Shahrukh Khan ବଲିଉଡର ମହଙ୍ଗା ସୁପରଷ୍ଟାର, Pathan ପାଇଁ ଚାର୍ଜ କଲେ ଏତିକି ଟଙ୍କା
Advertisement
Article Detail0/zeeodisha/odisha873587

Shahrukh Khan ବଲିଉଡର ମହଙ୍ଗା ସୁପରଷ୍ଟାର, Pathan ପାଇଁ ଚାର୍ଜ କଲେ ଏତିକି ଟଙ୍କା

ଆଜି ବି ଫିଲ୍ମ ନିର୍ମାତାମାନେ ଶାହରୁଖ ଖାନଙ୍କ ପାଇଁ ପାଣି ଭଳି ଟଙ୍କା ବୁହାଇବାକୁ ପଛାନ୍ତି ନାହିଁ। ଯେକୌଣସି ମୂଲ୍ୟରେ ସେମାନେ ତାଙ୍କଠୁ ଫିଲ୍ମ ସାଇନ୍ କରିବାକୁ ଇଚ୍ଛୁକ। ଶାହରୁଖ ଖାନଙ୍କ ଶେଷ କିଛି ଫିଲ୍ମ ବକ୍ସ ଅଫିସ (Box Office) ରେ ସଫଳ ହୋଇପାରି ନାହିଁ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଦେଶ ବିଦେଶରେ ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ଏକ ବିରାଟ ଫ୍ୟାନ୍ସ ଫଲୋଇଂ  ଅଛନ୍ତି। ସେ ବର୍ଷ ବର୍ଷ ଧରି ନିଜ ପ୍ରଶଂସକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବାକୁ କୌଣସି ସୋଯୋଗ ହାକଛଡା କରିନାହାଁନ୍ତି। ତାଙ୍କୁ ଖୁବଶୀଘ୍ର ଫିଲ୍ମ Pathanରେ ଦେଖିବାକୁ ମିଳିବ। କିନ୍ତୁ ଆପଣ ଜାଣନ୍ତି କି, ଏହି ଫିଲ୍ମ ପାଇଁ ନିର୍ମାତାଙ୍କଠାରୁ ବଲିଉଡର କିଙ୍ଗ ଖାନ କେତେ ଚାର୍ଜ କରୁଛନ୍ତି?

ଆଜି ବି ଫିଲ୍ମ ନିର୍ମାତାମାନେ ଶାହରୁଖ ଖାନଙ୍କ ପାଇଁ ପାଣି ଭଳି ଟଙ୍କା ବୁହାଇବାକୁ ପଛାନ୍ତି ନାହିଁ। ଯେକୌଣସି ମୂଲ୍ୟରେ ସେମାନେ ତାଙ୍କଠୁ ଫିଲ୍ମ ସାଇନ୍ କରିବାକୁ ଇଚ୍ଛୁକ। ଶାହରୁଖ ଖାନଙ୍କ ଶେଷ କିଛି ଫିଲ୍ମ ବକ୍ସ ଅଫିସ (Box Office) ରେ ସଫଳ ହୋଇପାରି ନାହିଁ। କିନ୍ତୁ ଏହା ସତ୍ତ୍ୱେ ୟଶରାଜ ଫିଲ୍ମ ତାଙ୍କୁ 'Pathan' ପାଇଁ ମୋଟା ଅଙ୍କର ଟଙ୍କା ଦେଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ Pathan ପାଇଁ ଶାହରୁଖ ୧୦୦ କୋଟି ଟଙ୍କା ଚାର୍ଜ କରିଛନ୍ତି। ଆଉ ଏହା ସହ ସେ ବଲିଉଡ (Bollywood) ର ସବୁଠୁ ଦାମୀ ସୁପରଷ୍ଟାର ପାଲଟିଛନ୍ତି।

Also Read: ରାମାୟଣରେ ଡିପ୍ଲୋମା: ବିଜ୍ଞାନ କହିବ ପୁଷ୍ପକ ବିମାନ ଓ ହନୁମାନଙ୍କ ଲାଞ୍ଜର ରହସ୍ୟ

ଫିଲ୍ମ 'Pathan'ରେ ଶାହରୁଖ (Shahrukh Khan) ଙ୍କ ସହ ଦୀପିକା ପାଦୁକୋନ (Deepika) , ଜନ ଆବ୍ରାହମ ଓ ଡିମ୍ପଲ କପାଡିୟା ନଜର ଆସିବେ। ଏମାନେ ଫିଲ୍ମର ପ୍ରମୂଖ ଚରିତ୍ର। କୁହାଯାଉଛି ଯେ, Pathanର ଶେଷ ବେଳକୁ ସଲମାନ ଖାନ (Salman Khan) ଙ୍କ ଏଣ୍ଟ୍ରୀ ହେବ। ସେହିପରି ଫଠାନର ଅନ୍ତରୁ ହିଁ TIGER-3ର କାହାଣୀ ଆରମ୍ଭ ହେବ।