କିଛି ଦିନ ତଳେ 5G ନେଟୱର୍କକୁ ନେଇ ବଲିଉଡ ଅଭିନେତ୍ରୀ ଜୁହି ଚାୱଲା (Juhi Chawla) , ଦିଲ୍ଲୀ ହାଇକୋର୍ଟ (Delhi High Court) ରେ ଏକ ପିଟିସନ ଦାଖଲ କରିଥିଲେ।
Trending Photos
ନୂଆଦିଲ୍ଲୀ: ଅଭିନେତ୍ରୀ ଜୁହି ଚାୱଲାଙ୍କୁ ମହଙ୍ଗା ପଡିଲା 5G ଉପରେ ପ୍ରଶ୍ନ ଉଠାଇବା। ଆଜି ଦିଲ୍ଲୀ ହାଇକୋର୍ଟ ତାଙ୍କୁ ୨୦ ଲକ୍ଷ ଟଙ୍କା ଜରିମନା ଲଗାଇବା ସହ ଲୋକ ପ୍ରିୟତା ପାଇଁ ଆଇନର ଦୁରୁପଯୋଗ କରିଥିବା କହିଛନ୍ତି। 5G ନେଟୱର୍କର ଟେଷ୍ଟିଂ ବିରୁଦ୍ଧରେ ମାମଲା ଦାଏର କରିଥିଲେ ଅଭିନେତ୍ରୀ।
କିଛି ଦିନ ତଳେ 5G ନେଟୱର୍କକୁ ନେଇ ବଲିଉଡ ଅଭିନେତ୍ରୀ ଜୁହି ଚାୱଲା (Juhi Chawla) , ଦିଲ୍ଲୀ ହାଇକୋର୍ଟ (Delhi High Court) ରେ ଏକ ପିଟିସନ ଦାଖଲ କରିଥିଲେ। 5Gର ଟେଷ୍ଟିଂର ପ୍ରଭାବ ଜୀବଜଗତ ଓ ପରିବେଶ ଉପରେ ପଡୁଥିବା ନେଇ ସେ ଅଭିଯୋଗ କରିଥିଲେ। ଆଜି ଜଷ୍ଟିସ ଜେଆର ମିଧା ଏହି ମାମଲାର ଶୁଣାଣି କରି ଅଭିନେତ୍ରୀ ଓ ତାଙ୍କ ପକ୍ଷକୁ କଡା ଭତ୍ସନା କରିଛନ୍ତି। ଲୋକ ପ୍ରିୟତା ବୃଦ୍ଧି କରିବାକୁ ଏହି ପିଟିସନ ଦାଖଲ କରିଥିବା କୋର୍ଟ କହିଛନ୍ତି।
Also Read: Sunny Leone ଓ Mia Khalifaଙ୍କ ନାମରେ ବିକ୍ରି ହେଉଛି ଏହି ଜିନିଷ, ଅଭିନେତ୍ରୀ ସେୟାର କଲେ ଫଟୋ
କୋର୍ଟ ଅନୁଭବ କରିଛନ୍ତି ଯେ, ଅଭିନେତ୍ରୀ (Bollywood Actress) ଓ ଅନ୍ୟ ପରିବେଶବିତମାନେ ଆଇନର ଦୁରୁପଯୋଗ କରିଛନ୍ତି। ଯେଉଁ ପାଇଁ ସେମାନଙ୍କୁ ୨୦ ଲକ୍ଷ ଟଙ୍କାର ଜୋରିମାନା ଦେବେ। ଏହା ସହ 5G ମାମଲାରେ ବିଭ୍ରାନ୍ତିକର ତଥ୍ୟ ପ୍ରଚାର କରିଥିବା ଲୋକଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦିଲ୍ଲୀ ପୋଲିସ (Delhi Police) କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତ। ଏହା ସହ ପ୍ରଥମେ 5G ମାମଲା ପ୍ରସଙ୍ଗରେ ସରକାରଙ୍କୁ ସ୍ପଷ୍ଟୀକରଣ ମାଗନ୍ତୁ ଓ ସେଥିରେ ସନ୍ତୁଷ୍ଟ ନହେଲେ କୋର୍ଟକୁ ଆସନ୍ତୁ। ସରକାରଙ୍କ ପଲିସି ଖରାପ ହୋଇନପାରେ ବୋଲି ଜଷ୍ଟିସ ଜେଆର ମିଧା ତାଙ୍କ ଅର୍ଡରରେ କହିଛନ୍ତି।
ସୂଚନାଯୋଗ୍ୟ, IANS ସହ ଏକ ସାକ୍ଷାତକାର ବେଳେ ଅଭିନେତ୍ରୀ ଜୁହି ଚାୱାଲା କହିଥିଲେ ଯେ, ସେ 5G ଟେକ୍ନୋଲୋଜି ବିରୁଦ୍ଧରେ ନାହାନ୍ତି। ସରକାର ଏହି ସମ୍ପର୍କରେ ଆମକୁ ସ୍ପଷ୍ଟ କରନ୍ତୁ, ଯାହା ଏକ ବୃହତ ଗୋଷ୍ଠୀର ହୀତ ହେବ।