ଭାରତରେ ହେବ ନାହିଁ T20 World Cup!
Advertisement

ଭାରତରେ ହେବ ନାହିଁ T20 World Cup!

ମିଡିଆ ରିପୋର୍ଟ ଅନୁସାରେ ଭାରତରେ ହେବାକୁ ଥିବା T20 World Cup UAEକୁ ସ୍ଥାନାନ୍ତର କରାଯାଇଛି। କୋରୋନା ସଙ୍କଟ କାରଣରୁ ଏହି ଟୁର୍ଣ୍ଣାମେଣ୍ଟର ଭେନ୍ୟୁକୁ ପରିବର୍ତ୍ତନ କରାଯାଇଛି।

ଫାଇଲ ଫଟୋ

ନୁଆଦିଲ୍ଲୀ: ଭାରତରେ ଏବେ କୋରୋନାର ଦ୍ୱିତୀୟ ଲହର ଚାଲିଛି। ଆଗକୁ ତୃତୀୟ ଲହର ଆସିବ ବୋଲି ବିଶେଷଜ୍ଞମାନେ ଚେତାବାନୀ ଦେଇଛନ୍ତି। କୋରୋନା ଯୋଗୁଁ କ୍ରୀଡା ଜଗତ ଅଧିକ ପ୍ରଭାବିତ ହୋଇଛି। ନିକଟରେ IPL 2021 ସ୍ଥଗିତ ପରେ UAEକୁ ସ୍ଥାନାନ୍ତରୀତ କରାଯାଇଛି। ଏହି କ୍ରମରେ ଏବେ ICC T20 World Cup ମଧ୍ୟ ଭାରତରେ ହେବ ନାହିଁ ବୋଲି ସୂଚନା ମିଳିଛି।

ମିଡିଆ ରିପୋର୍ଟ ଅନୁସାରେ ଭାରତରେ ହେବାକୁ ଥିବା T20 World Cup UAEକୁ ସ୍ଥାନାନ୍ତର କରାଯାଇଛି। କୋରୋନା ସଙ୍କଟ କାରଣରୁ ଏହି ଟୁର୍ଣ୍ଣାମେଣ୍ଟର ଭେନ୍ୟୁକୁ ପରିବର୍ତ୍ତନ କରାଯାଇଛି। IPL ସ୍ଥଗିତ ପରେ T20 World Cupକୁ ନେଇ ଆଶଙ୍କା ଦେଖାଦେଇଥିଲା। କିନ୍ତୁ ଏବେ ଏହାକୁ UAEରେ ଆୟୋଜନ କରିବାକୁ BCCI ପ୍ରସ୍ତାବ ଦେଇଛି।

Also Read: ଧୋନିଙ୍କ ଅବସରକୁ ନେଇ ସାମ୍ନାକୁ ଆସିଲା ରୋଚକ ତଥ୍ୟ, CSK ଖେଳାଳି ଏହା କହିଲେ

UAEରେ T20 World Cup ଆୟୋଜନକୁ ନେଇ ଆଧିକାରିକ ଭାବେ କୌଣସି ସ୍ପଷ୍ଟୀକରଣ ଆସିନାହିଁ। କିନ୍ତୁ ପୂର୍ବରୁ କୋରୋନା ପାଇଁ ଏହାର ଭେନ୍ୟୁ ଅନ୍ୟ ଦେଶରେ ସ୍ଥାନାନ୍ତର କରିବାକୁ ICC ବିଚାର କରୁଥିଲା। ଏବେ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା T20 World Cup ଭାରତରେ ହେବ ନାହିଁ ବୋଲି ସ୍ପଷ୍ଟ ହୋଇଛି। ଓମାନର ସହଭାଗିତାରେ ଏହା ଆୟୋଜନ କରାଯିବ ବୋଲି ସୂତ୍ରରୁ ଜଣାପଡିଛି।

ସୂଚନାଯୋଗ୍ୟ, କୋରୋନା (Coronavirus) ସଂକଟ ଓ ଏକାଧିକ ଟିମର ସଦସ୍ୟ ସଂକ୍ରମିତ ହେବା ପରେ IPL 2021କୁ ସ୍ଥଗିତ କରାଯାଇଥିଲା। ପରେ ଏହାର ଅବଶିଷ୍ଠ ମ୍ୟାଚକୁ ଜୈବ ବଳୟ ମଧ୍ୟରେ UAEରେ ଖେଳାଯିବା ବାଇଁ BCCI ଓ IPL ଆୟୋଜକମାନେ ନିଷ୍ପତ୍ତି ନେଇଛନ୍ତି।