Advertisement
Photo Details/zeeodisha/odisha2481961
photoDetails0hindi

Budh Gochar 2024: ବିଛା ରାଶିରେ ବୁଧ ଚଳନ, ୯ଦିନ ପରେ ବଦଳିଯିବ ୩ ରାଶିର ଭାଗ୍ୟ

Budh Gochar 2024: ଯେଉଁ ବ୍ୟକ୍ତିଙ୍କ ରାଶିରେ ବୁଧଙ୍କ ସ୍ଥାନ ସଠିକ୍ ଅଛି ସେମାନେ ଏଥିରୁ ଉପକୃତ ହେବେ । ଯେଉଁମାନଙ୍କର ଜନ୍ମଜାତକରେ ବୁଧଙ୍କ ସ୍ଥିତି ଠିକ ନାହିଁ ସେମାନଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ ।

1/6

Budh Gochar 2024: ବୈଦିକ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ୨୦୨୪ ଅକ୍ଟୋବର ୨୯ ତାରିଖ ୧୧ଟା୧୪ ସମୟରେ ବୁଧ ବିଛା ରାଶିରେ ଚଳନ କରିବେ । ସେଠାରେ ୨୧ ଦିନ ପର୍ଯ୍ୟନ୍ତ ଉପସ୍ଥିତ ରହିବେ । ଆସନ୍ତୁ ଜାଣିବା କେଉଁ ତିନୋଟି ରାଶିର ବ୍ୟକ୍ତି ବୁଧଙ୍କ ଚଳନରୁ ନକରାତ୍ମକ ଫଳାଫଳ ପାଇବେ ।

2/6

Budh Gochar 2024: ମେଷଠାରୁ ମୀନ ପର୍ଯ୍ୟନ୍ତ ୧୨ଟି ରାଶି ମଧ୍ୟରୁ ମେଷ, ତୁଳା ଏବଂ ମୀନ ରାଶି ଉପରେ ବୁଧଙ୍କ ଚଳନର ପ୍ରଭାବ କିପରି ରହିବ ଜାଣନ୍ତୁ ।

3/6

ମେଷ ରାଶି

ବୁଧଙ୍କ ରାଶି ପରିବର୍ତ୍ତନ କାରଣରୁ ଆପଣଙ୍କ ଜୀବନରେ ବିଶେଷ ସୁଖ ଆସିବ ନାହିଁ । ଛାତ୍ରମାନଙ୍କ ଆଚରଣରେ ପରିବର୍ତ୍ତନ ଦେଖିବାକୁ ମିଳିବ । ପ୍ରତ୍ୟେକ କଥାକୁ ନେଇ କ୍ରୋଧିତ ହେବେ । ପିତାମାତାଙ୍କ ଅସନ୍ତୋଷର ସାମ୍ନା କରିବାକୁ ପଡିବ । ପରିବାରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇପାରେ । ବୟସ୍କ ଲୋକମାନେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି  ।

4/6

ତୁଳା ରାଶି

ବୁଧ ବିଛା ରାଶିରେ ଚଳନ କରିବା ଦ୍ୱାରା ଆପଣଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇବ । କିଛି ରୋଗର ଚିକିତ୍ସା ପାଇଁ ଟଙ୍କା ଖର୍ଚ୍ଚ କରିବେ। ଏହା ବ୍ୟତୀତ ଅର୍ଥନୈତିକ ସ୍ଥିତି ଖରାପ ହୋଇପାରେ । ବିବାହିତ ବ୍ୟକ୍ତି ଅସ୍ଥିର ଅନୁଭବ କରିବେ । ମୁଣ୍ଡବିନ୍ଧା ଜନିତ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ଅନାବଶ୍ୟକ ଖର୍ଚ୍ଚ କାରଣରୁ ବଜେଟ୍ ଉପରେ ପ୍ରଭାବ ପଡିବ ।

5/6

ମୀନ ରାଶି

ବୁଧଙ୍କ ଚଳନ ଆପଣଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ । ଚାକିରି ତଥା କର୍ମକ୍ଷେତ୍ରରେ ବିଭିନ୍ନ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିବ । ସହକର୍ମୀ କିମ୍ବା ବରିଷ୍ଠ କର୍ମଚାରୀଙ୍କ ସହିତ ମତଭେଦ ହେବାର ସମ୍ଭାବନା ଅଛି । ବିବାହିତ ଲୋକଙ୍କ ପ୍ରେମ ଜୀବନରେ ଉତ୍ଥାନ-ପତନ ଘଟିବ । କ୍ରୋଧ ଏବଂ ଇର୍ଷାର ଭାବନା ସୃଷ୍ଟି ହେବ । ପ୍ରେମ ସମ୍ପର୍କରେ ଝଗଡା ହୋଇପାରେ ।

6/6

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।