June 2024 Gochar: ଜୁନରେ ୫ ବଡ଼ ଗ୍ରହଙ୍କ ରାଶି ପରିବର୍ତ୍ତନ, ସୃଷ୍ଟି ହେବ ସ୍ୱତନ୍ତ୍ର ଯୋଗ
Advertisement
Article Detail0/zeeodisha/odisha2263636

June 2024 Gochar: ଜୁନରେ ୫ ବଡ଼ ଗ୍ରହଙ୍କ ରାଶି ପରିବର୍ତ୍ତନ, ସୃଷ୍ଟି ହେବ ସ୍ୱତନ୍ତ୍ର ଯୋଗ

June 2024 Gochar:ବୈଦିକ ଜ୍ୟୋତିଷ ଶାସ୍ତ୍ରର ଗାଣିତିକ ହିସାବ ତଥା ଜ୍ୟୋତିର୍ବିଦ ସତ୍ୟବ୍ରତ ପାଢୀଙ୍କ ସୂଚନା ଅନୁଯାୟୀ, ଗ୍ରହମାନେ ରାଶି ନକ୍ଷତ୍ର ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିଥାନ୍ତି । ଆସନ୍ତୁ ଜାଣିବା କେଉଁ ଗ୍ରହଗୁଡିକ ଜୁନ ମାସରେ ରାଶି ପରିବର୍ତ୍ତନ କରିବେ ।

June 2024 Gochar: ଜୁନରେ ୫ ବଡ଼ ଗ୍ରହଙ୍କ ରାଶି ପରିବର୍ତ୍ତନ, ସୃଷ୍ଟି ହେବ ସ୍ୱତନ୍ତ୍ର ଯୋଗ

June 2024 Gochar: ଜୁନ୍ ମାସରେ ଅନେକ ଗ୍ରହ ନିଜର ରାଶି ପରିବର୍ତ୍ତନ କରିବେ । ଗ୍ରହମାନଙ୍କ ଚଳନ କାରଣରୁ କିଛି ରାଶିକୁ ଅତ୍ୟନ୍ତ ଶୁଭଫଳ ମିଳିବାକୁ ଥିବା ସମୟରେ କିଛି ରାଶିକୁ ନକରାତ୍ମକ ଫଳ ମିଳିବ । ଗ୍ରହମାନଙ୍କର ରାଶି ପରିବର୍ତ୍ତନ ଜୁନ୍ ୧ ରୁ ଆରମ୍ଭ ହେବ । ଏହି ମାସରେ ସମୁଦାୟ ୫ଟି ପ୍ରମୁଖ ଗ୍ରହ ନିଜର ରାଶି ପରିବର୍ତ୍ତନ କରିବେ । ବୈଦିକ ଜ୍ୟୋତିଷ ଶାସ୍ତ୍ରର ଗାଣିତିକ ହିସାବ ତଥା ଜ୍ୟୋତିର୍ବିଦ ସତ୍ୟବ୍ରତ ପାଢୀଙ୍କ ସୂଚନା ଅନୁଯାୟୀ, ଗ୍ରହମାନେ ରାଶି ନକ୍ଷତ୍ର ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିଥାନ୍ତି । ଆସନ୍ତୁ ଜାଣିବା କେଉଁ ଗ୍ରହଗୁଡିକ ଜୁନ ମାସରେ ରାଶି ପରିବର୍ତ୍ତନ କରିବେ ।

ମଙ୍ଗଳ
ସାହସ, ଶାରୀରିକ ଶକ୍ତି, ରିଅଲ୍ ଇଷ୍ଟେଟ୍ ପାଇଁ ମଙ୍ଗଳଙ୍କୁ ଦାୟୀ କରାଯାଇଥାଏ । ମଙ୍ଗଳ ମୀନ ରାଶିରୁ ମେଷ ରାଶିକୁ ଜୁନ୍ ୧ ତାରିଖ ରାତି ୩ଟା୫୧ ରେ ଚଳନ କରିବେ । ମଙ୍ଗଳଙ୍କୁ ଗ୍ରହ ସେନାପତି ଭାବେ ବିବେଚନା କରାଯାଇଥାଏ । ଜୁଲାଇ ୧୨, ୨୦୨୪ ପର୍ଯ୍ୟନ୍ତ ମଙ୍ଗଳ ନିଜ ରାଶିରେ ବିଦ୍ୟମାନ କରିବେ ।

