ଆଜିର ରାଶିଫଳ: ସାଂସାରିକ ଜୀବନରେ ଆସିବ ପରିବର୍ତ୍ତନ, କେବଳ ତିନି ରାଶିକୁ ବିପଦ
Advertisement
Article Detail0/zeeodisha/odisha1181626

ଆଜିର ରାଶିଫଳ: ସାଂସାରିକ ଜୀବନରେ ଆସିବ ପରିବର୍ତ୍ତନ, କେବଳ ତିନି ରାଶିକୁ ବିପଦ

Horoscope for 11th May 2022 : ଗୁରବାର, ଚନ୍ଦ୍ର: କନ୍ୟା ରାଶିରେ, ତିଥି: ଏକାଦଶୀ, ସନ୍ଧ୍ୟା ୬ଟା୫୧ ପରେ ଦ୍ୱାଦଶୀ, ନକ୍ଷତ୍ର: ଉତ୍ତରାଫାଲଗୁନୀ, ରାହୁକାଳ: ଦିବା ୧ଟା୧ରୁ ୨ଟା୩୪ ପର୍ଯ୍ୟନ୍ତ, ଶୁଭ ସମୟ: ଦିବା ୧୦ଟା୧୨ରୁ ୧୨ଟା୪୨ ପର୍ଯ୍ୟନ୍ତ, ଘାତଚନ୍ଦ୍ର: ବୃଷ ରାଶିର, ଘାତବାର: ତୁଳା ଓ କୁମ୍ଭ ରାଶିର

ପ୍ରତିକାତ୍ମକ ଫଟୋ

ମେଷ: ଦେହ ସୁସ୍ଥ ରହିବ । ମନୋବଳ ବୃଦ୍ଧି ପାଇବ । ଅବସର ସମୟର ସଦ୍‌ଉପଯୋଗ କରିବେ । ଦୂରଯାତ୍ରା କରିବେ । ଗୃହକୁ ବନ୍ଧୁଙ୍କ ଆଗମନ ହେବ । ବ୍ୟବସାୟ ଆଶାନୁରୂପକ ହେବ ।  

ବୃଷ: ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ । ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ । କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ । କଳହଠାରୁ ନିଜକୁ ଦୂରେଇ ରଖନ୍ତୁ ।  ପାରିବାରିକ ଜୀବନରେ ଭୁଲ ବୁଝାମଣାର ଶିକାର ହେବେ ।  

ମିଥୁନ: ସାଂସାରିକ ଜୀବନ ସୁଖମୟ ହେବ । ଶରୀର ସୁସ୍ଥ ଓ ମନ ଭଲ ରହିବ । ଦାୟିତ୍ୱ ବୃଦ୍ଧି ପାଇବ । ଶୁଭ କାର୍ଯ୍ୟରେ ଯୋଗ ଦେବେ । ଆଶା କରୁଥିବା ଦିଗରୁ ଅର୍ଥ ଆଗମନ ହେବ ।  

କର୍କଟ: ସୁଖ ସମୃଦ୍ଧିର ଦିନ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ । ଧନ ଆଗମନର ସୂଚନା ମିଳୁଛି । ବନ୍ଧୁଙ୍କ ସାହାଯ୍ୟ ପ୍ରାପ୍ତ ହେବ । ବିବାହ ଭୋଜି ଆଦି କାର୍ଯ୍ୟକ୍ରମରେ ଯୋଗ ଦେବେ ।  

Also Read: ତିନି କନିଆକୁ ଦୁଇ ବର: ଦୁଇ ଭଉଣୀଙ୍କୁ ଭେଟିବାକୁ ଆସି ଫସିଗଲେ ପ୍ରେମିକ, ଏମିତି ହେଲା ବାହାଘର

ସିଂହ: ଶରୀର ସୁସ୍ଥ ରହିବ । ପ୍ରତିଟି କାର୍ଯ୍ୟ ସଫଳତାର ସହ ସଂପାଦନ କରିବେ । ଆର୍ଥିକ ଅଭିବୃଦ୍ଧି ଘଟିବ । କାର୍ଯ୍ୟାଳୟରେ ଅଧ୍ୟସ୍ତନ କର୍ମଚାରୀଙ୍କ ଦ୍ୱାରା ସମ୍ମାନ ପାଇବେ । ଅପରାହ୍ନରେ ବନ୍ଧୁ ମିଳନର ଯୋଗ ରହୁଛି  ।

