନା ପଜିଟିଭ୍ ବାହାରିଛନ୍ତି। ହାଇ ସିକ୍ୟୁରିଟି ବଳୟ ଭିତରେ ଥିବା ବ୍ୟକ୍ତି କୋରୋନାରେ ଆକ୍ରାନ୍ତ ହେଉଛନ୍ତି। କିନ୍ତୁ ନିର୍ବାଚନ ରାଲି ଓ ଧାର୍ମୀକ ଅନୁଷ୍ଠାନରେ କାହିଁକି ସଂକ୍ରମଣ ବ୍ୟପୀବ ନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।