Guru Krittika Nakshatra Gochar: ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନରୁ ୩ ରାଶିକୁ ଆର୍ଥିକ ଲାଭ
Advertisement
Article Detail0/zeeodisha/odisha2269115

Guru Krittika Nakshatra Gochar: ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନରୁ ୩ ରାଶିକୁ ଆର୍ଥିକ ଲାଭ

Guru Krittika Nakshatra Gochar:  ଆଜି ଅର୍ଥାତ୍ ୨୯ ମଇ ୨୦୨୪ରେ  ସୂର୍ଯ୍ୟଙ୍କ ନକ୍ଷତ୍ର କୃତିକାର ଚତୁର୍ଥ ସ୍ଥାନରେ ବୃହସ୍ପତିଙ୍କ ଚଳନ ହେଉଛି । ଏହା ସମସ୍ତ ରାଶିର ବ୍ୟକ୍ତିଙ୍କୁ ପ୍ରଭାବିତ କରୁଥିବା ସମୟରେ ବିଶେଷ କରି ୩ଟି ରାଶିର ବ୍ୟକ୍ତି ଉପକୃତ ହେବେ । ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀଙ୍କ ଅନୁଯାୟୀ କେଉଁ ୩ଟି ରାଶିକୁ ଶୁଭଫଳ ମିଳିବ ଆସନ୍ତୁ ଜାଣିବା ।

Guru Krittika Nakshatra Gochar: ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନରୁ ୩ ରାଶିକୁ ଆର୍ଥିକ ଲାଭ

Guru Krittika Nakshatra Gochar: ଦେବଗୁରୁ ବୃବସ୍ପତିଙ୍କ ରାଶି ଏବଂ ନକ୍ଷତ୍ର ପରିବର୍ତ୍ତନ ସମସ୍ତ ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ବ୍ୟାପକ ପ୍ରଭାବ ପକାଇଥାଏ । ଧନ, ସୁନା, ଜ୍ଞାନ, ତର୍କ, ବିବାହ ସହ ବୃହସ୍ପତି ଜଡ଼ିତ ଥାଆନ୍ତି ବୋଲି ବିଶ୍ୱାସ କରାଯାଏ । ଆଜି ଅର୍ଥାତ୍ ୨୯ ମଇ ୨୦୨୪ରେ  ସୂର୍ଯ୍ୟଙ୍କ ନକ୍ଷତ୍ର କୃତିକାର ଚତୁର୍ଥ ସ୍ଥାନରେ ବୃହସ୍ପତିଙ୍କ ଚଳନ ହେଉଛି । ଏହା ସମସ୍ତ ରାଶିର ବ୍ୟକ୍ତିଙ୍କୁ ପ୍ରଭାବିତ କରୁଥିବା ସମୟରେ ବିଶେଷ କରି ୩ଟି ରାଶିର ବ୍ୟକ୍ତି ଉପକୃତ ହେବେ । ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀଙ୍କ ଅନୁଯାୟୀ କେଉଁ ୩ଟି ରାଶିକୁ ଶୁଭଫଳ ମିଳିବ ଆସନ୍ତୁ ଜାଣିବା ।

କର୍କଟ ରାଶି
କୃତିକା ନକ୍ଷତ୍ରର ଚତୁର୍ଥ ଘରେ ବୃହସ୍ପତିଙ୍କ ଚଳନ ଆପଣଙ୍କ ଜୀବନରେ ପରିବର୍ତ୍ତନ ଆଣିବ । ଆୟର ଉତ୍ସ ମଜବୁତ ହେବା ସହ ଧନୀ ହେବାର ସମ୍ଭାବନା ରହିଛି । ଜୀବନଧାରଣ ମାନରେ ପରିବର୍ତ୍ତନ ହେବ । ବ୍ୟବସାୟରେ ନୂଆ ଲୋକଙ୍କ ସହ ପରିଚୟ ବୃଦ୍ଧି ପାଇବ । କୌଣସି ନୂତନ ଡିଲ୍ ଚୁକ୍ତି ହୋଇପାରେ । ବ୍ୟବସାୟର ସମ୍ପ୍ରସାରଣ ପାଇଁ ଆପଣ ଯୋଜନା କରିବେ । କ୍ୟାରିୟରରେ ଆଗକୁ ବଢିବେ । ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା  ମିଳିବାର ସୁଯୋଗ ରହିଛି ।

ସିଂହ ରାଶି
ଆପଣଙ୍କ ପାଇଁ ଏହି ସମୟ ସକରାତ୍ମକ ପ୍ରଭାବ ପକାଇବ । ଛାତ୍ରମାନଙ୍କ ଷ୍ଟାଇପେଣ୍ଡ ଏବଂ ଛାତ୍ରବୃତ୍ତି ପରିମାଣରେ ବୃଦ୍ଧି ହୋଇପାରେ । ଅନୁସନ୍ଧାନମୂଳକ କାର୍ଯ୍ୟ ସହ ଜଡିତ ଲୋକମାନେ ବିଦେଶ ଯିବାର ସୁଯୋଗ ପାଇପାରନ୍ତି । ଅଟକି ରହିଥିବା ଟଙ୍କା ଫେରି ପାଇବେ । ବ୍ୟବସାୟୀମାନେ ଲାଭବାନ ହେବେ ।  ବିନିଯୋଗ ପାଇଁ ସମୟ ଭଲ ରହିଛି । ସେୟାର ମାର୍କେଟରୁ ଆପଣ ଭଲ ରିଟର୍ଣ୍ଣ ପାଇପାରନ୍ତି ।

ମକର ରାଶି
ବୃହସ୍ପତିଙ୍କ ଚଳନ କାରଣରୁ ଶୁଭ ପ୍ରଭାବ ଆପଣଙ୍କ ରାଶିରେ ପଡିବ । କ୍ୟାରିୟର କ୍ଷେତ୍ରରେ ସଫଳତା ମିଳିବ । କର୍ମକ୍ଷେତ୍ରରେ ପୁରସ୍କାର ମିଳିବାର ସମ୍ଭାବନା ରହିଛି । ବ୍ୟବସାୟରେ ବୃଦ୍ଧି ଘଟିବାର ସୁଯୋଗ ସୃଷ୍ଟି ହେବ । ମାମଲାର ଫଳାଫଳ ଆପଣଙ୍କ ସପକ୍ଷରେ ରହିବ । ରାଜନୀତି ସହ ଜଡିତ ବ୍ୟକ୍ତି  ନିର୍ବାଚନରେ ​​ବିଜୟ ଲାଭ କରିବାର ସୁଯୋଗ ରହିଛି । ଆର୍ଥିକ କ୍ଷେତ୍ର ସୁଦୃଢ ହେବ । ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

Also Read- ଆହୁରି ତିନି ଦିନ ତାତିରୁ ନାହିଁ ତ୍ରାହି, ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