କନ୍ୟା: ପରିଶ୍ରମ ଅନୁଯାୟୀ ଫଳ ମିଳିବ । ଅପରିଚିତ ଅଜଣା ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ । ଆୟ ଓ ବ୍ୟୟ ପ୍ରାୟ ସମାନ ରହିବ । କ୍ରୀଡାବିତ୍‌ଙ୍କ ପାଇଁ ଦିନଟି ଶୁଭଫଳ ଦେବ । ବ୍ୟବସାୟ ଭଲ ହେବ ।  

ତୁଳା: ଘାତବାର ହେତୁ ବିଶେଷ ଭାବେ ସତର୍କ ରୁହନ୍ତୁ । ଧନକ୍ଷୟ ହେବାର ସମ୍ଭାବନା ରହିଛି । ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ । ଶରୀର ପୀଡା ଦେଖାଦେବ ।  ଦୂରଯାତ୍ରା କଷ୍ଟପ୍ରଦ ହୋଇପାରେ ।

ବିଛା: ଦେହ ସୁସ୍ଥ ଓ ମନ ଭଲ ରହିବ । କୌଣସି ବାଦ ବିବାଦରେ ଜଡିତ ହେବେ । ପୂର୍ବର ଧାର କରଜ ସୁଝିବେ । ବ୍ୟବସାୟ ଲାଭ ଯୁକ୍ତ ହେବ । ପାରିବାରିକ ଜୀବନରେ ସାମାନ୍ୟ ଅଶାନ୍ତି ଦେଖାଦେବ । 

Also Read: ଭାରତରେ ନୂଆ ଭାଇରସ ଆତଙ୍କ; 'Tomato Fever'ର ୮୨ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ ଏହାର ଲକ୍ଷଣ

ଧନୁ: ଶାରୀରିକ ସୁସ୍ଥତା ଲାଭ କରିବେ । ସମସ୍ତ ବକେୟା କାର୍ଯ୍ୟକୁ ଆଜି ସଂପୂର୍ଣ୍ଣ କରିବେ । ହଠାତ୍ ଧନ ଆଗମନର ସୂଚନା ମିଳୁଛି । ପଡୋଶୀଙ୍କ ସହ ସମ୍ପର୍କ ମଧୁର ହେବ । ପରିବାରରେ ହସ ଖୁସିର ଲହରୀ ରହିବ ।

ମକର: ଦେହ ଓ ମନ ଭଲ ରହିବ । କର୍ମକ୍ଷେତ୍ରରେ ଅଗ୍ରଗତି ଘଟିବ । ଆୟ ଅବ୍ୟାହତ ରହିବ । ପାରିବାରିକ ଜୀବନ ଆନନ୍ଦମୟ ହେବ । ଛାତ୍ରଛାତ୍ରୀମାନେ ପଢାପଢିରେ ମନ ନିବେଶ କରିବେ ।  

କୁମ୍ଭ: ସାମାନ୍ୟ ଶରୀର ପୀଡା ଦେଖାଦେବ । ଆଜି ଆପଣ ନାନା ସମସ୍ୟାରେ ଜଡିତ ହେବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ଈର୍ଷାର ଶିକାର ହେବେ । ପାରିବାରିକ ଜୀବନରେ ଭୁଲ ବୁଝାମଣା ଦେଖାଦେବ । ଦୂରଯାତ୍ରା କରନ୍ତୁ ନାହିଁ ।

ମୀନ: ଦାନ ଧର୍ମ ପ୍ରତି ମନ ବଳିବ । ପରିବାରରେ ଶାନ୍ତିପୂର୍ଣ୍ଣ ବାତାବରଣ ଲାଗି ରହିବ । ଆୟ ସଂକୁଚିତ ହେବ । ରାଜନୈତିକ ବ୍ୟକ୍ତି ବିଶେଷ ଜନତାଙ୍କ ଆକ୍ରୋଶର ଶିକାର ହେବେ ।