୧୪,୦୪,୨୦୨୨, ଗୁରବାର, ଚନ୍ଦ୍ର- ସିଂହ ରାଶିରେ, ଦିବା ୩ଟା୫୭ ପରେ କନ୍ୟା ରାଶିରେ, ତିଥି- ତ୍ରୟୋଦଶୀ, ରାତ୍ର ୪ଟା୪ ଗତେ ଚତୁର୍ଦ୍ଦଶୀ, ନକ୍ଷତ୍ର- ପୂର୍ବାଫାଲଗୁନୀ,
ଦିବା ୧୦ଟା ଗତେ ଉତ୍ତରାଫାଲଗୁନୀ, ରାହୁକାଳ- ଦିବା ୧ଟା୪ରୁ ୨ଟା୩୫ ପର୍ଯ୍ୟନ୍ତ, ଶୁଭ ସମୟ- ଦିବା ୧୦ଟା୨୦ରୁ ୧୨ଟା୪୬ ପର୍ଯ୍ୟନ୍ତ, ଘାତଚନ୍ଦ୍ର- କର୍କଟ ଓ ମକର ରାଶିର, ଘାତବାର- ତୁଳା ଓ କୁମ୍ଭ ରାଶିର
Trending Photos
ମେଷ: ସ୍ୱାସ୍ଥ୍ୟ ଭଲ ରହିବ। ମାନସିକ ସ୍ତରରେ ସାମାନ୍ୟ କଷ୍ଟ ଅନୁଭବ କରିପାରନ୍ତି। ନବବିବାହିତାଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ। ପାରିବାରିକ କଳହରୁ ମୁକ୍ତି ପାଇବେ। ଆଇନ୍ ଅଦାଲତର ରାୟ ଆପଣଙ୍କ ସପକ୍ଷରେ ଯିବ।
ବୃଷ: ଦିନଟି ଶୁଭାଶୁଭ ମିଶ୍ରିତ ଫଳ ପ୍ରଦାନ କରିବ। ବ୍ୟବସାୟରେ ଲାଭ କମ୍ ହେବ। ପାରିବାରିକ ଖର୍ଚ୍ଚ ବୃଦ୍ଧିପାଇବ। ଦୂରଯାତ୍ରା ସଫଳ ହେବ। ନବବିବାହିତା ସନ୍ତାନ ସନ୍ତତି ପାଇଁ ଯୋଜନା କରିବେ।
ମିଥୁନ: ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ। ପାରିବାରିକ ସୁଖ ଲାଭ କରିବେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ବ୍ୟବସାୟରେ ଭଲ ଲାଭ ହେବ। ଦୂରଯାତ୍ରା ମଧ୍ୟ ଫଳପ୍ରଦ ହେବ।
କର୍କଟ: ଆଜି ଆପଣଙ୍କର ଘାତଚନ୍ଦ୍ର। ଜଗିରଖି ନଚଳିଲେ ବିପଦରେ ପଡିପାରନ୍ତି। ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। ଦୂରଯାତ୍ରା କରନ୍ତୁ ନାହିଁ। ଛାତ୍ରଛାତ୍ରୀମାନେ ଆଶାନୁରୁପକ ଫଳ ପାଇବେ।
Also Read: ପରଘର କଳିରେ ମୁଣ୍ଡ ପୁରାଇ ବଳି ପଡ଼ିଲେ ବୃଦ୍ଧ; ଗରମ ତେଲ ଢ଼ାଳି ମାରିଦେଲେ ବିଧବା ମହିଳା
ସିଂହ: ଉଭୟ ଦେହ ଓ ମନ ଭଲ ରହିବ। ପାରିବାରିକ ଶାନ୍ତି ମିଳିବ। ନିଜ ଯୋଜନା ମୂତାବକ କାର୍ଯ୍ୟ କଲେ ସଫଳତା ମିଳିବ। ସେବାପୂଜାରେ ସମୟ କାଟିବେ। ନବବିବାହିତା କୌଣସି ସ୍ଥାନକୁ ଯିବାପାଇଁ ଯୋଜନା କରିବେ।