ଶୁକ୍ର
ଜୁନ୍ ମାସରେ ଶୁକ୍ର ମଧ୍ୟ ରାଶି ପରିବର୍ତ୍ତନ କରିବେ । ୧୨ ଜୁନ ସନ୍ଧ୍ୟା ୬ଟା୩୭ ସମୟରେ ବୃଷ ରାଶିରୁ ମିଥୁନ ରାଶିକୁ ଶୁକ୍ର ଚଳନ କରିବେ । ଶୁକ୍ରଙ୍କୁ ବିଳାସ, ପ୍ରେମ ଏବଂ ସୌନ୍ଦର୍ଯ୍ୟ ପାଇଁ ଦାୟୀ କରାଯାଇଥାଏ । ଜୁଲାଇ ୭ ପର୍ଯ୍ୟନ୍ତ ମିଥୁନ ରାଶିରେ ରହିବେ ଶୁକ୍ର ।

ବୁଧ
ଜୁନ ୧୪ ରାତି ୧୧ଟା୦୯ ସମୟରେ ବୁଧ ବୃଷ ରାଶିରୁ ମିଥୁନ ରାଶିକୁ ଚଳନ କରିବେ । ବୁଧଙ୍କୁ ବାଣିଜ୍ୟ, ବୁଦ୍ଧି ଏବଂ ବକ୍ତବ୍ୟ ପାଇଁ ଦାୟୀ କରାଯାଇଥାଏ । ଜୁନ୍ ୨୯ ପର୍ଯ୍ୟନ୍ତ ବୁଧ ମିଥୁନ ରାଶିରେ ବିଦ୍ୟମାନ କରିବେ । ଏହା ପରେ କର୍କଟ ରାଶିକୁ ଚଳନ କରିବେ ।

ସୂର୍ଯ୍ୟ
ଗ୍ରହମାନଙ୍କର ରାଜା ଭାବେ ସୂର୍ଯ୍ୟଙ୍କୁ ଆମେ ପୂଜା କରିଥାଉ । ସୂର୍ଯ୍ୟ ଆତ୍ମା, ବ୍ୟକ୍ତିତ୍ୱ, ସ୍ୱାସ୍ଥ୍ୟ ଏବଂ ନେତୃତ୍ୱ ପାଇଁ ଦାୟୀ ରହିଥାନ୍ତି । ଜୁନ୍ ୧୫ ତାରିଖ ରାତି ୧୨ଟା ୩୭ ରେ ଶୁକ୍ରଙ୍କ ରାଶି ବୃଷରୁ ବାହାରି ବୁଧଙ୍କ ରାଶି ମିଥୁନରେ ଚଳନ କରିବେ । ଏହି ରାଶିରେ ସୂର୍ଯ୍ୟଙ୍କ ଚଳନକୁ ‘ମିଥୁନ୍ ସଂକ୍ରାନ୍ତି’ ବୋଲି କୁହାଯାଏ । ଜୁଲାଇ ୧୬ ପର୍ଯ୍ୟନ୍ତ ସୂର୍ଯ୍ୟ ଏଠାରେ ବିଦ୍ୟମାନ କରିବେ ।

ଶନି
ଜୁନ୍ ଶେଷ ଭାଗ ଅର୍ଥାତ ୨୯ ତାରିଖରେ ଶନି ନିଜ ମୂଳ ତ୍ରିକୋଣ କୁମ୍ଭ ରାଶିରେ ବକ୍ରି ହେବେ । କର୍ମ ଫଳ ପ୍ରଦାନକାରୀ ତଥା ନ୍ୟାୟର ଦେବତା ଭାବେ ବିବେଚନା କରାଯାଉଥିବା ଶନିଙ୍କ ଏହି ପରିବର୍ତ୍ତନ କାରଣରୁ ୧୩୯ଦିନ ରିଟ୍ରୋଗ୍ରେଡ୍ ଅବସ୍ଥାରେ ରହିବେ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ ।

Also Read- Mangal Gochar 2024: ମଙ୍ଗଳ କରିବେ ରାଶି ପରିବର୍ତ୍ତନ, ୩ ରାଶିକୁ ବଡ଼ ଲାଭ