Advertisement
Photo Details/zeeodisha/odisha2539022
photoDetails0hindi

Weekly Health Horoscope: ୬ ରାଶିର ବ୍ୟକ୍ତି ନୂଆ ସପ୍ତାହରେ ରହିବେ ଫିଟ୍, ଜାଣନ୍ତୁ ଆପଣଙ୍କ ଭାଗ୍ୟଫଳ

Weekly Health Horoscope 02 To 08 December 2024: ଡିସେମ୍ୱର ୨ରୁ ୦୮ ମଧ୍ୟରେ ସମସ୍ତ ୧୨ଟି ରାଶିର ବ୍ୟକ୍ତିଙ୍କ ପାଇଁ ସ୍ୱାସ୍ଥ୍ୟ କିପରି ରହିବ ଆସନ୍ତୁ ଜାଣିବା ରାଶିଫଳ ।

1/13

ମେଷ ରାଶି

ନିଜ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି । ବିଶେଷ କରି ପତ୍ନୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିପାରେ । ଯେଉଁ କାରଣରୁ ଆପଣଙ୍କର ଆର୍ଥିକ ଅବସ୍ଥା ଉପରେ ପ୍ରଭାବ ପଡିପାରେ । ତେଣୁ ଖାଦ୍ୟ ପେୟର ଯତ୍ନ ନିଅନ୍ତୁ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଏବଂ ଯୋଗ ଅଭ୍ୟାସ କରନ୍ତୁ ।

2/13

ବୃଷ ରାଶି

ସ୍ୱାସ୍ଥ୍ୟ ଭଲ ରହିବ କିନ୍ତୁ ଆପଣ ଖାଦ୍ୟକୁ ନିୟନ୍ତ୍ରଣ କରିବା ଆବଶ୍ୟକ । ମୌସୁମୀ ଜନିତ ରୋଗର ଶିକାର ହୋଇପାରନ୍ତି । ବ୍ୟାୟାମ ଏବଂ ଯୋଗ ଆପଣଙ୍କ ପାଇଁ ଉପକାରୀ ସାବ୍ୟସ୍ତ ହେବ ।

3/13

ମିଥୁନ ରାଶି

ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ, କିନ୍ତୁ ପିଲା ଏବଂ ପିତାମାତାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମାନ୍ୟ ଚିନ୍ତିତ ରହିପାରନ୍ତି । ବଦଳୁଥିବା ପାଣିପାଗ କାରଣରୁ ସେମାନେ ସଂକ୍ରମଣ ଜନିତ ରୋଗର ଶିକାର ହୋଇପାରନ୍ତି । ଖାଦ୍ୟ ପେୟ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆବଶ୍ୟକ ହେଲେ ଡାକ୍ତରଙ୍କ ପରାମର୍ଶ କରନ୍ତୁ ।

4/13

କର୍କଟ ରାଶି

ଆପଣ ନିଜ ଏବଂ ପତ୍ନୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହୋଇପାରନ୍ତି । ପରିବାରରେ ସମସ୍ୟା ଉପୁଜିପାରେ । ଆର୍ଥିକ ଦୃଷ୍ଟିରୁ ଅସୁବିଧାରେ ପଡିପାରନ୍ତି । ଚିକିତ୍ସା ପାଇଁ ଆପଣଙ୍କୁ ସମ୍ପର୍କୀୟ କିମ୍ବା ବନ୍ଧୁଙ୍କଠାରୁ ଆର୍ଥିକ ସାହାଯ୍ୟ ନେବାକୁ ପଡିପାରେ ।

5/13

ସିଂହ ରାଶି

ଏହି ସପ୍ତାହରେ ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବ । କିନ୍ତୁ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ କାରଣରୁ ଡାକ୍ତରଙ୍କ ପରାମର୍ଶ କରିବେ । ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କର ମାସିକ ବଜେଟ୍ କୁ ପ୍ରଭାବିତ କରିପାରେ ।

6/13

କନ୍ୟା ରାଶି

ମୋଟାମୋଟି କହିବାକୁ ଗଲେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ମୌସୁମୀ ଜନିତ ରୋଗରୁ ଦୂରେଇ ରୁହନ୍ତୁ । ଖାଦ୍ୟପେୟ ଏବଂ ସ୍ନାନ ଉପରେ ନିୟନ୍ତ୍ରଣ ବଜାୟ ରଖନ୍ତୁ । ନିଜକୁ ଫିଟ୍ ରଖିବା ପାଇଁ ବ୍ୟାୟାମ କରନ୍ତୁ । ସକାଳ ସମୟରେ ଚାଲିବା ଆପଣଙ୍କ ପାଇଁ ଲାଭଦାୟକ ହେବ ।

7/13

ତୁଳା ରାଶି

ଭ୍ରମଣ କରିବା ସମୟରେ ନିଜର ଏବଂ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନିଅନ୍ତୁ । ବାହାର ଖାଦ୍ୟ ସାମଗ୍ରୀଠାରୁ ଦୂରେଇ ରୁହନ୍ତୁ । ଖାଦ୍ୟପେୟ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରଖନ୍ତୁ ।

8/13

ବିଛା ରାଶି

ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ସପ୍ତାହଟି ଆଦୌ ଭଲ ନୁହେଁ । ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ପ୍ରିୟଜନଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ, ଯେଉଁଥିପାଇଁ ଆପଣ ଚିନ୍ତିତ ରହିବେ ।

9/13

ଧନୁ ରାଶି

ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । କିନ୍ତୁ ଅତ୍ୟଧିକ କାର୍ଯ୍ୟ ବ୍ୟସ୍ତତା ଏବଂ ପାଣିପାଗ ପରିବର୍ତ୍ତନ କାରଣରୁ ଶାରୀରିକ ଥକ୍କା ଅନୁଭବ କରିପାରନ୍ତି । ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ଥିଲେ ଧିରେ ଧିରେ ସୁସ୍ଥ ହେବାକୁ ଲାଗିବେ ।

10/13

ମକର ରାଶି

ନୂଆ ସପ୍ତାହରେ ଆପଣ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି । ସ୍ୱାସ୍ଥ୍ୟ ଖରାପ କାରଣରୁ ଆପଣଙ୍କୁ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନିଅନ୍ତୁ । କାର୍ଯ୍ୟ ବ୍ୟସ୍ତତା ଏବଂ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନନେବା କାରଣରୁ ଛୋଟ ମୋଟ ରୋଗରେ ଆକ୍ରାନ୍ତ ହୋଇପାରନ୍ତି ।

11/13

କୁମ୍ଭ ରାଶି

ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ସପ୍ତାହଟି ଭଲ ହେବ । ପାଣିପାଗ ଅନୁଯାୟୀ ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

12/13

ମୀନ ରାଶି

ଏହି ସପ୍ତାହ ଆପଣଙ୍କ ପାଇଁ ଭଲ ହେବ । ଦୀର୍ଘ ଦିନ ଧରି ରହିଥିବା ସ୍ୱାସ୍ଥ୍ୟ ସମସ୍ୟାରୁ ଆପଣ ଆରାମ ପାଇବେ । ଖାଇବା ଅଭ୍ୟାସ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ।

13/13

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।