Advertisement
Photo Details/zeeodisha/odisha2584219
photoDetails0hindi

Gratuity Hike: ଶିକ୍ଷକଙ୍କୁ ନୂଆବର୍ଷ ଭେଟି ଦେଲେ ରାଜ୍ୟ ସରକାର, ବଢିଲା ଗ୍ରାଚୁଇଟି; ଅବସର ପରେ ମିଳିବ ଏତେ ଲକ୍ଷ ଟଙ୍କା

Gratuity Hike: ନୂଆ ବର୍ଷରେ ଓଡିଶା ସରକାର ଦେଲେ ଖୁସି ଖବର।  ଶିକ୍ଷକଙ୍କ ଗ୍ରାଚ୍ୟୁଇଟି ବୃଦ୍ଧି କଲେ ସରକାର।  ବିଶେଷକରି ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ୍ ଓ କଲେଜ କର୍ମଚାରୀଙ୍କ ଲାଗି ଏହା ନୂଆ ବର୍ଷର ଭେଟି କହିଲେ ଅତୃକ୍ତି ହେବ ନାହିଁ। ତେବେ, ଆସନ୍ତୁ ଜାଣିବା କେତେ ବୃଦ୍ଧି ପାଇଲା ଗ୍ରାଚ୍ୟୁଇଟି...

 

2/5

ରାଜ୍ୟର ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ ମାନଙ୍କ ଗ୍ରାଚ୍ୟୁଇଟି ବୃଦ୍ଧି କରିଛନ୍ତି। 

 

3/5

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ , ରାଜ୍ୟର ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ସରକାରୀ ଅନୁଦାନ ପ୍ରାପ୍ତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ମାନଙ୍କ ମୃତ୍ୟୁ ଓ ଅବସରକାଳୀନ ଗ୍ରାଚୁଇଟି ୫ ଲକ୍ଷରୁ ୭.୫ ଲକ୍ଷ ଟଙ୍କାକୁ ବୃଦ୍ଧି ହୋଇଛି। 

4/5

ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି। ଏଥିପାଇଁ ବିଭିନ୍ନ ଶିକ୍ଷକ ସଂଘ ମାନେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ।

5/5

ଯାହାକୁ ନେଇ ଶିକ୍ଷକ ଶିକ୍ଷୟତ୍ରୀଙ୍କ ମହଲରେ ଖୁସିର ଲହରୀ ଖେଳି ଯାଇଛି।