• ବାହାର ରାଜ୍ୟରୁ ଓଡ଼ିଶା ଆସିବା ପାଇଁ ଥିବା କଟକଣା ପ୍ରତ୍ୟାହାର
  • ଆବଶ୍ୟକ ନାହିଁ କୋରୋନା ଟେଷ୍ଟ ରିପୋର୍ଟ ଓ ଦ୍ୱିତୀୟ ଡୋଜ୍ ପ୍ରମାଣପତ୍ର
  • ଅଗଷ୍ଟ ୯ରୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ
  • ଶ୍ରେଣୀଗୃହ ଶିକ୍ଷାଦାନର ରେକର୍ଡିଂ ଅନୁପସ୍ଥିତ ଛାତ୍ରଙ୍କୁ ପଠାଯିବ
  • ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ପକ୍ଷରୁ SOP ଜାରି
  • ଅଲମ୍ପିକ ୨୦୨୦: ଆସାମର ୨୩ ବର୍ଷୀୟା ଲଭଲିନାଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ
  • ଅକ୍ଟୋବର ୨୪ରେ ଭାରତ-ପାକିସ୍ତାନ କ୍ରିକେଟ ଟକ୍କର
  • ଖୁବ୍‌ ଶୀଘ୍ର ବିରଞ୍ଚିଙ୍କ ବିରୋଧରେ ମାମଲା ରୁଜୁ କରିପାରେ ED
  • ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କୋରୋନାର ୪୨,୬୨୫ଟି ନୂଆ ମାମଲା ଚିହ୍ନଟ, ୫୬୨ ମୃତ
  • ରାଜ୍ୟରେ ଆଜି ୧୩୧୫ ନୂଆ କୋରୋନା ସଂକ୍ରମିତ ଚିହ୍ନଟ, ୬୬ ମୃତ

ଏହି ୪ ଜଣ ଅଭିନେତାଙ୍କ ସାମ୍ନାରେ ନିଜ ମୁଣ୍ଡ ନୁଆଁଇଥାନ୍ତି ସଲମାନ ଖାନ୍

ଅଭିନେତା ସଲମାନ ଖାନ ନିଜ ଜୀବନରେ ବହୁତ କମ ଲୋକଙ୍କ ସାମ୍ନାରେ ନିଜ ମୁଣ୍ଡ ନୁଆଁଇଥାନ୍ତି ଅର୍ଥାତ୍ କିଛି  ଲୋକଙ୍କୁ ସେ ବହୁତ ସମ୍ମାନ ଦେଇଥାନ୍ତି । ନିଜ ବାପାଙ୍କ ସାମ୍ନାରେ ତ ସମସ୍ତେ ନିଜର ମୁଣ୍ଡ ନୁଆଁଇଥାନ୍ତି ହେଲେ ଏହି ଦବଙ୍ଗଷ୍ଟାର ବଲିଉଡର ୪ ବରିଷ୍ଠ ଅଭିନେତାଙ୍କ ସାମ୍ନାରେ ନିଜର ମୁଣ୍ଡ ନୁଆଁଇଥାନ୍ତି । 

ଏହି ୪ ଜଣ ଅଭିନେତାଙ୍କ ସାମ୍ନାରେ ନିଜ ମୁଣ୍ଡ ନୁଆଁଇଥାନ୍ତି ସଲମାନ ଖାନ୍

ନୂଆଦିଲ୍ଲୀ: ବଲିଉଡର ଦବଙ୍ଗ ଖାନ ମାନେ ସଲମାନଙ୍କ ଦବଦବା ହେଉ ବା ଆକ୍ଟିଂ କି ପରୋପକାରୀ ଗୁଣ ପାଇଁ ବେଶ ପରିଚିତ । ନିଜର ଦବଙ୍ଗ ଷ୍ଟାଇଲରେ ଦର୍ଶକଙ୍କ ମନରେ ଘର କରିଥିବା ଅଭିନେତା ସଲମାନଙ୍କୁ ପ୍ରାୟତଃ ଇଣ୍ଡଷ୍ଟ୍ରିରେ ସମସ୍ତେ ସମ୍ମାନ ଦେଇଥାନ୍ତି ଓ ଡ଼ରନ୍ତି ମଧ୍ୟ । ଏକଥା ଆମେ ନୁହେଁ ଏମିତି କିଛି ଖବର ଆପଣଙ୍କ ସାମ୍ନାରେ ପୂର୍ବରୁ ଆସିଛି ମଧ୍ୟ । ଏମିତି ବି କୁହାଯାଏ ଯେ, ଯଦି ସଲମାନଙ୍କର କେହି ଶତ୍ରୁ ହୋଇଯାଆନ୍ତି ତେବେ ଜୀବନସାରା ସଲମାନ କେବେ ସେ ଶତ୍ରୁ ମୁହଁ ଚାହାଁନ୍ତିନି । 

