ଲକଡାଉନରେ Uri ନିର୍ଦ୍ଦେଶକଙ୍କୁ ଜୀବନସାଥୀ କଲେ Yami Gautam
Advertisement

ଲକଡାଉନରେ Uri ନିର୍ଦ୍ଦେଶକଙ୍କୁ ଜୀବନସାଥୀ କଲେ Yami Gautam

ପରିବାର ସଦସ୍ୟଙ୍କ ଉପସ୍ଥିତିରେ ୟାମୀ 'ଉରି' ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କୁ ନିଜ ଜୀବନସାଥୀ କରିଛନ୍ତି।

 ସୌ- ସୋସିଆଲ ମିଡିିଆ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ୟାମୀ ଗୌତମ ବିବାହ କରିଛନ୍ତି। ଅଭିନେତ୍ରୀ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକମାନଙ୍କୁ ଏହି ଖୁସି ଖବର ଦେଇଥିଲେ। ପରିବାର ସଦସ୍ୟଙ୍କ ଉପସ୍ଥିତିରେ ୟାମୀ 'ଉରି' ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କୁ ନିଜ ଜୀବନସାଥୀ କରିଛନ୍ତି।

ୟାମୀ ଗୌତମ (Yami Goutam) ଇନଷ୍ଟାଗ୍ରାମ ଆକାଉଣ୍ଟରେ ବିବାହର ଫଟୋ ସେୟାର କରିଛନ୍ତି। ୟାମୀ ଏକ ନାଲି ଶାଢୀ ପିନ୍ଧିଥିବାବେଳେ ଆଦିତ୍ୟ ଧର (Aditya Dhar) କ୍ରିମ୍ ରଙ୍ଗର ଶେରୱାନି ଏବଂ ପଗଡି ପିନ୍ଧିଛନ୍ତି। ଦୁହେଁ ପରସ୍ପରକୁ ଚାହିଁ ହସୁଛନ୍ତି। ଫଟୋଟିକୁ ବିବାହ ବେଦିରେ ଉଠା ହୋଇଛି। ହୋମ କୁଣ୍ଡରେ ନିଆଁ ଜଳୁଛି ଏବଂ ୟାମୀ, ଆଦିତ୍ୟଙ୍କ ହାତରେ ହାତ ରଖିଛନ୍ତି ଓ ତା ଉପରେ ଏକ ନାଲି କପଡା ପଡିଛି।

Also Read: 5G ଉପରେ ଅଙ୍ଗୁଲି ଉଠାଇ ଫସିଲେ ଜୁହି, ୨୦ ଲକ୍ଷ ଜରିମାନା ଲଗାଇଲେ Delhi High Court

ବିବାହର ପ୍ରଥମ ଫଟୋ ସେୟାର କରି ୟାମୀ ଗୌତମ ଲେଖିଛନ୍ତି, 'ତୁମର ଆଲୋକ ସହିତ ମୁଁ ପ୍ରେମ କରିବାକୁ ଶିଖିଲି। ଆଜି ଆମ ପରିବାରର ଆଶୀର୍ବାଦ ସହିତ ବିବାହ କରିଥିଲୁ। ଆମେ ପ୍ରାଇଭେଟ୍ ତେଣୁ ଏହି ଉତ୍ସବକୁ କେବଳ ଆମ ପରିବାର ସହିତ ପାଳନ କରିଛୁ। ଆମେ ତୁମର ଆଶୀର୍ବାଦ ସହିତ ପ୍ରେମ ଏବଂ ବନ୍ଧୁତ୍ୱର ଏହି ଯାତ୍ରା ଆରମ୍ଭ କରିବାକୁ ଚାହୁଁଛୁ।'

 

 
 
 
 

 
 
 
 
 
 
 
 
 
 
 

A post shared by Yami Gautam (@yamigautam)

ୟାମୀ ଏବଂ ଆଦିତ୍ୟଙ୍କ ଏହି ବିବାହ (Marriage) ଦ୍ୱାରା ପ୍ରଶଂସକମାନେ ବହୁତ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କିନ୍ତୁ ଉଭୟେ ବିବାହ ବନ୍ଧନରେ ବାନ୍ଧି ହୋଇ ଖୁସି ଅଛନ୍ତି। ସାଧାରଣ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଏହି ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।