ଆହୁରି ତିନି ଦିନ ତାତିରୁ ନାହିଁ ତ୍ରାହି, ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
Advertisement
Article Detail0/zeeodisha/odisha2268999

ଆହୁରି ତିନି ଦିନ ତାତିରୁ ନାହିଁ ତ୍ରାହି, ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ବିଶେଷ କରି ପଶ୍ଚିମ ଓଡିଶା ପାଇଁ  ଭୀଷଣ ଗ୍ରୀଷ୍ମ ପ୍ରବାହ ଚେତାବନୀ ଦିଆଯାଇଛି। ଏନେଇ ସତର୍କ କରାଇଛନ୍ତି ଏସଆରସି। ଆସନ୍ତା ୨ ଦିନରେ ତାପମାତ୍ରା ବୃଦ୍ଧି ପାଇବା ସମ୍ଭାବନା ରହିଛି। ଫଳରେଅଂଶୁଘାତ ମୁକାବିଲା ପାଇଁ ସବୁ ଡାକ୍ତରଖାନାକୁ ନିର୍ଦ୍ଦେଶ ଦିଆଯାଇଛି। 

ଆହୁରି ତିନି ଦିନ ତାତିରୁ ନାହିଁ ତ୍ରାହି, ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର, ରାଜ୍ୟରେ ଅସମ୍ଭାଳ ହେଲାଣି ଗ୍ରୀଷ୍ମ ପ୍ରବାହ।  ଅସହ୍ୟ ଖରା ଓ ଗୁଳୁଗୁଳିକୁ ନେଇ ସତର୍କ କଲା ଏସଆରସି।୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ। ବିଶେଷ କରି ପଶ୍ଚିମ ଓଡିଶା ପାଇଁ  ଭୀଷଣ ଗ୍ରୀଷ୍ମ ପ୍ରବାହ ଚେତାବନୀ ଦିଆଯାଇଛି। ଏନେଇ ସତର୍କ କରାଇଛନ୍ତି ଏସଆରସି। ଆସନ୍ତା ୨ ଦିନରେ ତାପମାତ୍ରା ବୃଦ୍ଧି ପାଇବା ସମ୍ଭାବନା ରହିଛି। ଫଳରେଅଂଶୁଘାତ ମୁକାବିଲା ପାଇଁ ସବୁ ଡାକ୍ତରଖାନାକୁ ନିର୍ଦ୍ଦେଶ ଦିଆଯାଇଛି। 

ଗତକାଲି ରାଜ୍ୟର ୩ ସହରର ତାପମାତ୍ରା ୪୫ ଡିଗ୍ରୀ ଉପରେ ରେକର୍ଡ ହୋଇଥିଲା। ବୌଦ୍ଧରେ ସର୍ବାଧିକ ୪୫.୯ ଡିଗ୍ରୀ ସେଲସିୟସ, ସୋନପୁରରେ ୪୫.୩ ଡିଗ୍ରୀ ଏବଂ ଟିଟଲାଗଡରେ ତାପମାତ୍ରା ରହିଥିଲା ୪୫ ଡିଗ୍ରୀ। ସେହିପରି ୧୦ଟି ସହରର ତାପମାତ୍ରା ୪୩ ଡିଗ୍ରୀ ଉପରେ ରେକର୍ଡ ହୋଇଥିଲା। ସେହିପରି ରାଜ୍ୟରେ ଆହୁରି ଦୁଇ ଦିନ ଯାଏ ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ୨ରୁ ୪ ଡିଗ୍ରୀ ବଢ଼ିପାରେ ତାପମାତ୍ରା । ପଶ୍ଚିମ ଓଡ଼ିଶାରେରେ ପ୍ରବଳ ତାତି ଅନୁଭୂତ ହେବ। ଉପକୂଳରେ ତାତି ସହ ଗୁଳୁଗୁଳି ଅଧିକ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ହିଟୱେଭ୍ ନେଇ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ହୋଇଛି ତାତି।

ବାତ୍ୟା ରେମାଲ ପ୍ରଭାବରେ କିଛି ଦିନ ଧରି ଉପକୂଳ ଓଡ଼ିଶାରେ ତାତି ସାମାନ୍ୟ କମିଥିଲା। କିନ୍ତୁ ବାତ୍ୟା ଚାଲିଯିବା ପରେ ପୁଣି ପଶ୍ଚିମା ଉଷ୍ମ ବାୟୁ ପ୍ରବାହ ଆରମ୍ଭ ହୋଇଛି । ଫଳରେ ପଶ୍ଚିମ ଓଡ଼ିଶାରେ ତାତି ବଢ଼ିବା ସହ ଉପକୂଳ ଓଡ଼ିଶାରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ରହିଥିବାରୁ ଅଧିକ ଗରମ ଅନୁଭୂତ ହେଉଛି।

Also Read- Indian Army Bharti 2024: ଭାରତୀୟ ସେନାରେ ନିଯୁକ୍ତି ସୁଯୋଗ, ଦରମା ୬୧ ହଜାରରୁ ଅଧିକ

Also Read- ବାରିପଦା ସଭାରେ ଲୋକଙ୍କୁ ଗ୍ୟାରେଣ୍ଟି ଦେଲେ ପିଏମ ମୋଦୀ