'ସଲମାନଙ୍କ ଫାର୍ମହାଉସରେ ପୋତା ଯାଇଛି ସେଲିବ୍ରିଟିଙ୍କ ମୃତଦେହ'
Advertisement
Article Detail0/zeeodisha/odisha1078584

'ସଲମାନଙ୍କ ଫାର୍ମହାଉସରେ ପୋତା ଯାଇଛି ସେଲିବ୍ରିଟିଙ୍କ ମୃତଦେହ'

କେତନ କକ୍କଡ ଆମେରିକାର ଅବସରପ୍ରାପ୍ତ NRI। ସେ ସୁପରଷ୍ଟାରଙ୍କ ଫାର୍ମହାଉସ ପାନଭେଲ ନିକଟ ଏକ ପ୍ଲଟର ମାଲିକ। ନିକଟରେ ସେ ସୋସିଆଲ ମିଡିଆରେ ଦବଙ୍ଗ ଷ୍ଟାରଙ୍କୁ ବଦନାମ କରିବାକୁ ପ୍ରୟାସ କରିଥିବା ଅଭିଯୋଗ ହୋଇଛି।

ଡିଜାଇନ୍ ଫଟୋ

ନୂଆଦିଲ୍ଲୀ: ସଲମାନ ଖାନ ବଲିଉଡର ସବୁଠୁ ବଡ ସୁପରଷ୍ଟାର ଏବଂ ଦେଶର ଅନ୍ୟତମ ପ୍ରିୟ ଅଭିନେତା। ସେ ବର୍ତ୍ତମାନ ତାଙ୍କ ପାନଭେଲ ଫାର୍ମହାଉସକୁ ନେଇ ଚର୍ଚ୍ଚାରେ ଅଛନ୍ତି। ପଡୋଶୀ କେତନ କକ୍କଡଙ୍କ ବିରୋଧରେ ଅଭିନେତା ମାନହାନି ମକଦ୍ଦମା ଦାୟର କରିଛନ୍ତି। ଅନ୍ୟପଟେ  ସୁପରଷ୍ଟାରଙ୍କ ବିରୋଧରେ କେତନ ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି।

କେତନ କକ୍କଡ ଆମେରିକାର ଅବସରପ୍ରାପ୍ତ NRI। ସେ ସୁପରଷ୍ଟାରଙ୍କ ଫାର୍ମହାଉସ ପାନଭେଲ ନିକଟ ଏକ ପ୍ଲଟର ମାଲିକ। ନିକଟରେ ସେ ସୋସିଆଲ ମିଡିଆରେ ଦବଙ୍ଗ ଷ୍ଟାରଙ୍କୁ ବଦନାମ କରିବାକୁ ପ୍ରୟାସ କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସଲମାନ ମାନହାନି ମକଦ୍ଦମା ଦାୟର କରିଥିଲେ। ଏବେ ସେ ପୁଣି ଥରେ ସୁପରଷ୍ଟାରଙ୍କ ବିରୋଧରେ ପଡୋଶୀ କେତନ ଏକ ଗମ୍ଭୀର ଅଭିଯୋଗ ଆଣିଛନ୍ତି।

Also Read: ବୁର୍ଲାରେ ନକଲି ଥାନାଧିକାରୀ, ଭାଇରାଲ ହେଉଛି 'ଥ୍ରୀ ଷ୍ଟାର୍' ବର୍ଦ୍ଦି

ମିଡିଆ ରିପୋର୍ଟ ଅନୁଯାୟୀ, ଏକ ସାକ୍ଷାତକାରରେ କେତନ କକ୍କଡ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ସୁପରଷ୍ଟାର ସଲମାନ ଖାନଙ୍କ ପାନଭେଲ ଫାର୍ମହାଉସରେ “ଅନେକ ଚଳଚ୍ଚିତ୍ର ତାରକାଙ୍କ ମୃତଦେହ ପୋତି ଦିଆଯାଇଛି”। କେବଳ ସେତିକି ନୁହେଁ ଅନ୍ତିମ ଷ୍ଟାର, ଶିଶୁ ଚାଲାଣ ଭଳି ବେଆଇନ କାର୍ଯ୍ୟ କରୁଛନ୍ତି ବୋଲି ମଧ୍ୟ ସେ ଦାବି କରିଛନ୍ତି।

ପୂର୍ବରୁ ଏକ ୟୁଟ୍ୟୁବ ସାକ୍ଷାତକାରରେ କେତନ, ସଲମାନଙ୍କୁ ନେଇ ପାଇଁ ଆପତ୍ତିଜନକ କଥା କହିଥିଲେ। ଏହି ଅଭିଯୋଗର ଜବାବରେ ସଲମାନ ମୁମ୍ବାଇ ସିଭିଲ କୋର୍ଟରେ ମାନହାନି ମକଦ୍ଦମା ଦାୟର କରିଛନ୍ତି। ଗତ ସପ୍ତାହରେ ଏହାର ଶୁଣାଣି କରାଯାଇଥିଲା, ଯେଉଁଠାରେ ସୁପରଷ୍ଟାରଙ୍କ ଓକିଲ ପ୍ରଦୀପ ଗାନ୍ଧୀ ନିଜ ପକ୍ଷ ରଖିଥିଲେ। କେତନଙ୍କ ଅଭିଯୋଗକୁ ଭିତ୍ତିହିନ ବୋଲି କହିବା ସହ, ସମ୍ପତ୍ତି ବିବାଦକୁ ନେଇ ବ୍ୟକ୍ତିଗତ ପ୍ରତିଷ୍ଠାକୁ କ୍ଷୁର୍ଣ୍ଣ କରାଯାଉଥିବା ପ୍ରଦୀପ ପାଲଟା ଅଭିଯୋଗ କରିଛନ୍ତି।

Also Read: କେନ୍ଦ୍ରମନ୍ତ୍ରୀ ଟୁଡୁଙ୍କ କଥିତ ମାଡ଼ ଘଟଣା; ଥାନାରେ ଏତଲା, ଜାଣନ୍ତୁ ଲାଗିଛି କେଉଁ କେଉଁ ଦଫା

ସୂଚନାଯୋଗ୍ୟ, ସଲମାନ ଖାନ ପ୍ରାୟତଃ ସମୟରେ ତାଙ୍କର ପାନଭେଲ ଫାର୍ମହାଉସରେ ରହୁନ୍ତି। ଏଠାରେ ଅଭିନେତା ଅଭିନେତ୍ରୀଙ୍କ ସହ ସେ ପାର୍ଟି ମଧ୍ୟ କରନ୍ତି। ନିକଟରେ ଏହି ଫାର୍ମହାଉସରେ ତାଙ୍କୁ ଏକ ସାପ କାମୁଡିଥିଲା। ଫଳରେ ଦବଙ୍ଗ ଷ୍ଟାର ପ୍ରାୟ ୬ ଘଣ୍ଟା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ କେତନଙ୍କ ଅଭିଯୋଗ ପରେ ଏବେ ପ୍ରଶ୍ନ ଉଠୁଛି, ସଲମାନଙ୍କ ଫାର୍ମହାଉସରେ କାହାକୁ ପୋତା ଯାଇଛି?