Mercury Transit in Leo 2024: ଆଗାମୀ ୨ ମାସ ପର୍ଯ୍ୟନ୍ତ ୬ଟି ରାଶି ହେବେ ଧନବାନ !
Advertisement
Article Detail0/zeeodisha/odisha2366312

Mercury Transit in Leo 2024: ଆଗାମୀ ୨ ମାସ ପର୍ଯ୍ୟନ୍ତ ୬ଟି ରାଶି ହେବେ ଧନବାନ !

Budh Gochar 2024: ବର୍ତ୍ତମାନ ବୁଧ କର୍କଟ ରାଶିରେ ଅବସ୍ଥିତ ଅଛନ୍ତି । ୨୦୨୪ ଅଗଷ୍ଟ ୫ ତାରିଖ ରାତି ୧୦ଟା ୨୭ରେ ବୁଧ ସୂର୍ଯ୍ୟଙ୍କର ନିଜସ୍ୱ ରାଶି ସିଂହରେ ଚଳନ କରିବେ । ସେଠାରେ ୨୪ ଦିନ ଯାଏଁ ବୁଧ ଅବସ୍ଥାନ କରିବେ । ପରେ କନ୍ୟା ରାଶିକୁ ଚଳନ କରିବେ ବୁଧ । ଅଗଷ୍ଟ ୫ ରୁ ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ବୁଧଙ୍କର ବହୁତ ଭଲ ପ୍ରଭାବ ଦେଖିବାକୁ ମିଳିବ ।

Mercury Transit in Leo 2024: ଆଗାମୀ ୨ ମାସ ପର୍ଯ୍ୟନ୍ତ ୬ଟି ରାଶି ହେବେ ଧନବାନ !

Budh Gochar 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବୁଧଙ୍କୁ ଗ୍ରହମାନଙ୍କ ମଧ୍ୟରେ ରାଜକୁମାର ବୋଲି ବିବେଚନା କରାଯାଏ । ବୁଦ୍ଧି, ଜ୍ଞାନ, ଧନ, ସୁଖ, ସମୃଦ୍ଧତା ଏବଂ ସ୍ୱାସ୍ଥ୍ୟ ସହ ଜଡିତ ଥାଆନ୍ତି ବୁଧ । ସେଥିପାଇଁ କୁହାଯାଏ ଯେ, କୁଣ୍ଡଳୀରେ ବୁଧଙ୍କ ସ୍ଥିତି ଦୃଢ ଥିଲେ ଜଣେ ବ୍ୟକ୍ତିଙ୍କ ଜୀବନରେ ଧନ ଏବଂ ସମୃଦ୍ଧିର କୌଣସି ଅଭାବ ରୁହେ ନାହିଁ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବୁଧଙ୍କ ଏହି ଚଳନ ଅନେକ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ବୋଲି ପ୍ରମାଣିତ ହେବ । ଏହି ଅବଧିରେ ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତି ଧନବାନ ହେବେ ବୋଲି ବିଶ୍ୱାସ କରାଯାଉଛି । ଏଥିସହ କ୍ୟାରିୟର ଏବଂ ବ୍ୟବସାୟରେ ମଧ୍ୟ ସଫଳତା ହାସଲ କରିବେ । ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ ବୁଧଙ୍କ ଚଳନ ଲାଭଦାୟକ ହେବ ।

ଆପଣଙ୍କୁ କହିରଖୁଛୁ ଯେ, ବର୍ତ୍ତମାନ ବୁଧ କର୍କଟ ରାଶିରେ ଅବସ୍ଥିତ ଅଛନ୍ତି । ୨୦୨୪ ଅଗଷ୍ଟ ୫ ତାରିଖ ରାତି ୧୦ଟା ୨୭ରେ ବୁଧ ସୂର୍ଯ୍ୟଙ୍କର ନିଜସ୍ୱ ରାଶି ସିଂହରେ ଚଳନ କରିବେ । ସେଠାରେ ୨୪ ଦିନ ଯାଏଁ ବୁଧ ଅବସ୍ଥାନ କରିବେ । ପରେ କନ୍ୟା ରାଶିକୁ ଚଳନ କରିବେ ବୁଧ । ଅଗଷ୍ଟ ୫ ରୁ ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ବୁଧଙ୍କର ବହୁତ ଭଲ ପ୍ରଭାବ ଦେଖିବାକୁ ମିଳିବ ।

ମିଥୁନ ରାଶି
ବୁଧଙ୍କ ଚଳନ ଆପଣଙ୍କ ଜୀବନରେ ସକରାତ୍ମକ ପ୍ରଭାବ ପକାଇବ । ପରିବାରରେ ସୁଖ ଶାନ୍ତି ବଜାୟ ରହିବ । କ୍ୟାରିୟର କ୍ଷେତ୍ରରେ ଭଲ ପରିବର୍ତ୍ତନ ଆସିପାରେ । କିଛି ଲୋକଙ୍କୁ ଚାକିରିରେ ପଦୋନ୍ନତି ମିଳିବ । ବ୍ୟକ୍ତିଗତ ଜୀବନରେ ଥିବା ସମସ୍ୟାର ସମାଧାନ ହେବ । ସ୍ୱାସ୍ଥ୍ୟ ମଧ୍ୟ ଠିକ୍ ରହିବ । ଭ୍ରମଣରେ ଯିବାର ସୁଯୋଗ ରହିଛି । ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ ।

