ଶିକ୍ଷା ବ୍ୟବସ୍ଥାକୁ ବଦନାମ କରୁଛନ୍ତି ମଦ୍ୟପ ଶିକ୍ଷକ, ଭାଇରାଲ ହେଉଛି ଭିଡ଼ିଓ
Advertisement

ଶିକ୍ଷା ବ୍ୟବସ୍ଥାକୁ ବଦନାମ କରୁଛନ୍ତି ମଦ୍ୟପ ଶିକ୍ଷକ, ଭାଇରାଲ ହେଉଛି ଭିଡ଼ିଓ

ସୂଚନାଯୋଗ୍ୟ ମାତାଲ ଅବସ୍ଥାରେ ପ୍ରଧାନ ଶିକ୍ଷକ ଏବଂ ସହକାରୀ ଶିକ୍ଷକଙ୍କ ଭିଡିଓ ଭାଇରଲ ହେବା ପରେ କାର୍ଯ୍ୟରୁ ନିଲମ୍ବିତ ହୋଇଥିବା ସୂଚନା ମିଳିଛି।

ପ୍ରତିକାତ୍ମକ ଫଟୋ

ବଲାଙ୍ଗୀର: ସରକାରୀ ସ୍କୁଲ ବାରଣ୍ଡାରେ ମଦ୍ୟପ ଶିକ୍ଷକଙ୍କ ଅଜବ ଗଜବ କାରନାମା। ଚୌକିରେ ବସି ଝୁଲୁଛନ୍ତି। ନିଦରେ କଥା ହେଉଛନ୍ତି। ଉଠିବାକୁ ବି ନାହିଁ ଶକ୍ତି। କଥା କହିବା ବେଳେ ବି ଠିକ ଭାବରେ କହି ପାରୁନାହାନ୍ତି l ଆଉ ଏହି ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି l ମଦ୍ୟପ ପ୍ରଧାନ ଶିକ୍ଷକ ଏବଂ ସହକାରୀ ଶିକ୍ଷକଙ୍କୁ ଏବେ ଏହି ଘଟଣା ପାଇଁ ମହଙ୍ଗା ପଡିଛି। ନିଲମ୍ବିତ ହୋଇଛନ୍ତି ଶିକ୍ଷକ ଚାକିରିରୁ। 

ସୂଚନାଯୋଗ୍ୟ ମାତାଲ ଅବସ୍ଥାରେ ପ୍ରଧାନ ଶିକ୍ଷକ ଏବଂ ସହକାରୀ ଶିକ୍ଷକଙ୍କ ଭିଡିଓ ଭାଇରଲ ହେବା ପରେ କାର୍ଯ୍ୟରୁ ନିଲମ୍ବିତ ହୋଇଥିବା ସୂଚନା ମିଳିଛି। ବଲାଙ୍ଗୀର ଜିଲ୍ଲା ଦେଓ ଗାଁ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ମାଟୁପାଳି ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟଦେବ ବିଶି, ଏବଂ ଡ଼ୁମେରପିଟା ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସଂଜୀବ ଦୋରା ଶିକ୍ଷା ବିଭାଗ କାର୍ଯ୍ୟରୁ ନିଲମ୍ବିତ କରିଛି ।

ଉଭୟ ଶିକ୍ଷକ ମାଟୁ ପାଳି ପ୍ରାଥମିକ ବିଦ୍ୟାଳୟ ପରିସରରେ ମଦ୍ୟପାନ କରିବା ସହ ନିଶାସକ୍ତ  ଅବସ୍ଥାରେ ସ୍କୁଲ ବାରଣ୍ଡାରେ ଅଜବ ଗଜବ ହରକତ କରୁଥିବା ସମୟର ଭିଡିଓ ଭାଇରଲ ହୋଇଥିଲା। ଏହି ଘଟଣାକୁ ନେଇ ଛାତ୍ର ଛାତ୍ରୀ ତଥା ଅଭିଭାବକ ମାନେ ସ୍କୁଲ ବାହାରେ ଧାରଣା ଦେବା ସହ ଦୁଇ ଶିକ୍ଷକ ଙ୍କ ବିରୋଧ ରେ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଦାବୀ କରିଥିଲେ।