କନ୍ୟା: ଦେହ ଓ ମନ ଭଲ ରହିବ। ଜମିଜମା ମାମଲାରେ ବିଜୟୀ ହେବେ। ମନୋରଞ୍ଜନ କରିବାରେ ଅଧିକ ସମୟ ଦେବେ। କର୍ମକ୍ଷେତ୍ରରେ ସାମାନ୍ୟ ବିବାଦ ଉପୁଜିପାରେ। ନୂତନ ଗୃହ ପାଇଁ ଯୋଜନା କରିବେ।
ତୁଳା: ଘାତବାର ହେତୁ ଜଗିରଖି ଚଳିବାର ଦିନଟିଏ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଧାର୍ମିକ କାର୍ଯ୍ୟରେ ମନ ବଳାଇବେ। ପାରିବାରିକ ଅଶାନ୍ତି ଉଗ୍ର ରୁପ ନେଇପାରେ। ଶତୃବୁଦ୍ଧି ହେବେ।
ବିଛା: ଦେହ ସୁସ୍ଥ ରହିଲେ ମଧ୍ୟ ମାନସିକ ଚାପ ରହିପାରେ। ପାରିବାରିକ ଅଶାନ୍ତି ଦେଖାଦେବ। ପୂର୍ବ କାର୍ଯ୍ୟ ପାଇଁ ଅନୁତାପ କରିବେ। ସମ୍ପର୍କର ମୂଲ୍ୟ ବୁଝିବେ। ସାଥିଙ୍କ ଗହଣରେ ସମୟ ବିତିବ।
Also Read: ଗରିବଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି! ଶ୍ରମିକଙ୍କ ଖାତାକୁ ସରକାର ପଠାଇଲେ ୫-୫ ହଜାର ଟଙ୍କା
ଧନୁ: ଦେହ ସାମାନ୍ୟ ଅସୁସ୍ଥ ରହିପାରେ। ମନ ଭଲ ରହିବ। ଦୂରଯାତ୍ରା ଶୁଭମୟ ହେବ। କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ। ଆୟ ଅଧିକ ହେବ।
ମକର: ଆପଣଙ୍କ ଆଜି ଘାତଚନ୍ଦ୍ର। ଶାରିରୀକ ଯନ୍ତ୍ରଣା ଭୋଗିପାରନ୍ତି। ଗଣମାଧ୍ୟମ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ପ୍ରଶଂସା ପାଇବେ। ସେବା ପୂଜାରେ ମନ ଲାଗିବ। ପୋଡୋଶୀଙ୍କ କୁଚକ୍ରାନ୍ତର ଶିକାର ହେବେ।
କୁମ୍ଭ: ଘାତବାର ହେତୁ ଶାରିରୀକ ଯନ୍ତ୍ରଣା ଭୋଗିପାରନ୍ତି। ଗୃହକୁ ଅତିଥିଙ୍କ ଆଗମନ ହୋଇପାରେ। କର୍ମକ୍ଷେତ୍ରରେ ମଧ୍ୟମ ଧରଣର ଫଳ ମିଳିବ। ଜରୁରୀ କାର୍ଯ୍ୟ ନପଡିଲେ ଦୂରଯାତ୍ରା କରନ୍ତୁ ନାହିଁ। ଭକ୍ତିକାର୍ଯ୍ୟରେ ସମୟ ବିତିବ।
ମୀନ: ଶାରୀରିକ ସୁସ୍ଥତା ବଜାୟ ରହିବ। ମନ ପ୍ରସନ୍ନ ରହିବ। କର୍ମକ୍ଷେତ୍ରରେ ଆଗକୁ ବଢିବେ। ଛାତ୍ରଛାତ୍ରୀମାନେ ଭଲ ପ୍ରଦର୍ଶନ କରିବେ। ଦୂରଯାତ୍ରା ସାର୍ଥକ ହେବ।