ସ୍ତ୍ରୀ କସ୍ତୁରୀକୁ ତଣ୍ଟି ଚିପି ମାରି ଗାନ୍ଧୀଲାଲ ଚମ୍ପଟ
Advertisement

ସ୍ତ୍ରୀ କସ୍ତୁରୀକୁ ତଣ୍ଟି ଚିପି ମାରି ଗାନ୍ଧୀଲାଲ ଚମ୍ପଟ

ଗତ ସାତ ବର୍ଷ ତଳେ ବରଗଡ ଜିଲ୍ଲା ଗାଇସିଲେଟ ଥାନା ଡୁଙ୍ଗୁରିପାଲି ଗାଁର ଗାନ୍ଧୀଲାଲ ସାହୁ, ବଲାଙ୍ଗୀର ଫଟାମୁଣ୍ଡା ଗାଁର କସ୍ତୁରୀ ସାହୁଙ୍କୁ ବୈଦିକ ରୀତିନୀତିରେ ଵିବାହ କରିଥିଲେ। ଦୁଇ ଜଣଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି।

ପ୍ରତିକାତ୍ମକ ଫଟୋ

ବଲାଙ୍ଗୀର: ସାତ ଜନମର ସାଥୀ ହେବା ପାଇଁ ଶପଥ କରିଥିବା ସ୍ୱାମୀ ସାତ ବର୍ଷ ପାଇଁ ସାଥ ଦେଲା ନାହିଁ। ସାରା ଜୀବନ ସୁରକ୍ଷା ଦେବା ପାଇଁ ପ୍ରତିଜ୍ଞା କରି ସ୍ୱାମୀ ଶେଷରେ ନିଜ ହାତରେ ଧର୍ମପତ୍ନୀକୁ ହତ୍ୟାକରିଛି। ଏପରି ଏକ ଅଭିଯୋଗ ଲୋଇସିଂହା ଥାନା ଆଗଲପୁର ଫାଣ୍ଡି ଅର୍ନ୍ତଗତ ଫଟାମୁଣ୍ଡା ଗାଁରୁ ଆସିଛି। 

ଗତ ସାତ ବର୍ଷ ତଳେ ବରଗଡ ଜିଲ୍ଲା ଗାଇସିଲେଟ ଥାନା ଡୁଙ୍ଗୁରିପାଲି ଗାଁର ଗାନ୍ଧୀଲାଲ ସାହୁ, ବଲାଙ୍ଗୀର ଫଟାମୁଣ୍ଡା ଗାଁର କସ୍ତୁରୀ ସାହୁଙ୍କୁ ବୈଦିକ ରୀତିନୀତିରେ ଵିବାହ କରିଥିଲେ। ଦୁଇ ଜଣଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି। ସ୍ୱାମୀ ଗାନ୍ଧୀଲାଲ ମଦ ପିଇ ସ୍ତ୍ରୀକୁ ବାରମ୍ୱାର  ମାଡପିଟ କରିବାରୁ ଗତ ତିନି ମାସ ତଲେ କସ୍ତୁରୀ ନିଜ ବାପ ଘରକୁ ଚାଲି ଆସିଥିଲେ। ଗୋଟିଏ ମାସ ତଲେ ମଦ୍ୟପ ସ୍ୱାମୀ ପୁଣି ଶାଶୁ ଘରକୁ ଆସି କସ୍ତୁରୀ ସହିତ ରହୁଥିଲେ। 

Also Read: ବନ୍ଦ ଘରୁ ନବଦମ୍ପତିଙ୍କ ମୃତଦେହ ଉଦ୍ଧାର; ରକ୍ତରେ ଜୁଡୁବୁଡୁ ସ୍ତ୍ରୀ, ଦୁଲାରେ ଝୁଲୁଥିଲା ସ୍ୱାମୀ

ରବିବାର ବିଲମ୍ୱିତ ରାତିରେ ସ୍ୱାମୀ ଗାନ୍ଧୀଲାଲ ସ୍ତ୍ରୀ କସ୍ତୁରୀଙ୍କୁ ତଣ୍ଟିଚିପି ହତ୍ୟା କରି ଫେରାର ମାରିଥିବା ଅଭିଯୋଗ ହୋଇଛି। ମୃତ କସ୍ତୁରୀର ମରଶରୀର ବାପଘରେ ପଡିରହିଛି। ଖବର ଲେଖା ହେବା ସୁଦ୍ଧା ଘଟଣା ସ୍ଥଳରେ ପୋଲିସ ପହଞ୍ଚି ନାହିଁ। ମୃତ କସ୍ତୁରୀଙ୍କ ବେକରେ ଆଘାତ ଲାଗିଛି। ପୋଲିସ ତଦନ୍ତ ପରେ ପ୍ରକୃତ କାରଣ ଜଣାପଡିବ।