ତେବେ ଏହି ଘଟଣା ପ୍ରଥମ ନୁହେଁ। ଆଗରୁ ମଧ୍ୟ ଏହିଭଳି ଅନେକ ଘଟଣା ଦେଖିବାକୁ ମିଳିଛି। ନିକଟରେ ଯାଜପୁର ଜିଲ୍ଲାର ରତ୍ନଗିରି ଅଞ୍ଚଳରୁ ଏଭଳି ଏକ ଚିତ୍ର ସାମ୍ନାକୁ ଆସିଥିଲା। ମଦ ପିଇ ମାତାଲ ଅବସ୍ଥାରେ ସ୍କୁଲ ପ୍ରାଙ୍ଗଣରେ ପଡ଼ି ରହିବା ଓ ନିଜର ହିତାହିତ ଜ୍ଞାନ ଭୁଲି ନିଜ ଉପରୁ ନିୟନ୍ତ୍ରଣ ହରାଇ ଖଟିଆ ଉପରେ ପଡ଼ି ରହିଥିଲେ। 

ବରୀ ଅଞ୍ଚଳର ଏହି ଭିଡ଼ିଓ ଭାଇରଲ ହେବାକୁ ଲାଗିଛି ଯେଉଁଥିରେ ଜଣେ ଶିକ୍ଷକ ମଦ୍ୟପାନ କରି ସ୍କୁଲ ମଧ୍ୟରେ ନିଶାଶକ୍ତ ଅବସ୍ଥାରେ ସୋଇଛନ୍ତି ଆଉ ମଦ୍ୟପ ଶିକ୍ଷକଙ୍କ ଏଭଳି ଆଚରଣ ଦେଖି ଛାତ୍ରଛାତ୍ରୀ ଆଜି ସ୍କୁଲ ଗେଟରେ ତାଲା ପକେଇଛନ୍ତି । "ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ପରଂବ୍ରହ୍ମ ତସମୈଶ୍ରୀ ଗୁରୁବେ ନମଃ"। ଗୁରୁ ବା ଶିକ୍ଷକ ଯିଏ ସର୍ବତ୍ର ପୂଜ୍ୟ ଆଉ ଯାହାଙ୍କୁ ଦେଖିଲେ ମୁଣ୍ଡ ଆପେ ଆପେ ତଳକୁ ନଇଁ ଯାଏ ହେଲେ ଏଭଳି ଚିତ୍ର ଦେଖିଲା ପରେ କଣ ଶିକ୍ଷକଙ୍କ ପ୍ରତି ମନରେ ସେହି ସେତିକି ଭକ୍ତିଭାଵ ଆସିବ । ପୂର୍ବରୁ ଅନେକ ଶିକ୍ଷକଙ୍କ ମଦ୍ୟପାନ କରି ବିଭିନ୍ନ ଅସାମାଜିକ କାର୍ଯ୍ୟ କରୁଥିବାର ଭିଡ଼ିଓ ଭାଇରଲ ମଧ୍ୟ ହୋଇଥାଏ ହେଲେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇନଥାଏ । 

ଅଧିକ ପଢନ୍ତୁ: Gyanvapi Mosque Case: ବାରଣାସୀ କୋର୍ଟଙ୍କ ବଡ଼ ଫଇସଲା, ହିନ୍ଦୁ ପକ୍ଷରୁ ଲାଗିଲା ଶକ୍ତ ଝଟକା

ଅଧିକ ପଢନ୍ତୁ: Facebook: ଫେସବୁକ ନେଲା ବଡ଼ ନିଷ୍ପତ୍ତି, ୨୦୨୩ରୁ ମିଳିବନି ଏହି ସବୁ ସୁବିଧା