ହେଲେ ଅଭିନେତା ସଲମାନ ଖାନ (Actor Salman Khan) ନିଜ ଜୀବନରେ ବହୁତ କମ ଲୋକଙ୍କ ସାମ୍ନାରେ ନିଜ ମୁଣ୍ଡ ନୁଆଁଇଥାନ୍ତି ଅର୍ଥାତ୍ କିଛି  ଲୋକଙ୍କୁ ସେ ବହୁତ ସମ୍ମାନ ଦେଇଥାନ୍ତି । ନିଜ ବାପାଙ୍କ ସାମ୍ନାରେ ତ ସମସ୍ତେ ନିଜର ମୁଣ୍ଡ ନୁଆଁଇଥାନ୍ତି ହେଲେ ଏହି ଦବଙ୍ଗଷ୍ଟାର ବଲିଉଡର ୪ ବରିଷ୍ଠ ଅଭିନେତାଙ୍କ ସାମ୍ନାରେ ନିଜର ମୁଣ୍ଡ ନୁଆଁଇଥାନ୍ତି । ବଲିଉଡର ସେହେନସା ଅମିତାଭ ବଚ୍ଚନ (Amitabh Bachchan) ଙ୍କୁ ଖୁବ୍ ସମ୍ମାନ କରନ୍ତି ସଲମାନ ଖାନ । ଦୁହେଁ ଏକାଠି ଅନେକ ଚଳଚ୍ଚିତ୍ର ମଧ୍ୟ କରିଛନ୍ତି, ସଲମାନ ଏବଂ ଅମିତାଭ ବାଗବାନ୍ ଫିଲ୍ମରେ ପିତା-ପୁତ୍ର ଭୂମିକା ଗ୍ରହଣ କରିଥିଲେ। କେବଳ ଏତିକି ନୁହେଁ ସଲମାନ ଅମିତାଭ ଙ୍କୁ ମଧ୍ୟ ତାଙ୍କ ପିତାଙ୍କ ପରି ଦେଖନ୍ତି। ଦୁହେଁ ଭଗବାନ ତୁସି ଗ୍ରେଟ୍ ହୋ, ହେଲୋ ଭାଇ ଏବଂ ବାବୁଲ ଭଳି ସୁପରଡୁପର ହିଟ ଫିଲ୍ମରେ ଏକାଠି କାମ କରିଛନ୍ତି । 

Also Read: LPG Offers: ଏବେ ମାତ୍ର ୯ ଟଙ୍କାରେ କିଣି ପାରିବେ LPG ଗ୍ୟାସ୍ ସିଲିଣ୍ଡର! ଏପ୍ରିଲ ୩୦ ଯାଏ ସୁଯୋଗ, ଏହି ଉପାୟରେ ଉଠାନ୍ତୁ ଲାଭ

ଡିସ୍କୋ ଡ୍ୟାନ୍ସର ମିଥୁନ ଚକ୍ରବର୍ତ୍ତୀ (Mithun Chakraborty) ଏବଂ ସଲମାନ ପରସ୍ପରର ଅତି ନିକଟତର । ସଲମାନ ତାଙ୍କୁ ତାଙ୍କର ଆଦର୍ଶ ଏବଂ ମିଥୁନ ମଧ୍ୟ ସଲମାନଙ୍କୁ ତାଙ୍କ ପୁଅ ପରି ବ୍ୟବହାର କରନ୍ତି । ସଲମାନ ଏବଂ ମିଥୁନ ୟୁବରାଜ, ହିରୋଜ୍, ଭାଗ୍ୟ, ଲକି ଏବଂ କିକ୍ ଭଳି ଚଳଚ୍ଚିତ୍ରରେ ଏକାଠି କାମ କରିଛନ୍ତି । ସଲମାନ ଏବଂ ଅଭିନେତା ଧର୍ମେନ୍ଦ୍ରଙ୍କର ମଧ୍ୟରେ ଏକ ସୁନ୍ଦର ସମ୍ପର୍କ ରହିଛି। ଯେତେବେଳେ ସଲମାନ ଏବଂ ଧର୍ମେନ୍ଦ୍ର (Dharmendra)ଙ୍କୁ ଏକାଠି ଦେଖାଯାଏ, ଲୋକମାନେ ସେମାନଙ୍କ ମଧ୍ୟରେ ଥିବା ଏକ ଦୃଢ ସମ୍ପର୍କ ଦେଖନ୍ତି । ପିଲାଦିନରୁ ସଲମାନ ଧର୍ମେନ୍ଦ୍ରଙ୍କ ଏକ ବଡ଼ ପ୍ରଶଂସକ ଥିଲେ। ଧର୍ମେନ୍ଦ୍ରଙ୍କ ସହ ସେ ଯେତିକି ମଜା କରନ୍ତି ସଲମାନ ତାଙ୍କୁ ସେତିକି ସମ୍ମାନ କରନ୍ତି। ସଲମାନ ଏବଂ ଧର୍ମେନ୍ଦ୍ର ପ୍ୟାର କିୟା ତୋ ଡରନା କିଆ ସହ ଅନ୍ୟାନ୍ୟ ଚଳଚ୍ଚିତ୍ରରେ ଏକାଠି କାମ କରିଛନ୍ତି।

Also Read: ସୁନା-ରୁପା ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ, ଜାଣି ନିଅନ୍ତୁ କ'ଣ ରହିଛି ରେଟ୍

ସେପଟେ ସଲମାନ ଖାନ ସୁପରଷ୍ଟାର ରଜନୀକାନ୍ତ (Superstar Rajnikanth)ଙ୍କୁ ବହୁତ ସମ୍ମାନ କରନ୍ତି । ଏପରିକି ତାଙ୍କର ଏକ ସାକ୍ଷାତକାରରେ ସଲମାନ କହିଛନ୍ତି ଯେ, ସେ ରଜନୀକାନ୍ତଙ୍କ ଭଳି ହେବା ପରି କେବେ କାମ କରିନାହାଁନ୍ତି କାରଣ ସେ ସୁପରଷ୍ଟାର ରଜନୀକାନ୍ତଙ୍କୁ ବହୁତ ସମ୍ମାନ କରିଥାନ୍ତି। ଯଦିଓ ଦୁହେଁ ଏପର୍ଯ୍ୟନ୍ତ କୌଣସି ଫିଲ୍ମ କରିନାହାଁନ୍ତି, ତଥାପି ସଲମାନ (Salman Khan) ସର୍ବଦା ନିଜକୁ ତାଙ୍କ ପ୍ରଶଂସକ ବୋଲି ବର୍ଣ୍ଣନା କରନ୍ତି ।