ସିଂହ ରାଶି
ଆପଣଙ୍କ ପାଇଁ ଏହି ଚଳନ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ । ଚାକିରିରେ ପଦୋନ୍ନତି ପାଇପାରନ୍ତି । ଶତ୍ରୁମାନଙ୍କ ଷଡଯନ୍ତ୍ର ଆପଣଙ୍କ ଆଗରେ ଫେଲ୍ ମାରିବ । ଇଚ୍ଛାକୃତ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ । ଆପଣଙ୍କ ସାଥୀଙ୍କ ସହ ସମୟ ବିତାଇବେ । ବିଦେଶ ଭ୍ରମଣ କରିବାର ଇଚ୍ଛା ପୂରଣ ହୋଇପାରେ ।

କନ୍ୟା ରାଶି
ବୁଧର ରାଶି ପରିବର୍ତ୍ତନ ଆପଣଙ୍କ ଭାଗ୍ୟକୁ ପରିବର୍ତ୍ତନ କରିବ । ଆପଣ କିଛି ବଡ଼ ଖୁସି ଖବର ପାଇପାରନ୍ତି । ଧନ ସମ୍ପତ୍ତି ବୃଦ୍ଧି ପାଇବ । ଋଣ ପରିଶୋଧ କରିବାରେ ସଫଳ ହେବେ । ବ୍ୟକ୍ତିଗତ ଜୀବନରେ ସାଥୀଙ୍କ ସହ ଭଲ ମୁହୂର୍ତ୍ତ ବିତାଇବେ । ଭଲ ଲୋକଙ୍କ ସହିତ ଆପଣଙ୍କର ଯୋଗାଯୋଗ ହେବ ।  ବ୍ୟବସାୟରେ ଲାଭ ପାଇବେ ।

ତୁଳା ରାଶି
ଆପଣଙ୍କ ପାଇଁ ବୁଧଙ୍କ ଚଳନ ଲାଭଦାୟକ ପ୍ରମାଣିତ ହେବ । ବିନିଯୋଗ ଅର୍ଥରୁ ବିପୁଳ ଲାଭ ପାଇବେ । ଆପଣଙ୍କର ସମସ୍ତ ବାଧା ଦୂର ହୋଇପାରେ । ଛାତ୍ରମାନେ ଏହି ସମୟ ମଧ୍ୟରେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇବେ । ପ୍ରେମ ଏବଂ ଦାମ୍ପତ୍ୟ ଜୀବନରେ ଆପଣ ଭଲ ଅନୁଭୂତି ପାଇବେ । ପ୍ରେମ ବିବାହ ପାଇଁ ରାସ୍ତା ଫିଟିବ । ସାମାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ ତେଣୁ ସତର୍କତା ଅବଲମ୍ବନ କରନ୍ତୁ ।

ମକର ରାଶି
ବୁଧଙ୍କ ଚଳନ ଆପଣଙ୍କ ଉପରେ ଶୁଭ ପ୍ରଭାବ ପକାଇବ । ବ୍ୟବସାୟୀଙ୍କ ଆୟ ବୃଦ୍ଧି ପାଇବ । ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିପାରେ । କ୍ୟାରିୟରରେ ବହୁତ ଅଗ୍ରଗତି କରିବେ । ଯୋଜନାବଦ୍ଧ କାର୍ଯ୍ୟ ଶେଷ ହେବ । ପରିବାର ସଦସ୍ୟମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବେ । ଆର୍ଥିକ ଲାଭ ଆପଣଙ୍କୁ ଖୁସି ଆଣିଦେବ । 

କୁମ୍ଭ ରାଶି
ବୁଧର ଚଳନ ଆପଣଙ୍କୁ ଶୁଭ ଫଳାଫଳ ପ୍ରଦାନ କରିବ । ଚାକିରି କ୍ଷେତ୍ରରେ ପଦୋନ୍ନତିର ସୁଯୋଗ ରହିଛି । ନୂତନ ଦାୟିତ୍ୱ ମିଳିବା ସହ ସାମାନ୍ୟ ଚାପ ଅନୁଭବ କରିପାରନ୍ତି । ବ୍ୟବସାୟରେ ଆପଣ ଭଲ ଲାଭ ପାଇବେ । ପରିବାରରେ କୌଣସି ଶୁଭ କାର୍ଯ୍ୟ ହେବାର ସମ୍ଭାବନା ରହିଛି ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

Also Read- Lucky Zodiac Sign: ୩ ଅଗଷ୍ଟରେ ସିଦ୍ଧି ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