Advertisement
Photo Details/zeeodisha/odisha2437854
photoDetails0hindi

Budh Gochar 2024: ସେପ୍ଟେମ୍ବର ୨୧ରୁ ଚମକିବ ୫ରାଶିର ଭାଗ୍ୟ, ମିଳିବ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ

Budh Gochar 2024: ଜ୍ୟୋତିଷଶାସ୍ତ୍ରରେ ବୁଧଙ୍କୁ ବୁଦ୍ଧି, ବକ୍ତବ୍ୟ, ବିଚକ୍ଷଣତା, ଯୁକ୍ତି, ଯୋଗାଯୋଗ, ବାର୍ତ୍ତାଳାପ, ମନୋରଞ୍ଜନ, ମଜା, ହାସ୍ୟ, ବାଣିଜ୍ୟ, ଆର୍ଥିକ ଲାଭ ପାଇଁ ଦାୟୀ କରାଯାଏ । ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ ଜୀବନର ଏହି ସମସ୍ତ ଦିଗକୁ ପ୍ରଭାବିତ କରେ ।

1/5

ମେଷ ରାଶି

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ ଆପଣଙ୍କ ପାଇଁ ଅତ୍ୟନ୍ତ ଅନୁକୂଳ ପ୍ରମାଣିତ ହେବ । ବ୍ୟବସାୟରେ ଲାଭ ହେବାର ସମ୍ଭାବନା ରହିଛି । ଚାକିରିରେ ପଦୋନ୍ନତି ମିଳିପାରେ । କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ପାଇବ । ନୂତନ ବ୍ୟବସାୟିକ ସମ୍ପର୍କ ଗଠନ ହେବ । ଛାତ୍ରଛାତ୍ରୀମାନେ ଅଧ୍ୟୟନରେ ଆଗ୍ରହ ପ୍ରକାଶ କରିବେ । ପରିବାର ସଦସ୍ୟଙ୍କ ସହ ସମ୍ପର୍କ ଭଲ ରହିବ । ପ୍ରେମ ସମ୍ପର୍କ ଅଧିକ ମଜବୁତ ହେବ ।

2/5

ମିଥୁନ ରାଶି

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନର ଶୁଭ ପ୍ରଭାବ ଆପଣଙ୍କ ଉପରେ ପଡିବ । ସକରାତ୍ମକ ଫଳାଫଳ ଅଧିକ ପାଇବେ । ଆୟର ନୂତନ ଉତ୍ସ ଫିଟିବ । କର୍ମକ୍ଷେତ୍ରରେ ସଫଳତା ପାଇବେ । ବ୍ୟବସାୟରେ ବୃଦ୍ଧି ହେବ । ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇପାରନ୍ତି । ପରିବାର ସହିତ ସମୟ ଅତିବାହିତ କରିବେ । ପ୍ରେମ ଜୀବନରେ ସୁଖ ବଢିବ । ମାନସିକ ସ୍ୱାସ୍ଥ୍ୟ ଭଲ ରହିବ ।

3/5

କନ୍ୟା ରାଶି

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ ଆପଣଙ୍କ ପାଇଁ ସକରାତ୍ମକ ହେବ । ଆର୍ଥିକ ସ୍ଥିତି ସୁଦୃଢ ହେବ । ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା ମିଳିବ । ବ୍ୟବସାୟରେ ଲାଭ ଭଲ ହେବ । ଛାତ୍ରମାନେ ଏକାଡେମିକ୍ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ । ପାରିବାରିକ ଜୀବନ ଖୁସିରେ କଟିବ । ସ୍ୱାସ୍ଥ୍ୟ ଭଲ ରହିବ ।

4/5

ବିଛା ରାଶି

ଧଙ୍କ ନକ୍ଷତ୍ର ପରିବର୍ତ୍ତନ ଆପଣଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବ । ଆୟ ବୃଦ୍ଧି ପାଇବ । ଚାକିରି କ୍ଷେତ୍ରରେ ନୂତନ ସୁଯୋଗ ପାଇବେ । ବ୍ୟବସାୟରେ ଲାଭ ବୃଦ୍ଧି ପାଇବ । ସୃଜନଶୀଳ କାର୍ଯ୍ୟରେ ସଫଳତା ପାଇବେ । ପରିବାର ସଦସ୍ୟଙ୍କ ସହିତ ସମୟ ବିତାଇବେ ।

5/5

ମକର ରାଶି

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ ଆପଣଙ୍କ ପାଇଁ ସକରାତ୍ମକ ପ୍ରମାଣିତ ହେବ । ଆୟ ବୃଦ୍ଧି ପାଇବ । ଜୀବନ ଧାରାରେ ପରିବର୍ତ୍ତନ ଆସିବ । ଚାକିରିରେ ପଦୋନ୍ନତି ହୋଇପାରେ । ବ୍ୟବସାୟ ବଢିବାକୁ ଲାଗିବ । ଅନୁସନ୍ଧାନମୂଳକ କାର୍ଯ୍ୟରେ ଛାତ୍ରଛାତ୍ରୀ ସଫଳତା ପାଇବେ । ପ୍ରେମ ଜୀବନରେ ଉତ୍ସାହ ବୃଦ୍ଧି ପାଇବ ।

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।