ତିରୁପତି ମନ୍ଦିରରେ ରେକର୍ଡ ପରିମାଣର ଅର୍ଥ ଦାନ, ପ୍ରଥମ ଥର ଟପିଲା ଏତିକି ଟଙ୍କା
Advertisement
Article Detail0/zeeodisha/odisha1244805

ତିରୁପତି ମନ୍ଦିରରେ ରେକର୍ଡ ପରିମାଣର ଅର୍ଥ ଦାନ, ପ୍ରଥମ ଥର ଟପିଲା ଏତିକି ଟଙ୍କା

ତିରୁମାଲ ତିରୁପତି ଦେବସ୍ଥାନମ କର୍ତ୍ତୃପକ୍ଷଙ୍କ ସୂଚନାନୁସାରେ ସୋମବାର ମନ୍ଦିରର ସମସ୍ତ ହୁଣ୍ଡିରୁ ମୋଟ ୬ କୋଟି ୧୮ ଲକ୍ଷ ଟଙ୍କାର ଦାନ ସଂଗ୍ରହ କରାଯାଇଛି।

ଫାଇଲ ଫଟୋ

ତିରୁପତି: ହୁଣ୍ଡି ଆୟରେ ଆନ୍ଧ୍ରପ୍ରଦେଶସ୍ଥିତ ତିରୁମାଲ ତିରୁପତି ଦେବସ୍ଥାନମ ରେକର୍ଡ କରିଛି। ସୋମବାର ତିରୁମାଲା ବାଲାଜୀ ମନ୍ଦିରରର ହୁଣ୍ଡୁରୁ ୬ କୋଟିରୁ ଊଦ୍ଧ୍ୱ ଟଙ୍କା ବାହାରିଛି। ଗତ ଦଶ ବର୍ଷ ପରେ ଗୋଟିଏ ଦିନରେ ଏତିକି ପରିମାଣର ଦାନ ଆସିଥିବା ମନ୍ଦିର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। 

ତିରୁମାଲ ତିରୁପତି ଦେବସ୍ଥାନମ କର୍ତ୍ତୃପକ୍ଷଙ୍କ ସୂଚନାନୁସାରେ ସୋମବାର ମନ୍ଦିରର ସମସ୍ତ ହୁଣ୍ଡିରୁ ମୋଟ ୬ କୋଟି ୧୮ ଲକ୍ଷ ଟଙ୍କାର ଦାନ ସଂଗ୍ରହ କରାଯାଇଛି। ଏହା ଭାକ୍ତମାନଙ୍କ ଦ୍ୱାରା ଟଙ୍କା, ଚେକ, ଗହଣା ଓ ବିଭିନ୍ନ ମାଧ୍ୟମ ଦିଆଯାଇଛି। ପ୍ରଥମ ଥର ପାଇଁ ବାଲାଜୀ ମନ୍ଦିରର ଦୈନିକ ଦାନ ଛଅ କୋଟି ଟଙ୍କା ଟପିଛି। ଏହାପୂର୍ବରୁ ୨୦୧୨ ଏପ୍ରିଲ ପହିଲାରେ ପାଞ୍ଚ କୋଟି ୭୩ ଲକ୍ଷ ଟଙ୍କା ହୁଣ୍ତିରୁ ଆସିଥିଲା।

Also Read: Amravati Murder Case: ଏହି ଦୁଇଟି ଜିନିଷ ପାଇବା ପାଇଁ ଔଷଧ ଦୋକାନୀଙ୍କୁ ହତ୍ୟା କରାଯାଇଛି

ସେହିପରି ଗତ ମେ ମାସ ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ମନ୍ଦିର ହୁଣ୍ଡିରୁ ୧୩୦ କୋଟି ୨୯ ଲକ୍ଷ ଟଙ୍କା ଆୟ କରିଥିଲା। ଏହା ମନ୍ଦିର ଇତିହାସରେ ସର୍ବାଧିକ ଦାନ ବୋଲି ଟିଟିଡି କହିଛି। TTD କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅନୁସାରେ, ପ୍ରାୟ ୨୨ କୋଟି ୬୨ ଲକ୍ଷ ଭକ୍ତ ପ୍ରଭୁ ଭେଙ୍କଟେଶ୍ୱରଙ୍କ ଦର୍ଶନ କରିଥିବାବେଳେ ୧୦ କୋଟି ୭୨ ଲକ୍ଷ ଲୋକ ନିଜ ମାନସିକ ପୂରଣ ପରେ ମୁଣ୍ଡନ କରିଥିଲେ। ଲଡୁ ପ୍ରସାଦ ବିକ୍ରି ଏକ କୋଟିରୁ ଊର୍ଦ୍ଧ୍ୱକୁ ବୃଦ୍ଧି ପାଇଥିଲା। ଆଉ ପ୍ରାୟ ୪୭ କୋଟିରୁ ଲକ୍ଷ ଭକ୍ତଙ୍କୁ ନିଃଶୁଳ୍କ ପ୍ରସାଦ ବଣ୍ଟନ କରାଯାଇଥିଲା।

ମିଡିଆ ରିପୋର୍ଟ ଅନୁସାରେ, ଦଶମ ଶତାବ୍ଦିରେ ନିର୍ମିତ ତିରୁପତିର ଭେଙ୍କେଟେଶ୍ୱର ସ୍ୱାମୀ ମନ୍ଦିର ବିଶ୍ୱର ଧନୀ ମନ୍ଦିର ମଧ୍ୟରୁ ଅନ୍ୟତମ। ଦୈନିକ ଏହି ମନ୍ଦିରକୁ ୩୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଆସନ୍ତି। ପ୍ରତ୍ୟେକ ଦିନ ପ୍ରାୟ ମନ୍ଦିରକୁ ୬୦ ଲକ୍ଷ ଟଙ୍କା ଦାନ ସଂଗ୍ରହ ହୁଏ। ମନ୍ଦିର ପାଖରେ ୯୦୦ରୁ ଊର୍ଦ୍ଧ୍ୱ କୋଟି ଟଙ୍କାର ସମ୍ପତ୍ତି ଅଛି। ଏହା ବ୍ୟତିତ ୫୨ ଟନରୁ ଅଧିକ ସୁନା ଗହଣା ରହିଛି। ପ୍ରତ୍ୟେକ ବର୍ଷ ଏହି ପରିମାଣ ବୃଦ୍ଧି ପାଇବାରେ ଲାଗିଛି।