Rajyog: ବୁଧ, ଶୁକ୍ର ଏବଂ ଶନିଙ୍କ ପ୍ରଭାବରୁ ରାଜଯୋଗ, ୩ ରାଶିରେ ଧନ ଅଜାଡିବେ କୁବେର
Advertisement
Article Detail0/zeeodisha/odisha2367664

Rajyog: ବୁଧ, ଶୁକ୍ର ଏବଂ ଶନିଙ୍କ ପ୍ରଭାବରୁ ରାଜଯୋଗ, ୩ ରାଶିରେ ଧନ ଅଜାଡିବେ କୁବେର

Rajyog in Kundali: ଶନିର ନକରାତ୍ମକ ଦୃଷ୍ଟି ପ୍ରଭାବରେ ଜଣେ ବ୍ୟକ୍ତି ତଳିତଳାନ୍ତ ହୋଇଯାଇଥାଏ । ଅନ୍ୟପଟେ ଶୁକ୍ର ହେଉଛି ଧନ, ସମୃଦ୍ଧି ପ୍ରଦାନକାରୀ ଗ୍ରହ । ଗ୍ରହମାନଙ୍କର ରାଜକୁମାର ବୁଧଙ୍କ ପ୍ରଭାବରେ ବ୍ୟବସାୟରେ ଉନ୍ନତି ହୋଇଥାଏ । ଏଥିସହ ବୁଧଙ୍କୁ ବୁଦ୍ଧି ପ୍ରଦାନକାରୀ ଗ୍ରହ କୁହାଯାଇଥାଏ । ଅଗଷ୍ଟ ମାସରେ ଶନି ଶାଶ ରାଜଯୋଗ ଗଠନ କରୁଛନ୍ତି । ଏଥିସହ ବୁଧ ଏବଂ ଶୁକ୍ରଙ୍କ ମିଳନ ହେବାକୁ ଯାଉଛି । 

Rajyog: ବୁଧ, ଶୁକ୍ର ଏବଂ ଶନିଙ୍କ ପ୍ରଭାବରୁ ରାଜଯୋଗ, ୩ ରାଶିରେ ଧନ ଅଜାଡିବେ କୁବେର

Rajyog in Kundali: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶନିଦେବଙ୍କୁ ସବୁଠାରୁ ଶକ୍ତିଶାଳୀ ଗ୍ରହ ବୋଲି ବିବେଚନା କରାଯାଏ । ଶନି ଧୀର ଗତି କରିଥାନ୍ତି ଏବଂ ପ୍ରତ୍ୟକ ରାଶିର ବ୍ୟକ୍ତିଙ୍କୁ କାର୍ଯ୍ୟ ଅନୁଯାୟୀ ଫଳାଫଳ ଦେଇଥାନ୍ତି । ଶନିର ନକରାତ୍ମକ ଦୃଷ୍ଟି ପ୍ରଭାବରେ ଜଣେ ବ୍ୟକ୍ତି ତଳିତଳାନ୍ତ ହୋଇଯାଇଥାଏ । ଅନ୍ୟପଟେ ଶୁକ୍ର ହେଉଛି ଧନ, ସମୃଦ୍ଧି ପ୍ରଦାନକାରୀ ଗ୍ରହ । ଗ୍ରହମାନଙ୍କର ରାଜକୁମାର ବୁଧଙ୍କ ପ୍ରଭାବରେ ବ୍ୟବସାୟରେ ଉନ୍ନତି ହୋଇଥାଏ । ଏଥିସହ ବୁଧଙ୍କୁ ବୁଦ୍ଧି ପ୍ରଦାନକାରୀ ଗ୍ରହ କୁହାଯାଇଥାଏ । ଅଗଷ୍ଟ ମାସରେ ଶନି ଶାଶ ରାଜଯୋଗ ଗଠନ କରୁଛନ୍ତି । ଏଥିସହ ବୁଧ ଏବଂ ଶୁକ୍ରଙ୍କ ମିଳନ ହେବାକୁ ଯାଉଛି । ଆହୁରି ମଧ୍ୟ ବୁଧ, ଶୁକ୍ର ଏବଂ ଶନି ମୁହାଁମୁହିଁ ଦେଖାଯିବା ସ୍ଥିତିରେ ଅଛନ୍ତି । ଯେଉଁ କାରଣରୁ କେନ୍ଦ୍ର ତ୍ରିକୋଣ ରାଜଯୋଗ ଗଠନ ହେଉଛି । ଏହି ସମସ୍ତ ଯୋଗ ୧୨ ଟି ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ବହୁତ ପ୍ରଭାବ ପକାଇବ । ତେବେ ବିଶେଷକରି ୩ ଟି ରାଶିର ବ୍ୟକ୍ତିବିଶେଷ ଏହି ରାଜଯୋଗ ପ୍ରଭାବରୁ ଅନେକ ଲାଭ ପାଇବେ ।

ଅଗଷ୍ଟ ମାସର ଭାଗ୍ୟଶାଳୀ ରାଶି

ବୃଷ ରାଶି
ଆପଣଙ୍କ ପାଇଁ ଏହି ମାସଟି ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି । ବୃଷ ରାଶିର ଆରାଧ୍ୟ ହେଉଛନ୍ତି ଶୁକ୍ର ଏବଂ ଏହା ଶନିଙ୍କର ବନ୍ଧୁତ୍ୱପୂର୍ଣ୍ଣ ଗ୍ରହ । ଏହି ସମୟରେ ଶନିଙ୍କ ଶୁଭ ଦୃଷ୍ଟି ଆପଣଙ୍କ ଉପରେ ରହିବ । ଫଳରେ ଆପଣ ଅନେକ ଲାଭ ପାଇବେ । କ୍ୟାରିଅର କ୍ଷେତ୍ରରେ ମଧ୍ୟ ଆଗକୁ ବଢିବେ । ନୂଆ ଚାକିରି ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । କଠିନ ପରିଶ୍ରମର ଶୁଭ ଫଳାଫଳ ପାଇବେ । ଆପଣ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ । ଧନ ସମ୍ପତ୍ତି ବୃଦ୍ଧି ପାଇବ । ସ୍ୱାସ୍ଥ୍ୟ ମଧ୍ୟ ଭଲ ହେବ । ପରିବାର ସହିତ ଭଲ ସମୟ ବିତାଇବେ ।

ସିଂହ ରାଶି
ଏହି ରାଜଯୋଗ ଆପଣଙ୍କୁ ବହୁତ ଲାଭ ଦେବ । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଦୂର ସ୍ଥାନକୁ ଯାତ୍ରା କରିବାର ସୁଯୋଗ ମିଳିବ । ବିଶେଷକରି ବ୍ୟବସାୟୀମାନେ ବହୁତ ଲାଭ ପାଇବେ । ପ୍ରତିଯୋଗୀମାନଙ୍କ ସହିତ ଆପଣଙ୍କର କଡା ପ୍ରତିଯୋଗିତା ହେବ । କୌଣସି ସୁତ୍ରରୁ ହଠାତ୍ ଆର୍ଥିକ ଲାଭ ହୋଇପାରେ । ଆପଣଙ୍କ ଜୀବନସାଥୀଙ୍କ ସହିତ ସମ୍ପର୍କ ସୁଦୃଢ ହେବ ।

ବିଛା ରାଶି
ଆପଣଙ୍କୁ ଏହି ରାଜଯୋଗ ଆବଶ୍ୟକୀୟ ଫଳାଫଳ ଦେବ । ଆପଣଙ୍କର ଥିବା ଏକ ବଡ ଇଚ୍ଛା ପୂରଣ ହୋଇପାରେ । କ୍ୟାରିୟର ପାଇଁ ସମୟ ସକରାତ୍ମକ ସାବ୍ୟସ୍ତ ହେବ । ସରକାରଙ୍କଠାରୁ ସମର୍ଥନ ଏବଂ ଲାଭ ପାଇବେ । ପୂର୍ବରୁ ସମ୍ପୂର୍ଣ୍ଣ ହୋଇନଥିବା ପ୍ରୋଜେକ୍ଟକୁ ଶେଷ କରିବେ । ଆର୍ଥିକ ଲାଭ ହେବ । ପରିବାର ସହିତ ସମୟ ଭଲରେ କଟିବ । ଆପଣଙ୍କର କାହା ସହିତ କୌଣସି ମତଭେଦ ଥିଲେ ତାହା ଦୂର ହୋଇଯିବ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

Also Read- Lucky Zodiac Sign: ୪ ଅଗଷ୍ଟରେ ରବି ପୁଷ୍ପ ଯୋଗର ଶୁଭ ସମକକ୍ଷ, ୫ ଟି ରାଶିର ଭାଗ୍ୟ ଉଜ୍ୱଳ

Also Read- ଭୁସ୍ଖଳନ ପୀଡିତଙ୍କ ଦୁଃଖରେ ସାହା ହେଲେ ସାଉଥ ଷ୍ଟାର୍, ଓଲିଉଡ୍ ଅଭିନେତା ଚୁପ୍ !